ETV Bharat / bharat

କାର୍ତ୍ତିକ ପୂର୍ଣ୍ଣିମାରେ ଖୁସି ଖବର, ପୁଣି କମିଲା ସୁନା ଦର - GOLD PRICE DROP

ଗ୍ରାହକଙ୍କ ପାଇଁ ଖୁସି ଖବର । କାର୍ତ୍ତିକ ପୂର୍ଣ୍ଣିମାରେ ପୁଣି କମିଲା ସୁନା ଦର । 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 75 ହଜାର 650 ଟଙ୍କା ।

Gold Price Drop
Gold Price Drop (ETV Bharat)
author img

By ETV Bharat Odisha Team

Published : Nov 15, 2024, 10:57 AM IST

Updated : Nov 15, 2024, 11:03 AM IST

ହାଇଦ୍ରାବାଦ: ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି କମିଲା ସୁନା ଦର । ଗତ କିଛି ଦିନ ତଳେ ମଧ୍ୟ ହ୍ରାସ ହୋଇଥିଲା । ଏବେ ପୁଣି ଥରେ ଖସିଛି ସୁନା ଦର । 70 ହଜାର ତଳକୁ ଖସିଛି ସୁନାଦର । 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 75 ହଜାର 650 ଟଙ୍କା ରହିଛି । ସେହିପରି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ରହିଛି 69, 350 ଟଙ୍କା ରହିଛି । ତେବେ ସହର ଅନୁସାରେ ଦର ମଧ୍ୟ ଭିନ୍ନ ରହିଛି । ଅନ୍ୟପଟେ ଦର କମିବା ପରେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।

24 କ୍ୟାରେଟ୍ ସୁନାଦର ଆଜି କେଉଁଠି କେତେ?

ସହର24 କ୍ୟାରେଟ୍ ସୁନା ଦର
ଭୁବନେଶ୍ବର 10 ଗ୍ରାମ 75, 650
କୋଲକାତା10 ଗ୍ରାମ75, 760
ହାଇଦ୍ରାବାଦ10 ଗ୍ରାମ75, 760

ଗତକାଲି ସୁନା ଦର:

ଗତକାଲି ମଧ୍ୟ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିଲା । ଦିଲ୍ଲୀରେ 24 କ୍ୟାରେଟ୍ ସୁନା ଦର ଥିଲା 10 ଗ୍ରାମ ପିଛା 77 ହଜାର ଟଙ୍କା । ସେହିପରି ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଭୁବନେଶ୍ବରରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 76, 850 ଟଙ୍କା ରହିଥିଲା । ଆଜି ଏହାର ଆହୁରି ହ୍ରାସ ପାଇଥିବାରୁ ବେଶ ଖୁସି ଗ୍ରାହକ ।

ଏହା ବି ପଢନ୍ତୁ...ଖୁସି ଖବର, କମିଲା ସୁନା ଦର

ଏହା ବି ପଢନ୍ତୁ...୮୨ ହଜାର ଛୁଇଁଲା ସୁନା ଦର, ଧନତେରସରେ ଗହଣା ଦୋକାନରେ ପ୍ରବଳ ଭିଡ

ଏହା ବି ପଢନ୍ତୁ...ବ୍ରହ୍ମପୁରରେ ସୁନା ଦୋକାନରେ ପ୍ରବଳ ଭିଡ, ଧନତେରାସରେ ଅଳଙ୍କାର କିଣିନିଲେ ଲୋକେ

ଧନତେରସରେ ବଢିଥିଲା:

ମୁଖ୍ୟତଃ ଧନତେରସରେ ସୁନା ଭଳି ଧାତୁ କ୍ରୟ କରିବା ଦ୍ବାରା ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ କରାଯାଏ । ତେଣୁ ଧନତେରସରେ ବହୁ ପରିମାଣରେ ସୁନା କ୍ରୟ କରିଥାଆନ୍ତି ଗ୍ରାହକ । ଧନତେରସକୁ ନଜରରେ ରଖି ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ୮୦ ହଜାର ଅତିକ୍ରମ କରିଥିଲା ସୁନା ଦର । ଏଣୁ ବେଶ ଲାଭବାନ ହୋଇଥିଲେ ବ୍ୟବସାୟୀ । ଆଗକୁ ଆସୁଛି ବିବାହ ସିଜିନ ଆସୁଥିବାବେଳେ ଦର ଅଧିକ ଥିବାରୁ ସୁନା କିଣିବାକୁ ଚିନ୍ତା କରୁଥିବା ଗ୍ରାହକଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ପୂର୍ବରୁ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିବାବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ପୁଣି ଥରେ କମିଛି ଦର, ଆଉ ଗ୍ରାହକଙ୍କୁ ମିଳିଛି ଖୁସି ଖବର ।

Last Updated : Nov 15, 2024, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.