ଓଡିଶା

odisha

ETV Bharat / bharat

ଗାନ୍ଧୀନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ ଶାହ, କହିଲେ ମୋ ପାଇଁ ଗର୍ବର ବିଷୟ - Lok Sabha Election 2024

Amit Shah Files His Nomination: ଗୁଜୁରାଟ ଗାନ୍ଧୀନଗର ଆସନରୁ ଦ୍ବିତୀୟ ଥର ପାଇଁ ନାମାଙ୍କନ ଭରିଲେ ଅମିତ ଶାହ । ପ୍ରଧାନମନ୍ତ୍ରୀକୁ ନେଇ କହିଲେ ଏମିତି...

Amit Shah Files His Nomination
Amit Shah Files His Nomination

By ETV Bharat Odisha Team

Published : Apr 19, 2024, 2:53 PM IST

ଗାନ୍ଧୀନଗର:ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚଳିତ ଥର ମଧ୍ୟ ସମାନ ଆସନ ଅର୍ଥାତ ଗୁଜୁରାଟ ଗାନ୍ଧୀନଗର ସିଟରୁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଅମିତ ଶାହ ନାମଙ୍କନ ପତ୍ର ଦାଖଲ କରିବା ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ । ଗାନ୍ଧୀନଗରରେ ବିଶାଳ ରାଲି କରିବା ପରେ ସମର୍ଥନଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି ଶାହ । ତେବେ ଚଳିତ ନିର୍ବାଚନରେ ସିଧାସଳଖ ଭାବେ ଶାହଙ୍କର ସୋନଲ ପଟେଲଙ୍କ ସହିତ ଜୋରଦାର ଲଢେଇ ହେବ । ଶାହଙ୍କ ବିପକ୍ଷରେ କଂଗ୍ରେସ ସୋନଲଙ୍କୁ ଛିଡା କରିଛି । ତେବେ ନାମାଙ୍କନ ଭରିବା ସମୟରେ ଅମିତ ଶାହ କହିଛନ୍ତି, "ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଗାନ୍ଧୀନଗର ଆସନରୁ ଖୋଦ ମୋଦି ଭୋଟର ଅଟନ୍ତି, ଏହା ମୋ ପାଇଁ ଗର୍ବର ବିଷୟ ।"

ନାମାଙ୍କନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, "ଗାନ୍ଧୀନଗର ଆସନରୁ ମୁଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛି । ଏହା ମୋ ପାଇଁ ଗର୍ବର ବିଷୟ ଯେ, ଏହି ଆସନର ପ୍ରତିନିଧିତ୍ବ ଏଲ.କେ ଆଡଭାନୀ, ଅଟଳ ବିହାରି ବାଜପେୟୀ କରିଥିଲେ । ଏହି ସିଟ୍ ପାଇଁ ଖୋଜ ମୋଦି ମତଦାତା ରହିଛନ୍ତି । ମୁଁ 30 ବର୍ଷ ଧରି ଏହି ଆସନରୁ ଜଣେ ବିଧାୟକ ଏବଂ ସାଂସଦ ରହିଆସୁଛି । ଏଠାକାର ଲୋକେ ମୋତେ ଅଧିକ ପ୍ରେମ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଗାନ୍ଧୀନଗର ଇତିହାସରେ ଆଡଓ୍ବାଣୀଙ୍କ ଛାପ

ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ:ନାମାଙ୍କନ ଭରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଚଳିତ ନିର୍ବାଚନରେ ଦେଶରେ 400 ପାର ହେବ । ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ବିଗତ 10 ବର୍ଷ ଧରି ମୋଦି ସରକାର ସମୟରେ ୟୁପିଏ ସରକାରଙ୍କ କ୍ଷତିପୂରଣ କରାଯାଇଛି । ବର୍ତ୍ତମାନ ଆଗାମୀ 5 ବର୍ଷ ବିକଶିତ ଭାରତ ଗଠନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଁ ଜନତାଙ୍କୁ ଅନୁରୋଧ କରୁଛି ଯେ ବହୁ ସଂଖ୍ୟାରେ ଭୋଟ୍ ଦେଇ ସାରା ଦେଶରେ ପଦ୍ମ ଫୁଟାନ୍ତୁ । 400 ପାର ନେଇ ରଖିଥିବା ଲକ୍ଷ୍ୟ ପୂରଣ ପାଇଁ ଆମକୁ ସହଯୋଗ କରନ୍ତୁ । ଗାନ୍ଧୀନଗର ଲୋକସଭା ନିର୍ବାଚନ ପାଇଁ ମେ 7 ତାରିଖରେ ମତଦାନ ହେବ ।"

ତେବେ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅମିତ ଶାହ । ପ୍ରଥମ ଥର କରି 2019ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ତଳିତ ଥର ସେ ଦ୍ବିତୀୟ ଥର ପାଇଁ ଗାନ୍ଧୀନଗରରୁ ନାମାଙ୍କନ ଦାଖଲ କରିଛନ୍ତି । 1989ରୁ ଏହା ବିଜେପିର ଗଡ ପାଲଟିଯାଇଛି । ପ୍ରତିଟି ନିର୍ବାଚନରେ ବିପୁଳ ଜନସମର୍ଥନ ପାଇଛି ବିଜେପି । 2019 ଲୋକସଭା ନିର୍ବାଚନରେ ଗୁରୁରାଟ ଗାନ୍ଧୀନଗର ଆସନରୁ 9ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଶାହ । ସେତେବେଳେ ଅମିତ ଶାହଙ୍କ ପ୍ରତିଦ୍ବନ୍ଦୀ ଥିଲେ ସିଜେ ଚାଓ୍ବଡା । ପ୍ରାୟ 5ଲକ୍ଷରୁ ଅଧିକ ଭୋଟ଼ରେ ଜିତିଥିଲେ ଶାହ।

ABOUT THE AUTHOR

...view details