ଲକ୍ଷ୍ନୌ:ଭବ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୁମଧାମର ସହିତ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ଦେଶର କୋଣ ଅନୁକୋଣରୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିବା ଅତିଥିଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି ଅତିଥି ମଣ୍ଡଳୀଙ୍କୁ ପ୍ରଦାନ କରାଯିବ 'ମହାପ୍ରସାଦ' । ଏଥିରେ ରାମଲାଲାଙ୍କ ଆଶୀର୍ବାଦ ସ୍ବରୂପ ଅନେକ ସାମଗ୍ରୀ ମଧ୍ୟ ରହିଛି ।
'ମହାପ୍ରସାଦ'ରେ କଣ ରହିଛି ? :-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ବିଶେଷ ବ୍ୟକ୍ତି ଯୋଗଦାନ କରିଥିଲେ । ଫଳରେ ରାମମୟ ହୋଇଥିଲା ଅଯୋଧ୍ୟା ନଗରୀ । ମନ୍ଦିରକୁ ରଙ୍ଗବେରଙ୍ଗର ପୁଷ୍ପରେ ସୁସଜ୍ଜିତ କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ହୃଦୟରେ ଭରିଯାଇଥିଲା ଦିବ୍ୟ ଅନୁଭବ । ତେବେ ଏହି ଅତିଥିଙ୍କ ଲାଗି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ରୂପରେ ମହାପ୍ରସାଦ ପ୍ରଦାନ କରାଯିବ । ଏକ କପଡ଼ାର ମୁଣିରେ ତୁଳସୀ ମାଳ, ଅଙ୍ଗ ବସ୍ତ୍ର, ପିତଳ ଦୀପ ଓ ଅଯୋଧ୍ୟା ରାମ ମନ୍ଦିର ଉପରେ ଆଧାରିତ ଏକ ବୁକଲେଟ୍ ପ୍ରଦାନ କରାଯିବ । ଏହାସହିତ ରାମ ମନ୍ଦିରର ଏକ ମଡେଲ ମଧ୍ୟ ପ୍ରଦାନ କରାଯିବ ।
ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ