ହାଇଦ୍ରାବାଦ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆକୁ ପୁଣି ଝଟକା । ଦୁହିଁଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଲେ ରାଉଜ ଏଭେନ୍ୟୁ କୋର୍ଟ । ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଦୁହିଁଙ୍କୁ ହାଜର କରାଯାଇଥିବା ବେଳେ ଏହା ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଏହା ସହିତ ସର୍ଭେସ ମିଶ୍ର ଏବଂ ଅମିତ ଆରୋରାଙ୍କ ଜାମିନ ଶୁଣାଣିକୁ ମଧ୍ୟ ଆସନ୍ତା 24 ତାରିଖକୁ ସ୍ଥଗିତ ରଖିଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଦାଲତ ଶୁକ୍ରବାର ଦିନ ସିବିଆଇକୁ ସଦ୍ୟ ରିପୋର୍ଟ ମାଗିଛନ୍ତି । ଏହା ପରେ ଆଜି ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ । କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ୍ ଏମ୍.କେ ନାଗପାଲ ଅଭିଯୁକ୍ତମାନଙ୍କୁ ସିବିଆଇ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ସୁଯୋଗକୁ ବାରଣ କରିବା ସହିତ ସମସ୍ତଙ୍କୁ ପର୍ଯ୍ୟାୟ ସମୟ ଦିଆଯାଇଛି ବୋଲି କହିଛନ୍ତି । ଶୁକ୍ରବାର ଦିନ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନ ଖାରଜ