ବେଙ୍ଗାଲୁରୁ:କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ । ଏହି ଅଘଟଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରୁଛି । ଏସିପି ରୀନା ସୁବର୍ଣ୍ଣା ଓ ମରଠ ହଲ୍ଲି ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ବିସ୍ଫୋରଣର ଅଭିଯୁକ୍ତ ଏକ ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ମଧ୍ୟ ସ୍ପଷ୍ଟ କରିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ । ଏପଟେ ଏନଆଇଏ ଏହାର ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି ।
ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ହ୍ବାଇଟଫିଲ୍ଡର ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, " ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟିଥିବା ନେଇ ଆମେ ସୂଚନା ପାଇଥିଲୁ । ଏହାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛୁ ।" ଅନ୍ୟପଟେ ବିସ୍ଫୋରଣର କାରଣ ଖୋଜିବା ଲାଗି ପୋଲିସ ମଧ୍ୟ ଛାନଭିନ ଆରମ୍ଭ କରିଛି । ଏବେ ଉକ୍ତ ସ୍ଥାନକୁ ପୋଲିସ ଛାଉଣି ମଧ୍ୟରେ ରଖାଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ବି ପଢନ୍ତୁ-ଟିଭି ଚ୍ୟାନେଲକୁ ଫୋନ ଆସିଲା, ଆମେ ଚେନ୍ନାଇ ସଚିବାଳୟକୁ ବୋମାରେ ଉଡାଇଦେବୁ