ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ 19 ତାରିଖରୁ 7 ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ପ୍ରଥମ ପର୍ଯ୍ୟାୟ ପରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 26 ଏପ୍ରିଲରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜିଠାରୁ(ଗୁରୁବାର) 12ଟି ରାଜ୍ୟର 88ଟି ସଂସଦୀୟ ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି(ଗୁରବାର) ପ୍ରକାଶ ପାଇଛି ବିଜ୍ଞପ୍ତି ।
ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରତିଦ୍ବନ୍ଦି ଦଳର ପ୍ରାର୍ଥୀ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ଏପ୍ରିଲ 4 ରହିଛି । ଏପ୍ରିଲ 5 ତାରିଖରେ ଜମ୍ମୁ କାଶ୍ମୀର ବ୍ୟତୀତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହେବ । ଜମ୍ମୁ କାଶ୍ମୀରରେ ଏପ୍ରିଲ 6 ରେ ଯାଞ୍ଚ କରାଯିବ। ମଣିପୁର ଲୋକସଭା ନିର୍ବାଚନମଣ୍ଡଳୀର ଗୋଟିଏ ଭାଗରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ମଧ୍ୟ ଅନୁଷ୍ଠିତ ହେବ । ଏପ୍ରିଲ 8 ତାରିଖ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ମଣିପୁରର 15ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । 13 ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।
ଦ୍ବିତୀୟ ପର୍ଯ୍ୟାୟ ବିଜ୍ଞପ୍ତି |
ଏପ୍ରିଲ 4 | ନାମାଙ୍କନ ପତ୍ର ଦାଖଲ |
ଏପ୍ରିଲ 5 | ନାମାଙ୍କନ ପତ୍ର ଯାଞ୍ଚ |
ଏପ୍ରିଲ 6 | ଜମ୍ମୁ କାଶ୍ମୀରରେ ନାମାଙ୍କନ ପତ୍ର ଯାଞ୍ଚ |
ଏପ୍ରିଲ 8 | ନାମାଙ୍କନ ପ୍ରତ୍ୟାହାର |
ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ରାଜ୍ୟ: ଆସାମ(5), ବିହାର (5), ଛତିଶଗଡ(3), ଜମ୍ମୁ କାଶ୍ମୀର (1), କର୍ଣ୍ଣାଟକ(14), କେରଳ(20), ମହାରାଷ୍ଟ୍ର(8), ମଧ୍ୟପ୍ରଦେଶ(7), ରାଜସ୍ଥାନ(13), ତ୍ରିପୁରା (1), ଉତ୍ତରପ୍ରଦେଶ(8) ଏବଂ ପଶ୍ଚିମବଙ୍ଗ (3), ମଣିପୁର(1) ।