ଓଡିଶା

odisha

ଲଦାଖ ମାନଚିତ୍ରରେ ଯୋଡି ହେଲା 5 ନୂଆ ଜିଲ୍ଲା, ପୂର୍ବରୁ ଥିଲା 2 - Ladakh gets five new districts

By ETV Bharat Odisha Team

Published : Aug 26, 2024, 1:00 PM IST

five new districts in Ladakh: ଲଦାଖ ପାଇଲା 2ଟି ନୂଆ ଜିଲ୍ଲା । ପୂର୍ବରୁ ଥିଲା କାର୍ଗିଲ ଓ ଲେହ । ଶାହ କହିଲେ ଶାସନ ସୁଦୃଢ ହେବ । ଅଧିକ ପଢନ୍ତୁ

ଲଦାଖ ମାନଚିତ୍ରରେ ଯୋଡି ହେଲା 5 ନୂଆ ଜିଲ୍ଲା
ଲଦାଖ ମାନଚିତ୍ରରେ ଯୋଡି ହେଲା 5 ନୂଆ ଜିଲ୍ଲା (ETV Bharat Odisha)

ନୂଆଦିଲ୍ଲୀ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ରାଜସ୍ବ ମାନଚିତ୍ରରେ ଯୋଡିହେଲା 5ଟି ନୂଆ ଜିଲ୍ଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଜିଲ୍ଲା ଗଠନକୁ ମାନ୍ୟତା ଦେବା ପରେ ଆଜି ଏହା ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ଜାନସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ । ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳର ଦୁଇଟି ଜିଲ୍ଲା ଥିଲା । ଏହା ଥିଲା ଲେହ ଏବଂ କାର୍ଗିଲ । ଲେହରେ 6ଟି ଏବଂ କାର୍ଗିଲରେ 4ଟି ଉପ-ବିଭାଗ ରହିଥିଲା । ଏବେ କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଜିଲ୍ଲା ସଂଖ୍ୟା 7କୁ ବୃଦ୍ଧି ପାଇଛି । 2019 ପୂର୍ବରୁ ଲଦାଖ ଜମ୍ମୁ କାଶ୍ମୀରର ଅଂଶବିଶେଷ ଥିଲା । ଧାରା 370 ଉଚ୍ଛେଦ ପରେ ଏହା ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା ।

  • ଟ୍ବିଟ କଲେ ଶାହ:-

କେନ୍ଦ୍ରର ଏହି ଘୋଷଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଟ୍ବିଟ ମଧ୍ୟ ସାମ୍ନାକୁ ଆସିଛି । ଶାହ ଏକ୍ସ ରେ ଟ୍ବିଟ କରି ଲେଖିଛନ୍ତି, ଏକ ବିକଶିତ ତଥା ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) କେନ୍ଦ୍ରଶାସିତ ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଜାନସ୍କର, ଡ୍ରାସ୍, ଶ୍ୟାମ, ନବ୍ରା ଏବଂ ଚାଙ୍ଗଥାଙ୍ଗ ନାମକ ଏହି ନୂତନ ଜିଲ୍ଲାଗୁଡିକ ଶାସନକୁ ଦୃଢ କରିବ ।

ଏହା ମଧ୍ୟ ପଢନ୍ତୁ :-ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 44 ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜ୍ଞପ୍ତି ପ୍ରତ୍ୟାହାର କଲା ବିଜେପି, ଆସିପାରେ ସଂଶୋଧିତ ତାଲିକା - BJP candidates for JK election

ଅନ୍ୟପଟେ ଏଥର ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବର 19, 25 ଓ ଅକ୍ଟୋବରର ପହିଲାରେ ତିନି ପର୍ଯ୍ୟାୟରେ ମତଦାନ ହେବ । 4 ତାରିଖରେ ଭୋଟଗଣତି ଓ ଜନାଦେଶ ପ୍ରକାଶ ପାଇବ । 2019 ରେ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟପ୍ୟାହା ଦେଉଥିବା ଧାରା-370 ଉଚ୍ଛେଦ ହେବା ପରେ ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ କାଶ୍ମୀରବାସୀ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ଏବେ ବିଧାନସଭା ପାଇଁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବେ । ଘାଟିରୁ ଧାରା-370 ଉଚ୍ଛେଦ କରିବା ପରେ କିଏ ପ୍ରଥମ ସରକାର ଗଢୁଛି, ସେ ନେଇ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details