ହାଇଦ୍ରାବାଦ:ମଣିଷ ଜନ୍ମ ଦ୍ୱାରା ପାରିବାରିକ ସମ୍ପର୍କ ପାଇଥାଏ । ଜନ୍ମ ସମୟରେ ପିତା-ମାତା, ଭାଇ ଏବଂ ଭଉଣୀ ପରି ଆମେ ଏହି ସମସ୍ତ ସମ୍ପର୍କ ପାଇଥାଉ । କିନ୍ତୁ ବନ୍ଧୁତା ହେଉଛି ଏକ ସମ୍ପର୍କ ଯାହାକୁ ଆମେ ନିଜେ ବାଛୁ । ବନ୍ଧୁତା... ରକ୍ତର ସମ୍ପର୍କ ନୁହେଁ କିନ୍ତୁ ଏହା ଏକ ପବିତ୍ର ସମ୍ପର୍କ, ଯାହା ଅନାବିଳ ପ୍ରେମ, ବିଶ୍ବାସ ଓ ଭରସାର ପ୍ରତୀକ । ପ୍ରକୃତ ବନ୍ଧୁ ହେଉଛନ୍ତି ଯିଏ, ଆମକୁ ଭୁଲ ପଥରେ ଚାଲିବା ଠାରୁ ରକ୍ଷା କରନ୍ତି ଏବଂ ଖରାପ ସମୟରେ ଏକ ଦୃଢ ସ୍ତମ୍ଭ ପରି ଆମ ସହିତ ଠିଆ ହୁଅନ୍ତି । ଭାରତୀୟ ପରମ୍ପରାରେ ବନ୍ଧୁମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ।
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (ETV Bharat Odisha) - ଯୁଗେ-ଯୁଗେ ରହିଛି ବନ୍ଧୁତାର ନିଚ୍ଛକ ଉଦାହରଣ
ବନ୍ଧୁତା କେବଳ ଆଧୁନିକ ସମାଜରେ ସୀମିତ ନୁହେଁ । ପୂରଣରେ ମଧ୍ୟ ରହିଛି ବନ୍ଧୁତାର ବର୍ଣ୍ଣନା । ସେଥିମଧ୍ୟରୁ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମା, ଶ୍ରୀକୃଷ୍ଣ-ଦ୍ରୌପଦୀ, ଶ୍ରୀକୃଷ୍ଣ-ଅର୍ଜୁନଙ୍କ ମଧ୍ୟରେ ବନ୍ଧୁତ୍ୱର ଉତ୍କୃଷ୍ଟ ଉଦାହରଣର ବର୍ଣ୍ଣନା ରହିଛି । ବନ୍ଧୁତ୍ୱର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର, ଯାହାର କୌଣସି ମୂଲ୍ୟ ଦେବା ସମ୍ଭବ ନୁହେଁ । ଏହି ବିଶେଷ ସମ୍ପର୍କକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ସାରା ବିଶ୍ୱରେ ବନ୍ଧୁତା ଦିବସ ପାଳନ କରାଯାଏ । ତେବେ ଆଜି ବନ୍ଧୁତା ଦିବସରେ ଜୀବନ ପଥରେ ସାଙ୍ଗର ଭୂମିକା କଣ ରହିଥାଏ, ଜାଣନ୍ତୁ,
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (ETV Bharat Odisha) - କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱ
ଶ୍ରୀକୃଷ୍ଣ ଏବଂ ସୁଦାମା ମଧ୍ୟରେ ବନ୍ଧୁତା ଏକ ଉଦାହରଣ । ଯେତେବେଳେ କୃଷ୍ଣ ବାଲ୍ୟକାଳରେ ଋଷି ସନ୍ଦୀପନଙ୍କ ଅଧୀନରେ ପଢୁଥିଲେ, ସେତେବେଳେ ସେ ସୁଦାମାଙ୍କ ସହ ବନ୍ଧୁତା କରିଥିଲେ । କୃଷ୍ଣ ଏକ ରାଜ ପରିବାରରେ ଏବଂ ସୁଦାମା ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସମଗ୍ର ବିଶ୍ୱ ସେମାନଙ୍କ ବନ୍ଧୁତାକୁ ପ୍ରଶଂସା କରେ । ଶିକ୍ଷା ସମାପ୍ତ ହେବା ପରେ ଭଗବାନ କୃଷ୍ଣ ରାଜା ହୋଇଥିଲେ, ଅନ୍ୟପଟେ ସୁଦାମାଙ୍କର ଦାରିଦ୍ର କଷ୍ଟ ଆରମ୍ଭ ହୋଇଥିଲା । ରାଜା ଓ ଜଣେ ଦରିଦ୍ର ବ୍ରାହ୍ମଣଙ୍କ ବନ୍ଧୁତା ବେଶ ରୋଚକ ।
- ଆଖିର ଲୁହରେ ସୁଦାମାଙ୍କୁ ପାଦ ଧୋଇଥିଲେ ଶ୍ରୀକୃଷ୍ଣ
ପତ୍ନୀଙ୍କ ଜିଦ୍ରେ ରାଜି ହୋଇ ସୁଦାମା ତାଙ୍କ ପିଲାଦିନର ବନ୍ଧୁ କୃଷ୍ଣଙ୍କୁ ଭେଟିବା ପାଇଁ ଦ୍ୱାରକା ଯାଇଥିଲେ । ଯେତେବେଳେ ରାଜା ଶ୍ରୀକୃଷ୍ଣ ତାଙ୍କ ବନ୍ଧୁ ସୁଦାମାଙ୍କ ଆସିବାର କଥା ଜାଣିଥିଲେ । ତାଙ୍କୁ ଭେଟିବାକୁ କୃଷ୍ଣ ଖାଲି ପାଦରେ ଦୌଡିଥିଲେ ଏବଂ ତାଙ୍କୁ ଆଖିର ଲୁହରେ ସୁଦାମାଙ୍କ ପାଦ ଧୋଇଥିଲେ । ପରେ କୃଷ୍ଣ ତାଙ୍କୁ ପଚାରିଲେ, ବନ୍ଧୁ, ତୁମେ ମୋ ପାଇଁ କଣ ଆଣିଛ ? ସୁଦାମାଙ୍କ ପତ୍ନୀ ଦେଇଥିବା ଖୁଦ ଭଜାକୁ ନେଇ ଖୁସିରେ ଭଗବାନ ଶ୍ରୀକୃଷ୍ଣ ଖାଇଥିଲେ ଏବଂ ପରେ ସୁଦାମାଙ୍କ କଷ୍ଟ ବୁଝି ଦାରିଦ୍ର୍ୟ କଷ୍ଟ ଦୂର କରିଥିଲେ ।
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (ETV Bharat Odisha) 'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (ETV Bharat Odisha) - ଶ୍ରୀକୃଷ୍ଣ ଏବଂ ଅର୍ଜୁନ- ଦ୍ରୌପଦୀଙ୍କ ବନ୍ଧୁତା
ସେହିପରି ମହାଭାରତରେ ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ସର୍ବୋତ୍ତମ ଥିଲା । ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଓ ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀ । ଦ୍ରୌପଦୀଙ୍କୁ ଅର୍ଜୁନ ବିବାହ କରିଥିଲେ । ଏହି ଦୁହିଁଙ୍କ ବନ୍ଧୁ ଥିଲେ ଶ୍ରୀକୃଷ୍ଣ । ପ୍ରତ୍ୟେକ ପରିସ୍ଥିତିରେ ସେ ଉଭୟଙ୍କୁ ସାହାଯ୍ୟ କରିଥିଲେ । ଅର୍ଜୁନ ତାଙ୍କର ପ୍ରିୟ ବନ୍ଧୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ମଧ୍ୟ ସବୁକିଛି ଗ୍ରହଣ କରିଥିଲେ । ଶ୍ରୀକୃଷ୍ଣଙ୍କ ନୀତି ଅନୁଯାୟୀ ଏହି ଯୁଦ୍ଧ ହୋଇଥିଲା ଏବଂ ପାଣ୍ଡବମାନେ ଜିତିଥିଲେ । ସେମାନଙ୍କର ବନ୍ଧୁତ୍ୱର ଶିକ୍ଷା ହେଉଛି ଯେ ଜଣେ ବନ୍ଧୁଙ୍କୁ ସଠିକ୍ ଉପଦେଶ ଦେବା ଉଚିତ୍ ଏବଂ ସାଙ୍ଗର ପରାମର୍ଶକୁ ମଧ୍ୟ ଅନୁସରଣ କରିବା ଉଚିତ । ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହି ସମୟରେ ଦ୍ରୌପଦୀ ତାଙ୍କ ପୋଷାକରୁ ଏକ କପଡା ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ଜନସମାବେଶରେ ଦ୍ରୌପଦୀଙ୍କୁ ଅସମ୍ମାନ କରାଯାଇଥିଲା, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ଆଙ୍ଗୁଠିରେ ବନ୍ଧା ହୋଇଥିବା କପଡ଼ାର ଋଣ ଫେରାଇ ଦେଇଥିଲେ ।
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (Getty) ବନ୍ଧୁତ୍ୱ ଦିବସ ବିଷୟରେ କହିବାକୁ ଗଲେ ଏହା ୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଆରମ୍ଭ ହୋଇଥିଲା । ହଲମାର୍କ କାର୍ଡର ପ୍ରତିଷ୍ଠାତା ଜୋଏସ୍ ହଲ୍ ପ୍ରଥମେ ବନ୍ଧୁତ୍ୱକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନର ଏହି ଅବଧାରଣାକୁ ପ୍ରୋତ୍ସାହିତ କରିଥିଲେ । ପୂର୍ବରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିଲା । ପରେ ଦେଶ ତଥା ବିଦେଶରେ ବନ୍ଧୁତ୍ୱ ଦିବସର ଲୋକପ୍ରିୟତା ବଢିବାରେ ଲାଗିଲା । ୨୦୧୧ ମସିହାରେ, ମିଳିତ ଜାତିସଂଘ ୩୦ ଜୁଲାଇକୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବରେ ସାଂସ୍କୃତିକ ସମ୍ପର୍କ ସ୍ଥାପନ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ବନ୍ଧୁତ୍ୱର ଗୁରୁତ୍ୱ ଉପରେ ଧ୍ୟାନ ଦେଇଥିଲା ।
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (Getty) 'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (Getty) ଏହା ମଧ୍ୟ ପଢନ୍ତୁ:ସର୍ତ୍ତ-ସ୍ବାର୍ଥଠୁ ଊର୍ଦ୍ଧ୍ବରେ ଏ ସମ୍ପର୍କ
- ଭାରତରେ ବନ୍ଧୁତା ଦିବସ 2024 ମହତ୍ତ୍ୱ ଓ ଉଦ୍ଦେଶ୍ୟ:-
ସମସ୍ତଙ୍କ ଜୀବନରେ ବନ୍ଧୁମାନେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡେ' ବା 'ବନ୍ଧୁତା ଦିବସ' ଭାବରେ ପାଳନ କରାଯାଏ । ଏହି ବିଶେଷ ଦିନରେ ପୁରୁଣା ସାଙ୍ଗମାନଙ୍କ ସହ ପୁନଃ ସଂଯୋଗ ହେବାର ସୁଯୋଗ ନେଇଥାଏ, ସମ୍ପର୍କକୁ ସୁଧାରନ୍ତି । ଏହି ଦିନ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ଏହାସହ ନିଜର ବନ୍ଧୁତ୍ବ ଜଣାଇବା ପାଇଁ ଜଣେ ଆଉ ଜଣଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ହେଲେ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ବନ୍ଧୁତ୍ୱ ଦିବସର ବାର୍ତ୍ତା ବୃଦ୍ଧି କରିବାରେ ଡିଜିଟାଲ୍ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡିକ ସୋସିଆଲ ମିଡିଆ, ବ୍ଲଗ୍, ଏବଂ ୱେବସାଇଟ୍ ବ୍ୟବହାର କରି ପ୍ରେରଣାଦାୟକ କାହାଣୀ ଏବଂ ଏକତାର ବାର୍ତ୍ତା ସମଗ୍ର ବିଶ୍ୱରେ ବନ୍ଧୁ ଏବଂ ସମ୍ପ୍ରଦାୟରେ ପହଞ୍ଚିବା ପାଇଁ ବ୍ୟବହାର କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ