ETV Bharat / technology

ଓପୋ Reno 13 ବନାମ Reno 13 Pro; କେଉଁଟା ଆପଣଙ୍କ ପାଇଁ ବେଷ୍ଟ - OPPO RENO 13 5G VS OPPO RENO 13 PRO

Oppo ନିକଟରେ ଦୁଇଟି ଫୋନ Reno 13 ଓ Reno 13 Pro ଲଞ୍ଚ କରିଛି । ତେବେ ଏହା ମଧ୍ୟରୁ କେଉଁଟା ବେଷ୍ଟ- କ୍ୟାମେରାଠୁ ଦାମ ନେଇ ବିସ୍ତୃତ ଭାବରେ ଜାଣନ୍ତୁ...

Oppo Reno 13 5G vs Oppo Reno 13 Pro 5G
Oppo Reno 13 5G vs Oppo Reno 13 Pro 5G (Photo Credit- Oppo India)
author img

By ETV Bharat Tech Team

Published : Jan 11, 2025, 1:03 PM IST

ହାଇଦ୍ରାବାଦ: ଭାରତରେ ଓପୋ ଏହାର Reno 13 5G ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Reno 13 ଓ Reno 13 Pro ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଆପଣ ଏହି ଦୁଇଟି ଫୋନ ଭିତରେ କେଉଁଟା କିଣିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି କି ? ଆମେ ଏଠାରେ ଏହି ଦୁଇଟି ଫୋନର କ୍ୟାମେରାଠୁ ଆରମ୍ଭ କରି ଦାମ, ଫିଚର ଆଦି ସମ୍ପର୍କରେ ତୁଳନା କରିବୁ । କେଉଁ ଫୋନଟି କିଣିବା ବେଷ୍ଟ ସେ ସମ୍ପର୍କରେ ଜାଣନ୍ତୁ ।

Oppo Reno 13 vs 13 Pro 5G: ଦାମ ଓ ଉପଲବ୍ଧତା

  • ଓପୋ ରେନୋ 13 5ଜି ବେସ୍‌ ମଡେଲ 8GB + 128GB ଲାଗି ଦାମ Rs 37,999 (ପ୍ରାରମ୍ଭିକ ମୂଲ୍ୟ) ରହିଥିବା ବେଳେ 8GB + 256GB ଭାରିଏଣ୍ଟ ଲାଗି Rs 39,999 ରହିଛି ।
  • ସେପଟେ Pro ମଡେଲ ଲାଗି ପ୍ରାରମ୍ଭିକ ମୂଲ୍ୟ Rs 49,999 (12GB RAM + 256GB ଷ୍ଟୋରେଜ) ରହିଛି । 12GB + 512GB ଭାରିଏଣ୍ଟ ଲାଗି Rs 54,999 ରହିଛି ।
  • କଲର ଅପସନ କଥା କହିଲେ, ରେନୋ 13 5ଜି Luminous Blue ଓ Ivory White ରଙ୍ଗରେ ଉପଲବ୍ଧ । ସେପଟେ ପ୍ରୋ ମଡେଲ Graphite Grey ଓ Mist Lavender ରଙ୍ଗ ସହ ଆସିଛି ।
  • ଉଭୟ ଡିଭାଇସ କ୍ରୟ କରିବା ଲାଗି ଫ୍ଲିପକାର୍ଟ ଓ Oppoର ଅନଲାଇନ ଷ୍ଟୋରରେ ଆଜି (ଜାନୁଆରୀ 11) ମଧ୍ୟାହ୍ନ 12ଟାରୁ ଉପଲବ୍ଧ ହୋଇଛି ।

Oppo Reno 13 vs 13 Pro 5G: ସ୍ପେଶିଫିକେସନ

ଡିସପ୍ଲେ: Oppo Reno 13ରେ 6.59-ଇଞ୍ଚ Full-HD+ AMOLED ସ୍କ୍ରିନ, 120Hz ରିଫ୍ରେସ ରେଟ୍‌, 1200 ନିଟ୍ସ ପିକ୍‌ ବ୍ରାଇଟନେସ୍‌ ରହିଛି । Oppo Reno 13 Proରେ ବଡ଼ 6.83-ଇଞ୍ଚ 1.5K ଡିସପ୍ଲେ, 120Hz ଡାଇନାମିକ୍‌ ରିଫ୍ରେସ ରେଟ୍‌, 1200 ନିଟ୍ସ ପର୍ଯ୍ୟନ୍ତ ବ୍ରାଇଟନେସ୍‌ ଦିଆଯାଇଛି ।

ସଫ୍ଟୱେର: ଉଭୟ ଡିଭାଇସରେ Android 15 ଆଧାରିତ ColorOS 15 ଦ୍ବାରା ଚାଳିତ ।

RAM ଓ ଷ୍ଟୋରେଜ: ଉଭୟ ସ୍ମାର୍ଟଫୋନ 4nm MediaTek Dimensity 8350 ଚିପସେଟ୍‌, 12GB LPPDR5X RAM ଓ 512GB ଷ୍ଟୋରେଜ ସହ ଆସିଛି ।

କ୍ୟାମେରା: ଉଭୟ ମଡେଲ 50MP ସେଲ୍ଫି କ୍ୟାମେରା ଓ ଟ୍ରିପଲ ରିଅର କ୍ୟାମେରା ସେଟଅପ୍‌, 50MP ପ୍ରାଇମେରି କ୍ୟାମେରା ଓ 8MP ଅଲଟ୍ରା-ୱାଇଡ ଆଙ୍ଗଲ କ୍ୟାମେରା ଦିଆଯାଇଛି । ଥାର୍ଡ ସେନ୍ସର Reno 13 5Gରେ 2MP ମୋନୋକ୍ରମ ସେନ୍ସର ରହିଥିବା ବେଳେ Pro ମଡେଲରେ 50MP JN5 ଟେଲିଫଟୋ ସେନ୍ସର ଦିଆଯାଇଛି । ଏଥିରେ 3.5x ଅପ୍ଟିକାଲ ଜୁମ୍‌, 120x ଡିଜିଟାଲ ଜୁମ୍‌ର ସୁବିଧା ମିଳିବ ।

ବ୍ୟାଟେରୀ ଓ ଚାର୍ଜିଂ: ଷ୍ଟାଣ୍ଡାର୍ଡ ମଡେଲ Oppo Reno 13ରେ 5600mAh ବ୍ୟାଟେରୀ ସହ ଆସିଥିବା ବେଳେ Pro ମଡେଲ ସାମାନ୍ୟ ବଡ଼ 5,800mAh ବ୍ୟାଟେରୀ ସହ ଆସିଛି । ଉଭୟ ଫୋନରେ 80W ୱେୟାର୍ଡ ଚାର୍ଜିଂ ସପୋର୍ଟ ରହିଛି ।

ଅନ୍ୟାନ୍ୟ ଫିଚର: ଉଭୟ ଫୋନରେ 5G କନେକ୍ଟିଭିଟି, Wi-Fi 6, Bluetooth 5.4, GPS, USB ଟାଇପ-ସି ପୋର୍ଟ ଏବଂ ପାଣି-ଧୂଳି ପ୍ରତିବନ୍ଧକ ଲାଗି IP66 + IP68 + IP69 ରେଟିଂ ସହ ଆସିଛି ।

ଉଭୟ ଫୋନରେ ଫିଚର ପ୍ରାୟତଃ ସମାନ ଅଛି । କିନ୍ତୁ ଷ୍ଟାଣ୍ଡାର୍ଡ ମଡେଲଠାରୁ ପ୍ରୋ ସ୍ମାର୍ଟଫୋନରେ ବଡ଼ ଡିସପ୍ଲେ, ସାମାନ୍ୟ ବଡ଼ ବ୍ୟାଟେରୀ ଓ ଅଧିକ ଷ୍ଟୋରେଜ ମିଳିବ । ଜୁମ୍‌ ଲାଗି ପ୍ରୋ ମଡେଲରରେ 50MP JN5 ଟେଲିଫଟୋ ସେନ୍ସର ଦିଆଯାଇଛି ଯାହାକି ଷ୍ଟାଣ୍ଡାର୍ଡ ମଡେଲରେ ନାହିଁ । ଯଦି ଆପଣ ଷ୍ଟୋରେଜ ଓ ଉନ୍ନତମାନର ଫଟୋଗ୍ରାଫି କରିବାକୁ ଚାହୁଁଛନ୍ତି ତେବେ ପ୍ରୋ ମଡେଲକୁ କିଣିପାରିବେ ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Oppo Reno 13 ଓ 13 Pro ସ୍ମାର୍ଟଫୋନ; ମିଳିବ 50MP ସେଲ୍ଫି କ୍ୟାମେରା
  2. ଲଞ୍ଚ ହେଲା POCO X7 ଓ X7 Pro ସ୍ମାର୍ଟଫୋନ; ଦାମ 20ହଜାରରୁ କମ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.