ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ, ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ

ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଛି । ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ ସୂଚନା ।

ପ୍ରଥମ ପର୍ୟ୍ୟାୟରେ ଝାଡଖଣ୍ଡର 43 ଆସନରେ ଭୋଟିଂ ଜାରି
ପ୍ରଥମ ପର୍ୟ୍ୟାୟରେ ଝାଡଖଣ୍ଡର 43 ଆସନରେ ଭୋଟିଂ ଜାରି (ETV Bharat odisha)
author img

By ETV Bharat Odisha Team

Published : Nov 13, 2024, 11:21 AM IST

Updated : Nov 13, 2024, 5:42 PM IST

ରାଞ୍ଚି: ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଭୋଟିଂ ହୋଇଛି । ମୋଟ 81 ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ 43ଟି ଆସନରେ ଭୋଟ ଗ୍ରହଣ ହେଉଛି । ଆଜି ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ଭାବେ ମୋଟ 683 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଆଜି ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ପୂର୍ବତନ ସାଂସଦ ଗୀତା କୋରା ପ୍ରମୁଖ ରହିଛନ୍ତି ।

  • ଭୋଟରଙ୍କ ମଧ୍ୟରେ ଉତ୍ସାହ

ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ ହୋଇଥିବା ଜଣାପଡିଛି । ଅପରାହ୍ନ 3ଟା ସୁଦ୍ଧା 59.28 ପ୍ରତିଶତ ମତଦାନ ହୋଇଥିବାବେଳେ 1ଟା ସୁଦ୍ଧା 46.25 ପ୍ରତିଶତ ଭୋଟିଂ ହୋଇଥିଲା । ଝାଡଖଣ୍ଡର ମୋଟ 2.60 କୋଟି ଭୋଟରଙ୍କ ମଧ୍ୟରୁ ଆଜି 1.37 କୋଟି ମତାଧିକାର ସାବ୍ୟସ୍ତ କରିବା ନେଇ ସୂଚନା ରହିଥିଲା । ଏଥିପାଇଁ 15 ହଜାର 344 ମତଦାନ କେନ୍ଦ୍ରରେ ହୋଇଛି ମତଦାନ । ସେଥିମଧ୍ୟରୁ 12,700 ଭୋଟିଂ ସେଣ୍ଟର ସହରାଞ୍ଚଳରେ ଥିବାବେଳେ ଅବଶିଷ୍ଟ ପୁଲିଂ ବୁଥ ଗ୍ରାମାଞ୍ଚଳରେ ରହିଥିଲା ।

  • କେଉଁ ବର୍ଗରୁ କେତେ ପ୍ରାର୍ଥୀ:-

ଚଳିତ ପର୍ଯ୍ୟାୟରେ ମୋଟ 683 ପ୍ରାର୍ଥୀଙ୍କ ମଧ୍ୟରୁ 609 ପୁରୁଷ ଓ 73 ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । 43 ଆସନ ମଧ୍ୟରୁ 17 ଟିରେ ଅଣସଂରକ୍ଷିତ ବା ସାଧାରଣ ବର୍ଗର ପ୍ରାର୍ଥୀ ରହିଛନ୍ତି । ଅନ୍ୟ ସଂରକ୍ଷିତ ଆସନରେ 20ଜଣ ଅନୁସୂଚିତ ଜନଜାତି (ଏସଟି) ଓ 6 ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

  • ସଂଧ୍ୟାରେ ସରିବ ଭୋଟିଂ:

5ଟା 30ରେ ମତଗ୍ରହଣ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯିବ । 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତାମାସ (ଡିସେମ୍ବର) 3 ତାରିଖରେ ମତଗଣନା ଓ ଜନାଦେସ ପ୍ରକାଶ ପାଇବ । ମହାରାଷ୍ଟ୍ର ସହିତ ଝାଡଖଣ୍ଡର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।

ଏହା ମଧ୍ୟ ପଢନ୍ତୁ:- ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ: ୱାୟନାଡ ଲୋକସଭା ସହ 31 ବିଧାନସଭା ଆସନରେ ଉପନିର୍ବାଚନ

ଅନ୍ୟପଟେ ଆଜି 10 ରାଜ୍ୟରେ 31 ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟିଂ ହୋଇଛି । ରାଜସ୍ଥାନ 7, ପଶ୍ଚିମବଙ୍ଗ 6, ଆସାମ 5, ବିହାର 4, କର୍ଣ୍ଣାଟକ 3, ମଧ୍ୟ ପ୍ରଦେଶ 2 ଆସନ ସହ ଛତିଶଗଡ, ଗୁଜୁରାଟ, କେରଳ ଓ ମେଘାଳୟରେ ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହୋଇଛି । କେରଳର ଚର୍ଚ୍ଚିତ ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହୋଇଛି । ଏଠାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2024, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.