ଓଡିଶା

odisha

By ETV Bharat Odisha Team

Published : May 29, 2024, 5:17 PM IST

ETV Bharat / bharat

ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି, ତାପମାତ୍ରା ୫୨.୩ ଡିଗ୍ରୀ ପାର୍ - Delhi Recorded Highest Temperature

Delhi Recorded Highest Ever Temperature: ତାପମାତ୍ରାରେ ଦିଲ୍ଲୀର ସର୍ବକାଳୀନ ରେକର୍ଡ । ୫୦ ଡିଗ୍ରୀ ପାର୍ କରିଛି ପାରଦ । ଅଧିକ ପଢନ୍ତୁ

Highest Temperature
Highest Temperature (ETV Bharat)

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ତାପମାତ୍ରା । ଦିଲ୍ଲୀରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାପମାତ୍ରାରେ ଏହା ଦିଲ୍ଲୀର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଭୀଷଣ ଗରମ କାରଣରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ମଙ୍ଗଳବାର ଦିଲ୍ଲୀରେ ୪୯.୯ ଡିଗ୍ରୀ ରହିଥିଲା ତାପମାତ୍ରା । ଯାହାକି ଆଜି ୫୦ ପାର୍ କରିଛି । ଦିଲ୍ଲୀରେ ୫୨.୩ ଡିଗ୍ରୀ ରେକର୍ଡ ହୋଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ମଧ୍ୟ ୪୫ ଡିଗ୍ରୀ ପାର୍ କରିଛି ତାପମାତ୍ରା । ଅନ୍ୟପଟେ ପୂର୍ବରୁ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମାମଲା ମଧ୍ୟ ବଢିବାରେ ଲାଗିଛି ।

Highest Temperature (ETV Bharat)

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (ବୁଧବାର) ଦିଲ୍ଲୀରେ ସକାଳ ୭ଟା ୧୫ ସୁଦ୍ଧା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ଫରିଦାବାଦରେ ୩୪ ଡିଗ୍ରୀ, ଗୁରୁଗ୍ରାମରେ ୩୩ ଡିଗ୍ରୀ, ଗାଜିଆବାଦରେ ୩୬ ଡିଗ୍ରୀ, ଗ୍ରେଟର ନୋଏଡାରେ ୩୪ ଡିଗ୍ରୀ ରେକର୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ଅପରାହ୍ନ ସୁଦ୍ଧା ଦିଲ୍ଲୀରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ,ଆଜି (ବୁଧବାର) ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୨୨ ଯାଏଁ ପହଞ୍ଚିଥିଲା । ଦିଲ୍ଲୀ NCR ସ୍ଥିତ ଫରିଦାବାଦରେ ୨୬୨, ଗୁରୁଗ୍ରାମରେ ୧୪୯, ଗାଜିଆବାଦରେ ୨୦୩, ଗ୍ରେଟର ନୋଏଡାରେ ୨୮୬ ରହିଥିଲା ।

ଏହା ବି ପଢନ୍ତୁ...ଆସିଲା ନୂଆ ନିୟମ, ଏଣିକି ଜଳ ନଷ୍ଟ କଲେ ଗଣିବେ ଜରିମାନା - Punishment For Water Wastage

ଗୋଟିଏ ପଟେ ଦିଲ୍ଲୀରେ ପ୍ରଦୂଷଣ ଚିନ୍ତା ବଢାଇଥିବାବେଳେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଅନ୍ୟପଟେ ଅସମ୍ଭାଳ ତାତି ସାଙ୍ଗକୁ ଡରାଉଛି ଜଳ ସମସ୍ୟା । ଯାହାକୁ ନେଇ ଦିଲ୍ଲୀ ସରକାର ବଡ଼ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । ଜଳ ନଷ୍ଟ କରୁଥିଲେ ଏଣିକି ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ଟିମ୍ ଗଠନ ହୋଇଛି । ଯାହାକି ପ୍ରତ୍ୟେକ ଦୋକାନ ବଜାର ଗଳିକନ୍ଦିରେ ନଜର ରଖିବ ।

ଏହା ବି ପଢନ୍ତୁ...ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather

ABOUT THE AUTHOR

...view details