ସମ୍ବଲପୁର: ରାଜ୍ୟରେ ଲାଗିବ 3 ନୂଆ ଡପଲର ରାଡାର । ଏହା ଭୁବନେଶ୍ବର, ସମ୍ବଲପୁର ଓ ବାଲେଶ୍ବରରେ ଲଗାଯିବା ନେଇ ସୂଚନା ମିଳିଛି । ସମ୍ବଲପୁର ସହର ଉପକଣ୍ଠ ଯୋଗିପାଲି ନିକଟରେ ଲାଗିବ ଏହି ଡପଲର ରାଡାର । ଏହି ରାଡାରକୁ 'c-band ଡପଲର' ରାଡାର ମଧ୍ୟ କୁହାଯାଏ । ଏହା ପାଣିପାଗ ସମ୍ୱନ୍ଧୀୟ ସୂଚନା ତଥା ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ପ୍ରଦାନ କରିଥାଏ ।
ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ:
ସୂଚନା ଯୋଗ୍ୟ ଯେ ଗତ 2013-14 ବର୍ଷ ରୁ ଯୋଗିପାଲିଠାରେ ଡପଲର ରାଡାର ସ୍ଥାପନା ପାଇଁ ତତ୍କାଳୀନ ସରକାର ଏଥିପାଇଁ ଏକ 5 ମହଲା କୋଠା ତିଆରି କରି ସାରିଥିବାବେଳେ କେତେକ କାରଣରୁ ଏହି ପ୍ରକଳ୍ପ ଅଟକି ଯାଇଥିଲା ଓ ସେହି କୋଠାଟି ପରିତ୍ୟକ୍ତ ହୋଇ ପଡିରହିଥିଲା । "ଏହି ଖବର ପାଇବା ପରେ ବୈଠକ କରିଥିଲୁ । କେନ୍ଦ୍ର ସହ ଯୋଗାଯୋଗ କରି ପୁନରୁଦ୍ଧାର କରିଛୁ" ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

"ଡପଲର ରାଡାର ଦ୍ୱାରା ବଜ୍ରପାତ, ପ୍ରବଳରୁ ଅତି ପ୍ରବଳ ବର୍ଷା, କୁଆ ପଥର ମାଡ଼, କାଳ ବୈଶାଖୀ, ଆକସ୍ମିକ ବନ୍ୟା, ଲଘୁଚାପ ପ୍ରଣାଳୀ, ଅବପାତ ଉପରେ ନଜର ରଖିବା, ବାତ୍ୟା ଚିହ୍ନଟ କରିବା ଇତ୍ୟାଦି କାର୍ଯ୍ୟ ହେବ । ଏହାସହ ଏହା ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନାରେ ଏହା ସହାୟକ ହେବ । ସେହିପରି ଝାରସୁଗୁଡା ବିମାନ ବନ୍ଦରକୁ ବିମାନ ଚଳାଚଳ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ" ବୋଲି କହିଛନ୍ତି କୋମଳ ଲୋଚନ ମିଶ୍ର OSDMA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସାମଗ୍ରିକ ଭାବେ ନୂଆପଡ଼ାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକୁ ଏହା କୃଷି, ଖଣି, ଶିଳ୍ପ ଓ ବିମାନ ଚଳାଚଳରେ ଏହା ସହାୟକ ହେବ ।
କେମିତି କାମ କରେ ଡପଲର ରାଡାର?


250 କିଲୋମିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ରେଞ୍ଜ ପାଇଁ ଜଣାଶୁଣା ସି-ବ୍ୟାଣ୍ଡ ରାଡାର ଦୀର୍ଘ ଦୂରତା ଚିହ୍ନଟ ଏବଂ ଉଚ୍ଚ ରିଜୋଲ୍ୟୁସନ ମଧ୍ୟରେ ଏକ ଆଦର୍ଶ ସନ୍ତୁଳନ ସୃଷ୍ଟି କରିଥାଏ । ସି-ବ୍ୟାଣ୍ଡ ରାଡାର ବାୟୁମଣ୍ଡଳୀୟ କ୍ଷରଣ ପାଇଁ କମ୍ ସମ୍ବେଦନଶୀଳ ଅଟେ । ଅର୍ଥାତ୍ ଏହା ବର୍ଷା, ବଜ୍ରପାତ ଏବଂ ଅନ୍ୟାନ୍ୟ ପାଣିପାଗ ପରି ବିପରୀତ ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରିଥାଏ l ସାଂଘାତିକ ପାଣିପାଗ ଘଟଣାକୁ ଟ୍ରାକିଂ କରିବା ପାଇଁ ସକ୍ଷମ ଅଟେ l

ଏହା ବି ପଢନ୍ତୁ...ଓଡ଼ିଶାକୁ ମିଳିବ ୩ ନୂଆ ଡପଲର ରାଡାର
ଏହା ବି ପଢନ୍ତୁ...ସଡକ ଦୁର୍ଘଟଣା ରୋକିବାକୁ ବଡ଼ ପ୍ରୟାସ, ଅମାନିଆଙ୍କ ପାଇଁ ରାସ୍ତାରେ ଜଗିଛି ରାଡାର - Radar Surveillance System - RADAR SURVEILLANCE SYSTEM
କେବେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ?
