ETV Bharat / technology

ଅପେକ୍ଷାର ଅନ୍ତ; ଏଲନ ମସ୍କ ଲଞ୍ଚ କଲେ Grok ଆପ୍‌; ଫ୍ରିରେ ବନାନ୍ତୁ AI ଇମେଜ୍‌ - GROK AI APP LAUNCHED FOR IOS USERS

AI ଆଧାରିତ ଆସିଷ୍ଟାଣ୍ଟ Grok ଯାହାକି ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଡେବ୍ୟୁ କରିଥିଲା, ତାହା ଏବେ ଆପ୍‌ ଭାବେ ଉପଲବ୍ଧ ହୋଇଛି । ଅଧିକ ପଢନ୍ତୁ

Grok AI App launched for iOS Users
Grok AI App launched for iOS Users (Photo Credit- X/@xai)
author img

By ETV Bharat Tech Team

Published : Jan 11, 2025, 12:08 PM IST

ହାଇଦ୍ରାବାଦ: ଏଲନ ମସ୍କଙ୍କ AI କମ୍ପାନୀ 'xAI' ଏହାର ଏଆଇ ଚାଟବଟ୍‌ Grokକୁ ଅଲଗା iOS ଆପ୍‌ ଭାବରେ ଲଞ୍ଚ କରିଛି । ଏହି ଆପ୍‌କୁ ନେଇ ଗତ ଏକ ମାସ ଧରି ଏହାର ବିଟା ଭର୍ସନରେ ପରୀକ୍ଷଣ କରାଯାଇଥିଲା । ସବୁଠୁ ଖାସ୍‌ କଥା X ସବସ୍କ୍ରିପସନ ବିନା ୟୁଜର ଏହାର ଫିଚରର ବ୍ୟବହାର କରିପାରିବେ । ଏହାକୁ ଇମେଲ୍‌ ଆଡ୍ରେସ ବା ଆପଲ୍‌ ଆକାଉଣ୍ଟ ଦ୍ବାରା ଲଗଇନ୍‌ କରାଯାଇପାରିବ । କମ୍ପାନୀ ଏହାକୁ କେବଳ ଆମେରିକାରେ ଲଞ୍ଚ କରିଥିବା ବେଳେ ଏହା ଭାରତରେ ମଧ୍ୟ ଉପଲବ୍ଧ ହୋଇଛି ।

X introduces Grok AI Chatbot app
X introduces Grok AI Chatbot app (Photo Credit- X)

X ସିଇଓ ଏଲନ ମସ୍କ ଏହି ଆପ୍‌ର ଲଞ୍ଚ ପରେ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଏହାକୁ 'ମଜାଳିଆ ଓ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ' ବୋଲି କହିଛନ୍ତି । ସୂଚନା ଥାଉ କି ନଭେମ୍ବର 2023ରେ Grokକୁ X ସହିତ ଇଣ୍ଟିଗ୍ରେଟ୍‌ କରାଯାଇଥିଲା ଏବଂ ପୂର୍ବରୁ ଏହା କେବଳ X ପ୍ରିମିୟମ ସବସ୍କ୍ରାଇବରଙ୍କ ଲାଗି ଉପଲବ୍ଧ ଥିଲା । ଏହାପରେ ଏହାକୁ ସମସ୍ତଙ୍କ ଲାଗି ଉପଲବ୍ଧ କରାଯାଇଥିଲା ସତ, କିନ୍ତୁ ଦୈନିକ 10ଟି ପ୍ରଶ୍ନ ପଚାରିବା ଯାଏଁ ସୀମିତ ରହିଥିଲା । ଏବେ ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ iOS ୟୁଜରଙ୍କ ଲାଗି ଉପଲବ୍ଧ କରାଯାଇଛି ।

Grok iOS ଆପ୍‌ ଲଞ୍ଚିଂ

xAI Grokକୁ ଏକ iOS ଆପ୍‌ ଭାବେ ଲଞ୍ଚ କରିବା ନେଇ ଏହାର ଅଫିସିଆଲ X ଆକାଉଣ୍ଟରେ ଘୋଷଣା କରିଛି । ପୋଷ୍ଟରେ କୁହାଯାଇଛି ଯେ ଏହି ଆପ୍‌କୁ ବ୍ୟବହାର କରିବା ଲାଗି ଲଗଇନ୍‌ କରିବାର ଆବଶ୍ୟକ ନାହିଁ । କିନ୍ତୁ X ଆକାଉଣ୍ଟରେ ସାଇନ୍‌ ଇନ୍‌ କରିବା ଦ୍ବାରା ୟୁଜର ଅଧିକ ବ୍ୟକ୍ତିଗତ ଅନୁଭବ ପାଇପାରିବେ । ଏହି ଆପ୍‌ ଲଞ୍ଚ ହେବା ପରେ ଏହା ସିଧାସଳଖ Googleର Gemini, Claude.ai ଓ Meta AIକୁ ଟକ୍କର ଦେବ । ଏହାବାଦ୍‌ ଲୋକପ୍ରିୟ OpenAIର ChatGPT ସହ ମଧ୍ୟ ମୁକାବିଲା କରିପାରେ ।

Grok iOS ଆପ୍‌ର ଫିଚର

  • କନଭର୍ସେସନ: ଆପ୍‌ରେ ୟୁଜର ଚାଟବଟ୍‌କୁ ପ୍ରଶ୍ନ ପଚାରିପାରିବେ ଓ କଥାବାର୍ତ୍ତା କରିପାରିବେ ।
  • ଇମେଜ ଜେନେରେସନ: AI ସହାୟତାରେ କଷ୍ଟମ ଇମେଜ ତିଆରି କରିପାରିବେ ।
  • ୱେବ ସର୍ଚ୍ଚ: ୟୁଜର ରିଅଲ-ଟାଇମ ତଥ୍ୟ ଲାଗି ସର୍ଚ୍ଚ କରିପାରିବେ ।
  • ରାଇଟିଂ ଟାସ୍କ: ଏଥିରେ ଆପଣ ପ୍ରବନ୍ଧ ଓ ଇମେଲ୍‌ ଜେନେରେଟ୍‌ କରିପାରିବେ ।
Grok App is also available in India
Grok App is also available in India (ETV Bharat)

Grok Appକୁ କିପରି ବ୍ୟବହାର କରିବେ ?

  • ସମ୍ପ୍ରତି Grok app କେବଳ iOSୟୁଜରଙ୍କ ଲାଗି ଉପଲବ୍ଧ । ତଥାପି ଆଣ୍ଡ୍ରଏଡ ୟୁଜର X (ପୂର୍ବରୁ ଟ୍ବିଟର) ଆପ୍‌କୁ ଯାଇ ଏହି ଚାଟବଟ୍‌କୁ ବ୍ୟବହାର କରିପାରିବେ । କେବେ ଏହି ଆପ୍‌ ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ ହେବ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
  • iOS ୟୁଜରମାନେ ଏହି ଆପ୍‌କୁ ଡାଉନଲୋଡ କରିବା ଲାଗି ପ୍ରଥମେ Apple App Storeକୁ ଯାଆନ୍ତୁ । ଏହାପରେ ଡାଉନଲୋଡ କରି ଏହାକୁ ବ୍ୟବହାର କରନ୍ତୁ ।
ଏହା ବି ପଢନ୍ତୁ
  1. ଏବେ ଆଇଫୋନ ୟୁଜର ବି ପାଇବେ Gemini AI ସୁବିଧା; ଆପ୍‌ ଷ୍ଟୋରରେ ହେଲା ଉପଲବ୍ଧ
  2. Google Searchରେ ଆସୁଛି AI Mode ! Open AIକୁ ଦେବ କଡା ଟକ୍କର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.