ଓଡିଶା

odisha

ETV Bharat / bharat

ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇବାକୁ ଧମକ - ଦିଲ୍ଲୀ ହାଇକୋର୍ଟ

Bomb Threat to Delhi High Court: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ସଜାଗ ପ୍ରଶାସନ । ଅଧିକ ପଢନ୍ତୁ

Bomb Threat to Delhi High Court
ଦିଲ୍ଲୀ ହାଇକୋର୍ଟକୁ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ

By ETV Bharat Odisha Team

Published : Feb 15, 2024, 12:24 PM IST

Updated : Feb 15, 2024, 1:05 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ । ବୁଧବାର ଇମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେସେଜ ମିଳିଛି । ବଳବନ୍ତ ଦେଶାଇ ନାମରେ ଏହି ମେସେଜ ଆସିଛି । ବିସ୍ଫୋରଣ ଧମକ ମିଳିବା ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବୁଧବାର ଆସିଥିବା ଇମେଲରେ ଦର୍ଶାଯାଇଛି ଯେ, ଏହି ଧମକ ଗୁରୁବାର ପାଇଁ । 15/2/2024 ଅର୍ଥାତ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦିଆଯିବ । ଏହା ଦିଲ୍ଲୀର ସବୁଠାରୁ ବଡ଼ ବିସ୍ଫୋରଣ ହେବ । ଯଥାସମ୍ଭବ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରନ୍ତୁ, ସମସ୍ତ ମନ୍ତ୍ରୀଙ୍କୁ ମଧ୍ୟ ଡାକନ୍ତୁ । ସମସ୍ତଙ୍କୁ ଏକାଠି ଉଡାଇ ଦିଆଯିବ ।" ଏହା ଧମକପୂର୍ଣ୍ଣ ମେସେଜ ଆସିବା ପୋଲିସ ଆଲର୍ଟ ମୋଡରେ ଅଛି । ଇମେଲକୁ ଆଧାର କରି ତଦନ୍ତ ଆରମ୍ଭ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି । ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଏନେଇ ଇମେଲ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ଦୁଇ ଗିରଫ

ଏହି ଇମେଲକୁ ଗୁରୁତ୍ୱର ସହ ନେଇଛି ପ୍ରଶାସନ । ହାଇକୋର୍ଟ ପରିସର ସହିତ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଇମେଲର ଯାଞ୍ଚ କରାଯିବା ସହିତ ହାଇକୋର୍ଟରେ ସିକ୍ୟୁରିଟି ଡ୍ରିଲ କରାଯାଉଛି । ଅନ୍ୟପଟେ ଜିଲ୍ଲା ଅଦାଲତାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି । ସର୍ବଦା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଥିଲେ ହେଁ ଏହି ଧମକପୂର୍ଣ୍ଣ ଇମେଲ ପରେ ପୋଲିସ ଛାଉଣୀ କରାଯାଇଛି । ପ୍ରତ୍ୟେକଙ୍କୁ କଡାକଡି ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରିଜର୍ଭ ବ୍ୟାଙ୍କକୁ ଉଡାଇବାକୁ ଧମକ, ଶକ୍ତିକାନ୍ତ-ସୀତାରମଣଙ୍କ ଇସ୍ତଫା ଦାବି

ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି, "ଏହି ମାମଲାର ଯାଞ୍ଚ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି କେସ୍ ଦାୟର କରାଯାଇ ନଥିବା ବେଳେ ଇମେଲ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । ଅନେକ ଥର ଏଭଳି ଫେକ୍ ଇମେଲ ଆସୁଛି, କିନ୍ତୁ ସେଥିରୁ ଅନେକ ମିଥ୍ୟା ରହିଥାଏ । ଏହି ଇମେଲ କେଉଁଠାରୁ ଆସିଛି ସେନେଇ ପ୍ରଥମେ ଆମେ ତଦନ୍ତ କରୁଛୁ ।" ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ସାମ୍ନାକୁ ଆସିନଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2024, 1:05 PM IST

ABOUT THE AUTHOR

...view details