ଓଡିଶା

odisha

ମୁମ୍ୱାଇରେ ଥିବା ଆମେରିକା ଦୂତାବାସକୁ ବୋମାରେ ଉଡାଇବାକୁ ଧମକ

Threat email to US consulate general office: ମୁମ୍ୱାଇରେ ଅବସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସକୁ ବୋମା ବିସ୍ଫୋରଣରେ ଉଡାଇଦେବା ସହ ଦୂତାବାସରେ କାମ କରୁଥିବା କର୍ମଚାରୀଙ୍କୁ ହତ୍ୟା ଧମକ । ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 11, 2024, 8:09 AM IST

Published : Feb 11, 2024, 8:09 AM IST

US consulate general office
ଆମେରିକା ବାଣିଜ୍ୟ ଦୂତାବାସ

ମୁମ୍ବାଇ:ମୁମ୍ୱାଇରେ ଅବସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସକୁ ବୋମାରେ ଉଡାଇ ଦେବାକୁ ଧମକ । ଦୂତାବାସରେ ବୋମା ବିସ୍ଫୋରଣ ସହିତ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ହତ୍ୟା ଧମକ ମିଳିଛି । ଗତକାଲି (ଶନିବାର) ଅପରାହ୍ନ ପାଖାପାଖି 3ଟା 50 ସମୟରେ ଦୂତାବାସର ଅଫିସିଆଲ ଇମେଲକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବାନ୍ଦ୍ରା କୁର୍ଲା ପୋଲିସ ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସଠାରେ ଅବସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସକୁ ବୋମାରେ ଉଡାଇଦେବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଗତକାଲି (ଶନିବାର) 3ଟା 50 ସମୟରେ ଏଭଳି ଏକ ଧମକପୂର୍ଣ୍ଣ ଇମେଲ ଅଫିସିଆଲ ଇମେଲ ସାଇଟରେ ଆସିଥିବା ବେଳେ ଏହାକୁ ନେଇ ଏକ ଭୟର ବାତାବରଣ ଖେଳିଯାଇଥିଲା । rkgtrading777@gmail.com ଆଇଡିରୁ ଏହି ଧମକପୂର୍ଣ୍ଣ ଇମେଲ ଆସିଛି । ତେବେ ହଠାତ୍ ଏଭଳି ଇମେଲ ଆସିବା ପରେ ଦୂତାବାସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କର୍ମଚାରୀମାନେ ଆତଙ୍କିତ ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଏହାମଧ୍ୟ ପଢନ୍ତୁ...'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ

ବାନ୍ଦ୍ରା କୁର୍ଲା ପୋଲିସ ଏନେଇ ଅଜ୍ଞାତ ବ୍ୟକ୍ତି ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା 505(1) (B) (ଜନସାଧାରଣଙ୍କୁ ଭୟଭୀତ କିମ୍ବା ଆଲର୍ଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାରି ବିବୃତ୍ତି) ଓ 506(2) (ହତ୍ୟା କିମ୍ୱା ଗଭୀର ଆଘାତ ଦେବା ଉଦ୍ଦେଶ୍ୟରେ ଜାରି ବିବୃତ୍ତି) ଆଧାରରେ ଏତଲା ଦାୟର କରିବା ସହ ତଦନ୍ତ ଜାରି ରଖିଛି । ସାଇବର ସେଲ ମାଧ୍ୟମରେ ଧମକ ଆସିଥିବା ଇମେଲର ଠିକଣା ସମ୍ବନ୍ଧରେ ତଥ୍ୟ ଜୁଟାଇବାରେ ଲାଗିଛି ପୋଲିସ । ଅନ୍ୟପଟେ ଇମେଲ ପଠାଇଥିବା ବ୍ୟକ୍ତିଟି ନିଜକୁ ଜଣେ ଆମେରିକା ନାଗରିକର ପରିଚୟ ଦେଇଥିବା ସହ ଦୂତାବାସରେ କାମ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେସୁଦ୍ଧା ଅଭିଯୁକ୍ତ ଧରାପଡି ନଥିବା ବେଳେ ଏହି ଧମକ ପଛରେ କାରଣ କ'ଣ ସେନେଇ କିଛି ଜଣାପଡି ନାହିଁ ।

ଏହାମଧ୍ୟ ପଢନ୍ତୁ..ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିବାକୁ ଧମକପୂର୍ଣ୍ଣ ମେଲ୍‌: ଉଡାଣ ବାତିଲ, 3 ଅଟକ

ଏହାପୂର୍ବରୁ ଗତବର୍ଷ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର(ସିଏସଏମଆଇଏ) ନଭେମ୍ବର ମାସରେ ମୁମ୍ୱାଇ ଏୟାରପୋର୍ଟକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । 'ଟଙ୍କା ଦିଅ ନଚେତ ଏୟାରପୋର୍ଟକୁ ଉଡାଇ ଦିଆଯିବ' ଭଳି ଧମକ ଆସିଥିବା ବେଳେ ପୋଲିସ ଏ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ।

ABOUT THE AUTHOR

...view details