ETV Bharat / bharat

କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି କରାଯାଏ ଦୀପଦାନ ? ଜାଣନ୍ତୁ ଦେବ ଦୀପାବଳି ରୀତି ନୀତି - LAMP LIGHTING RITUALS DEEPA DANA

ଧର୍ମମାସ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବ ଦୀପାବଳି, କରାଯାଏ ଦୀପ ଦାନ । ଓଡ଼ିଶାରେ ରହିଛି ନିଆରା ପରମ୍ପରା ।

Lamp Lighting Rituals
Lamp Lighting Rituals (ETV Bharat)
author img

By ETV Bharat Odisha Team

Published : Nov 14, 2024, 4:42 PM IST

ହାଇଦ୍ରାବାଦ: ନଭେମ୍ବର ୧୫(ଆସନ୍ତାକାଲି) କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ପ୍ରଦୀପ ପ୍ରଜ୍ବଳନ କରି ଜଳାଶୟରେ ଦୀପଦାନ ( Deepa Dana) କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ମଧ୍ୟ ପାଳନ କରାଯାଏ । ସେହିପରି ଓଡ଼ିଶାରେ କାହିଁ କେଉଁ ଆବାହମାନ କାଳରୁ ନିଆରା ଢଙ୍ଗରେ ପାଳନ ହୁଏ କାର୍ତ୍ତିକ ପୂର୍ଣ୍ଣିମା । ଦୀପଦାନ ସହ ହୁଏ ଡଙ୍ଗା ଭସା । ପୂର୍ବରୁ ଜଳପଥ ଦେଇ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିବା ଓଡ଼ିଆ ବଣିକଙ୍କ ଉଦ୍ଦେଶ୍ୟରେ ଏହି ପର୍ବ ପାଳନ ହୋଇଆସୁଛି ।

'ଦୀପୋତ୍ସବ'ର ମହତ୍ତ୍ବ:

ପୌରାଣିକ କଥା ଅନୁସାରେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ଜଣେ ରାକ୍ଷସକୁ ବଦ୍ଧ କରିଥିଲେ । ଯାହାକୁ ସ୍ମରଣ କରି ଦେବତାଗଣ ଗଙ୍ଗା ନଦୀକୂଳରେ ଦେବ ଦୀପାବଳି ପାଳନ କରୁଥିବା ନେଇ ବିଶ୍ବାସ ରହିଛି । ଏହାକୁ 'ଦୀପୋତ୍ସବ' ବୋଲି କୁହାଯାଇଥାଏ । ଯେଉଁଥିପାଇଁ ଦୀପଦାନର ମହତ୍ତ୍ବ ବଢ଼ିଯାଇଥାଏ । ଦୀପଦାନ କରିବାର ରହିଛି ଅନେକ ଫାଏଦା ।

Lamp Lighting Rituals
Lamp Lighting Rituals (ETV Bharat Odisha)

ଦୀପଦାନ ପଛରେ ବିଶ୍ବାସ:

୧. ପିତୃଦୋଷରୁ ମୁକ୍ତି ପାଇଁ ଦୀପଦାନ କରାଯାଏ

୨. ଦୀପଦନ ଦ୍ବାରା ଲକ୍ଷ୍ମୀମାତା ଓ ଭଗବାନ ପ୍ରସନ୍ନ ହୋଇଥାନ୍ତି

୩. ଯମ, ଶନି, ରାହୁ, କେତୁ ଆଦି ଗ୍ରହଙ୍କ କୁପ୍ରଭାବ ପଡିନଥାଏ

୪. ଦୀପଦନ ଦ୍ବାରା ମୋକ୍ଷ ପ୍ରାପ୍ତି ହୁଏ

୫. ଘରେ ଧନ ସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ବାସ କରାଯାଏ

ଏହା ବି ପଢନ୍ତୁ...ପଞ୍ଚୁକ ତୃତୀୟ ଦିନ: ତ୍ରିବିକ୍ରମ ବେଶରେ ଝଲସୁଛନ୍ତି ଶ୍ରୀଜୀଉ

ଏହା ବି ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଆସିବେ ଲକ୍ଷାଧିକ ଭକ୍ତ, ଦେଖିବେ ରାଜାଧିରାଜ ବେଶ

ଏହା ବି ପଢନ୍ତୁ...ବାଲିଯାତ୍ରା ବୁଲିବେ ବିଦେଶୀ ପ୍ରତିନିଧି, ଜଳପଥରେ ସ୍ୱାଗତ କରିବ ପ୍ରଶାସନ

ଦୀପଦାନ କିପରି କରାଯାଏ ?

  • ଯେକୌଣସି ମାଟି ତିଆରି ଦ୍ବୀପରେ ତେଲ ଓ ସଳିତା ଦିଆଯାଇ ମନସ୍କାମନା ପୂରଣ ପାଇଁ ପ୍ରଜ୍ବଳନ କରି ପ୍ରାର୍ଥନା କରିପାରିବେ । ହେଲେ ଏହାର ସଂଖ୍ୟା ନିୟମ ଅନୁସାରେ ଧାର୍ଯ୍ୟ ହୋଇଥାଏ ।
  • ଅଟାରେ ଛୋଟ ଦ୍ବୀପ ଆକୃତି ତିଆରି କରି ସେ ମଧ୍ୟରେ ଘିଅ କିମ୍ବା ତେଲ ଦେଇ ସଳିତା ଜଳାଇ ନଦୀ କିମ୍ବା ଅନ୍ୟ ଜଳାଶୟରେ ଭସାଇ ପାରିବେ ।
  • ସବୁଠୁ ବଡ଼ କଥା ହେଉଛି, ଦେବାଦେବୀଙ୍କ ମନ୍ଦିରରେ ଦୀପ ସିଧାସଳଖ ଭୂମିକୁ ସ୍ପର୍ଶ କରିବା ଅନୁଚିତ ବୋଲି କୁହାଯାଏ । ତେଣୁ ଏହାକୁ ଚାଉଳ ଉପରେ ରଖାଯାଏ ।

ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ପରମ୍ପରା:

ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାରେ ସମସ୍ତେ ଭୋରରୁ ଉଠି ସ୍ନାନ କରି ଦୀପ, ଧୂପ, ପାନ ଗୁଆ ନେଇ ଛୋଟ ଛୋଟ ଡଙ୍ଗା ଉପରେ ରଖି ପୂଜର୍ଚ୍ଚନା କରି ଡଙ୍ଗା ଭସାଇଥାନ୍ତି । କଳିଙ୍ଗ ରାଜ୍ୟର ସାଧବ ପୁଅମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେହି ସମୟରେ ବୋଟର ବ୍ୟବସ୍ଥା ନଥିଲା । ପବନ ଚାଳିତ ବୋଇତ ଦ୍ୱାରା ସାଧବ ପୁଅମାନେ ଜାଭା, ସୁମାତ୍ରା , ବାଲି , କାମ୍ବୋଡିଆ ଆଦି ଦେଶକୁ ବାଣିଜ୍ୟ କାରବାର କରିବା ପାଇଁ ଯାଉଥିଲେ । ସେଠାରେ ବାଣିଜ୍ୟ କରି ଫେରିବା ସମୟରେ ମହାନଦୀର ବାଲିରେ ଏକ ମେଳା ଆୟୋଜନ ହେଉଥିଲା। ସେହି ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ କଟକରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ବାଲିଯାତ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.