ଓଡିଶା

odisha

ETV Bharat / bharat

ଭକ୍ତିରେ ଅନ୍ଧ ହୋଇଗଲେ ଭକ୍ତ, AC ପାଣିକୁ ଭଗବାନଙ୍କ ଚରଣାମୃତ ଭାବି ପିଇଗଲେ - MATHURA BANKE BIHARI TEMPLE

ବାଙ୍କେବିହାରୀ ମନ୍ଦିରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ଦିର କାନ୍ଥରୁ ବାହାରୁଥିବା ପାଣିକୁ ଭଗବାନଙ୍କ ଚରଣାମୃତ ଭାବି ପିଉଛନ୍ତି ଭକ୍ତ ।

MATHURA BANKE BIHARI TEMPLE
MATHURA BANKE BIHARI TEMPLE (Etv Bharat)

By ETV Bharat Odisha Team

Published : Nov 5, 2024, 8:08 PM IST

ଲକ୍ଷ୍ନୌ:ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ଓଭକ୍ତିରେ ଅନ୍ଧ ହୋଇଗଲେ ଭକ୍ତ । ଏସିରୁ ବାହାରୁଥିବା ପାଣିକୁ ଭକ୍ତଙ୍କ ଚରଣାମୃତ ଭାବି ପିଇଲେ ଭକ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବୃନ୍ଦାବନରେ ଥିବା ବାଙ୍କେବିହାରୀ ମନ୍ଦିର ପରିସରରେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ମନ୍ଦିରର କାନ୍ଥରେ ଏକ ସିମେଣ୍ଟ ହାତୀର ମୁହଁରୁ ପାଣି ବାହାରୁଛି । ଭକ୍ତମାନେ ସେହି ପାଣିକୁ ଭଗବାନଙ୍କ ଚରଣାମୃତ ବୋଲି ଭାବି ପିଉଛନ୍ତି ।

MATHURA BANKE BIHARI TEMPLE (ETV BHARAT ODISHA)

କିଛି ଲୋକ ଏହି ଜଳକୁ ମନ୍ଦିରର ସଫେଇ ଜଳ ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ଏସିରୁ ବାହାରୁଥିହା ବୋଲି କହୁଛନ୍ତି । ବାଙ୍କେ ବିହାରୀ ମନ୍ଦିରର ସେବକ ମୋହନ ଗୋସ୍ୱାମୀ କହିଛନ୍ତି, '' ଏଠାରେ ବିହାରୀ ଜିଙ୍କ ସିଂହାସନ ରହିଛି । ଏହାକୁ ସଫା କରାଯାଇଛି । ଗର୍ଭଗୃହର ମଧ୍ୟ ସଫେଇ ହୋଇଥାଏ । ଭଗବାନ ଏଠାରେ ସ୍ନାନ କରନ୍ତି, ତେଣୁ କାନ୍ଥରୁ ବାହାରୁ ଥିବା ଜଳ ହେଉଛି ସେହି ଜଳ। ଯାହାକୁ ଭକ୍ତମାନେ ଭଗବାନଙ୍କ ଚରଣାମୃତ ଭାବି ପିଉଛନ୍ତି । ଚର୍ଚ୍ଚା ହେଉଛି ଏହା ଏସିର ପାଣି, ମୁଁ ଏହା ଏସିରୁ ବାହାରୁଥିବା ପାଣି ବୋଲି ଭାବୁ ନାହିଁ । କାହିଁକିନା ଦିନ ସାରା ଏଠାରେ ପାଣି ଝରୁଛି । ବର୍ତ୍ତମାନ ଶୀତଦିନ ଆସିଛି । ଏସି ଚାଲୁ ନାହିଁ, ତେବେ ଏହା ଏସି ପାଣି କିପରି ହୋଇପାରିବ । ''

Devotees drink AC water Believing It To Be Charan Amrit (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମରାମତି ହେବ ମେଘନାଦ ପାଚେରି, ASIକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏହା ମଧ୍ୟ ପଢନ୍ତୁ-ଜରାଜୀର୍ଣ୍ଣ ଅବସ୍ଥାରେ ଐତିହ୍ୟ କୀର୍ତ୍ତିରାଜି ଗଙ୍ଗେଶ୍ଵରୀ ମନ୍ଦିର, ମା’ଙ୍କୁ ଆରାଧନା କରି କୋଣାର୍କ ଗଢିଥିଲେ 12ଶହ ବଢେଇ !

ଏହା ମଧ୍ୟ ପଢନ୍ତୁ-ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡିଆରେ ଭାଇରାଲ

ସେ ଆହୁରି ମଧ୍ୟ କହିଛନ୍ତି , "ଏଠାରେ ଚୌକିର ସଫେଇ ହୋଇଥାଏ । ଏହା ସେହି ଜଳ ହୋଇପାରେ । ଭକ୍ତମାନେ ଭୋଗ ଲଗାଇବା ପୂର୍ବରୁ ଧୋଇ ହୋଇ ଥାଆନ୍ତି, ଏହା ସେହି ଜଳ ହୋଇଥାଇପାରେ । ଗର୍ଭଗୃହରୁ ଯେଉଁ ଜଳ ଆସେ ତାହା ଆମ ପାଇଁ ଅମୃତ ସଦୃଶ । '' ତେବେ ମନ୍ଦିର କାନ୍ଥରୁ ବାହାରୁଥିବା ପାଣି କେଉଁଠୁ ଆସୁଛି ସେନେଇ କିଛି ସ୍ପଷ୍ଟ ସୂଚନା ମଳିପାରିନାହିଁ ।

Devotees drink AC water Believing It To Be Charan Amrit (ETV BHARAT ODISHA)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details