ନୂଆଦିଲ୍ଲୀ:ଦେଶର ନ୍ୟାୟପାଳିକା ଉପରେ ଚାପପ୍ରୟୋଗ । ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଲେ ଦେଶର 600 ଆଇନଜୀବୀ । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାକୁ ନେଇ ଆମେ ଚିନ୍ତିତ ବୋଲି ଲେଖି ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ଦେଶର 600 ଆଇନଜୀବୀ । ଚିଠି ଲେଖିଥିବା ଓକିଲଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ ସାଲଭେ, ପିଙ୍କି ଆନନ୍ଦ, ମନନ କୁମାର ମିଶ୍ର, ହିତେଶ ଜୈନଙ୍କ ପରି ଆଇନଜୀବୀ ସାମିଲ ରହିଛନ୍ତି । ନ୍ୟାୟପାଳିକାର ସାର୍ବଭୌମତ୍ବ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଉଥିବା ଚିଠିରେ ଲେଖାଯାଇଛି ।
ଓକିଲମାନେ ଦାବି କରି କହିଛନ୍ତି, "ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କୋର୍ଟ ଦ୍ବାରା ନିଆଯାଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ରଣନୀତି ଆପଣାଉଛନ୍ତି । ବିଶେଷ କରି ରାଜନୈତିକ ନେତା ଏବଂ ଭ୍ରଷ୍ଟାଚାର ମାମଲାରେ ଜଡିତ ଅଭିଯୋଗରେ ଉପରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି । ଚାପ ପ୍ରୟୋଗ କରିବା ପାଇଁ ରଣନୀତି ଗଣତାନ୍ତ୍ରିକ ଗଠନ ଏବଂ ବିଶ୍ବାସ ପ୍ରତି ବିପଦ ସୃଷ୍ଟି କରୁଛି । " ଆସନ୍ତା ମାସରେ ଲୋକସଭା ନିର୍ବାଚନ ରହିଥିବା ବେଳେ ଏଭଳି ଚିଠି ଲେଖିଛନ୍ତି ଆଇନଜୀବୀ ।
ନ୍ୟାୟପାଳିକାର ସୁବର୍ଣ୍ଣ ଯୁଗକୁ ନେଇ କରାଯାଉଛି ମିଥ୍ୟା ପ୍ରଚାର:ସିଜେଆଇଙ୍କୁ ଲେଖାଯାଇଥିବା ଚିଠିରେ ଓକିଲମାନେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକାର ତଥାକଥିତ ସୁବର୍ଣ୍ଣ ଯୁଗକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ବର୍ତ୍ତମାନ ଚାଲିଥିବା କ୍ରିୟା କ୍ଷୁର୍ଣ୍ଣ ହୋଇପାରିବ ଏବଂ କୋର୍ଟରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବା ପାଇଁ ଏହା କରାଯାଉଛି । ଏହି ଗୋଷ୍ଠୀ ଏକ ରଣନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି । ରୈଜନୈତିକ ଏଜେଣ୍ଡା ଆଧାରରେ କୋର୍ଟର ନିଷ୍ପତ୍ତିକୁ ସମାଲୋଚନା କିମ୍ବା ପ୍ରଶଂସା କରୁଛନ୍ତି ।