ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / bharat

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ହତ୍ୟା, ରୋଗୀ ହୋଇ ଆସିଥିଲେ ୨ ନାବାଳକ - Doctor shot dead

Doctor Shot Dead At Hospital: ରୋଗୀ ବେଶରେ ଆଜି ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲେ । ଦିଲ୍ଲୀରେ ଘଟିଛି ଏହି ଅଭାବନୀୟ ଘଟଣା । ସିସିଟିଭି ଫୁଟେଜରୁ ୨ ନାବାଳକ ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ ।

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ରୋଗୀ ବେଶରେ ଆସିଥିଲେ ଦୁଇ ହତ୍ୟାକାରୀ
ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ରୋଗୀ ବେଶରେ ଆସିଥିଲେ ଦୁଇ ହତ୍ୟାକାରୀ (ETV Bharat Odisha)

ନୂଆଦିଲ୍ଲୀ:ରାଜଧାନୀରେ ଚାଞ୍ଚଲ୍ୟ । ମଧ୍ୟରାତ୍ରିରେ ରୋଗୀ ବେଶରେ ଚିକିତ୍ସା ପାଇଁ ଆସିଲେ ଦୁଇ ନାବାଳକ । ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ଭେଟିବା ପାଇଁ କହି ଚାମ୍ବରରେ ପଶିଲେ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଡାକ୍ତରଙ୍କୁ ଗୁଳି କରି ଫେରାର ହୋଇଗଲେ । ଘଟଣାସ୍ଥଳରେ ଟଳି ପଡିଲେ ଡାକ୍ତର । ଦିଲ୍ଲୀର କାଳନ୍ଦୀକୁଞ୍ଜ ଅନ୍ତର୍ଗତ ଜୟତପୁର ଏରିଆରେ ଥିବା ଏକ ଘରୋଇ ହସ୍ପିଟାଲରେ ଏପରି ଏକ ହତ୍ୟାକାଣ୍ଡ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ହତ୍ୟାର ଶିକାର ହୋଇଥିବା ଡାକ୍ତର ଜାଭେଦ ଅଖତର । ସେ ଗତକାଲି ରାତିରେ ହସ୍ପିଟାଲରେ ନାଇଟ ଡ୍ୟୁଟିରେ ଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି । ଦୁଇ ନାବାଳକ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: UP: ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ, ଡାକ୍ତରଙ୍କୁ ପିଟି ପିଟି ହତ୍ୟା

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀ ଓ ଛୁଆଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ଡାକ୍ତରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

  • ରୋଗୀ ସାଜି ଆସିଥିଲେ ୨ ନାବାଳକ

ପ୍ରାଥମିକ ତଦନ୍ତ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇଜଣ ଅଭିଯୁକ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଆସିଥିଲେ । ଡାକ୍ତରଙ୍କୁ ଭେଟିବା ପାଇଁ ତାଙ୍କ ଚାମ୍ବର ମଧ୍ୟକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ଗୁଳି ଫୁଟିବା ଶବ୍ଦ ଶୁଣାଗଲା । କର୍ମଚାରୀମାନେ ଡାକ୍ତରଙ୍କ ଚାମ୍ବରରେ ପହଞ୍ଚିବା ବେଳକୁ ଡାକ୍ତର ଜାଭେଦ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା ଓ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଉଭୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ସାରିଥିଲେ । ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ହସ୍ପିଟାଲର ସମସ୍ତ ସିସିଟିଭି କ୍ୟାମେରାରର ଫୁଟେଜ ସଂଗ୍ରହ କରି ଅଭିଯୁକ୍ତ ଦୁଇଜଣଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ।

  • ଅଭିଯୁକ୍ତଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ‌ :-

ଦକ୍ଷିଣ-ଦିଲ୍ଲୀ ଡିସିପି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ରାତି ପ୍ରାୟ 1.45 ମିନିଟରେ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ କେହି ଗୁଳି ଚଳାଇଥିବା ସୂଚନା ସ୍ଥାନୀୟ ପୋଲିସକୁ ମିଳିଥିଲା । ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ହସ୍ପିଟାଲ ଷ୍ଟାଫଙ୍କଠାରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଦୁଇଜଣ ନାବାଳକ ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଉଭୟଙ୍କ ବୟସ ପ୍ରାୟ 16-17 ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ସିସିଟିଭି ଯାଞ୍ଚ କରି ଉଭୟକୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ କରୁଛି । ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡିବ ବୋଲି ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- 'ଚୁରମା' ଖାଇ ମାଆଙ୍କୁ ମନେପକାଇଲେ ମୋଦି, ନୀରଜଙ୍କ ମାଆଙ୍କୁ ଭାବପ୍ରବଣ ଚିଠି - MODI LETTER TO NEERAJ MOTHER

ଏହା ମଧ୍ୟ ପଢନ୍ତୁ:- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ମଧ୍ୟ ପଢନ୍ତୁ:- ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସଙ୍କ ପଲିଗ୍ରାଫ ପରୀକ୍ଷା, ଭରତପୁର ଥାନା କାଣ୍ଡରୁ ହଟିପାରେ ପରଦା - Polygraph Test

ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଛି । ପ୍ରଶାସନିକ ବିଫଳତା ପାଇଁ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି ସୌରଭ କହିଛନ୍ତି । ବିଜେପି ମଧ୍ୟ ଆମ ଆଦମୀ ପାର୍ଟିକୁ ପାଲଟା ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details