ETV Bharat / state

ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN CHARAN MAJHI

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇନଭେଷ୍ଟରଙ୍କୁ ଆକୃଷ୍ଟ କରିବେ ମୁଖ୍ୟମନ୍ତ୍ରୀ । ବିଦେଶରୁ ଓଡିଶା ଆସିବ ପୁଞ୍ଜି ।

CM MOHAN CHARAN MAJHI
CM MOHAN CHARAN MAJHI (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 10:03 PM IST

ଭୁବନେଶ୍ବର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିଳ୍ପର ଦ୍ରୁତ ବିକାଶ ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଏବଂ ଆର୍ଥିକ ଅଭିବୃଦ୍ଧି ଘଟାଇବା ଉଦ୍ଦେଶ୍ୟ ରଖି ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରର ଶିଳ୍ପପତି, ନିବେଶକଙ୍କ ସହ ଆଲୋଚନା କରିବେ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ସିଙ୍ଗାପୁର ଯିବେ । ସେପଟେ ଚୁକ୍ତି କରିଥିବା ବଡ଼ବଡ଼ ଶିଳ୍ପ ଅନୁଷ୍ଠାନ ଓଡ଼ିଶାରେ ପ୍ରକଳ୍ପରୁ ଓହରିଯିବା ଆରମ୍ଭ କଲେଣି । ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛି ବିଜେଡି ।

ଓଡିଶାକୁ ଆସିବ ପୁଞ୍ଜି:

BJD On CM Visit Singapore (ETV Bharat Odisha)

ସୂଚନା ଅନୁଯାୟୀ, ଆସନ୍ତାକାଲି ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୧୭ରୁ ୨୦ ତାରିଖ ଯାଏ ସିଙ୍ଗାପୁରରେ ଇନଭେଷ୍ଟର୍ସ ମିଟ୍‌ ହେବ । ସିଙ୍ଗାପୁରରେ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ମଧ୍ୟ ସିଙ୍ଗାପୁର ଗସ୍ତ କରିବେ । ଓଡିଶାର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ ଉତ୍ତରାଧିକାରର ପ୍ରତୀକ ଅଟେ । ବିଶ୍ଵର ପୁଞ୍ଜି ବିନିଯୋଗ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶାର ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ବିକାଶକୁ ଆହୁରି ଆଗକୁ ନେବାକୁ ଏକ ପ୍ରତିନିଧୀ ଦଳ ସିଙ୍ଗାପୁରର ଶିଳ୍ପପତି, ନିବେଶକଙ୍କ ସହ ସମ୍ଭାବ୍ୟ ସହଯୋଗ ଏବଂ ସୁଯୋଗ ଅନୁସନ୍ଧାନ କରିବେ । ବିଶ୍ୱସ୍ତରୀୟ ପୁଞ୍ଜି ବିନିଯୋଗ ମାନଚିତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ରାଜ୍ୟ ଭାବେ ସ୍ଥାନିତ କରି ଆଗାମୀ ଉତ୍କାର୍ଶ ଓଡ଼ିଶା ୨୦୨୫ ସମ୍ମିଳନୀ ପୂର୍ବରୁ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଏହି ପରିଦର୍ଶନ ରାଜ୍ୟର ବ୍ୟାପକ ଦର୍ଶନର ଏକ ଅଂଶ ବିଶେଷ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ନିବେଶକାରୀଙ୍କ ପାଇଁ ବାତାବରଣ ସୃଷ୍ଟି କରନ୍ତୁ ମୁଖ୍ୟମନ୍ତ୍ରୀ:

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, "ଯଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୁଞ୍ଜି ଆଣିବାକୁ ସିଙ୍ଗାପୁର ଯାଉଛନ୍ତି ତେବେ ଏହା ଏକ ସ୍ବାଗତ ଯୋଗ୍ୟ ଅଟେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେବା ଉଚିତ୍ । ଯେଉଁ ନିବେଶକାରୀ ଓଡ଼ିଶା ସହିତ ପୂର୍ବରୁ ଚୁକ୍ତି କରିଛନ୍ତି, ସେମାନେ କିପରି ଓଡ଼ିଶାରେ ପୁଞ୍ଜି ନିବେଶ ଆନୁକୂଳ କରିବେ ସେ ବାତାବରଣ ଓଡିଶାରେ କରିବା ଦରକାର । ଆଗରୁ ମଧ୍ୟ କହିଛି ଜଣେ ଶିଳ୍ପପତିକୁ ଉତ୍ତମ ବାତାବରଣ ଦରକାର । ସେ ବିଶ୍ୱାସ ରାଜ୍ୟ ସରକାର ଦେବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ ସେପରି ବାତାବରଣ ସୃଷ୍ଟି କରନ୍ତୁ । ପୂର୍ବ ସରକାରରେ ବହୁ ବଡ଼ ବଡ଼ ଅନୁଷ୍ଠାନମାନଙ୍କ ସହିତ ଚୁକ୍ତି କରିଥିଲେ ହେଲେ ଏବେ ସେମାନେ ପଳାଇବାକୁ ବସିଲେଣି । ନିପନ୍ ଷ୍ଟିଲ, JSWର ଯେହେତୁ ଏମଓୟୁ ହୋଇଛି, ସେମାନେ କେମିତି ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ସେ ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.