ଓଡିଶା

odisha

ETV Bharat / bharat

ଆଜି କେଜ୍ରିଓ୍ବାଲଙ୍କ ପାଓ୍ବାର ସୋ’: ହନୁମାନ ମନ୍ଦିର ଦର୍ଶନ ପରେ ଏକାଧିକ ରୋଡ ସୋ’, ସଂଧ୍ୟାରେ ପ୍ରେସମିଟ୍‌ - Kejriwal Out Of Jail

Kejriwal to Address Media: ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବେ କେଜ୍ରିଓ୍ବାଲ । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦୁଇଟି ରୋଡ ସୋ । ଗଣମାଧ୍ୟମକୁ ମଧ୍ୟ କରିବେ ସମ୍ବୋଧିତ । ଅଧିକ ପଢନ୍ତୁ

ଜେଲରୁ ବାହାରିବା ପରେ ଆଜି କେଜ୍ରିଓ୍ବାଲ ସୋ, ହନୁମାନ ମନ୍ଦିରରେ ଦର୍ଶନ ପରେ ସଂଧ୍ୟାରେ ପ୍ରେସମିଟ୍‌
ଜେଲରୁ ବାହାରିବା ପରେ ଆଜି କେଜ୍ରିଓ୍ବାଲ ସୋ, ହନୁମାନ ମନ୍ଦିରରେ ଦର୍ଶନ ପରେ ସଂଧ୍ୟାରେ ପ୍ରେସମିଟ୍‌ (PIC-ETV Bharat Odisha)

By ETV Bharat Odisha Team

Published : May 11, 2024, 11:37 AM IST

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ‘ଇଡି’ ଦ୍ବାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗତକାଲି ସର୍ବୋଚ୍ଚ କୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । 50 ଦିନ ଜେଲରେ ରହିବା ସହ ଦୀର୍ଘ ଆଇନଗତ ଲଢେଇ ପରେ ଗତକାଲି (ଶୁକ୍ରବାର) ସଂଧ୍ୟାରେ ସେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି । ବିଶାଳ ରୋଡ ସୋ’ ରେ ବାସଭବନକୁ ଫେରିଥିବା କେଜ୍ରିଓ୍ବାଲ ଆଜି (ଶନିବାର) ପାଓ୍ବାର ସୋ’ କରିବେ । ଆଜି କେଜ୍ରିଓ୍ବାଲଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନରେ ସେ କନ୍ନଟପ୍ଲେସରେ ଥିବା ହନୁମାନ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ଅପରାହ୍ନରେ ଦକ୍ଷିଣ ଦିଲ୍ଲୀରେ ଏକ ରୋଡ ସୋରେ ମଧ୍ୟ ଅଂଶଗ୍ରହଣ କରିବେ । ଆଜିର ପୁରା କାର୍ଯ୍ୟସୂଚୀ ସମ୍ପର୍କରେ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

କେଜ୍ରିଓ୍ବାଲଙ୍କ ସୂଚନା ଅନୁସାରେ, ପୂର୍ବାହ୍ନ 11ଟାରେ ସେ କନ୍ନଟପ୍ଲେସ ସ୍ଥିତ ହନୁମାନ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହା ପରେ ସେ ‘ଆମ ଆଦମୀ ପାର୍ଟି’ କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାରେ ଅପରାହ୍ନ 1ଟାରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଅପରାହ୍ନରେ ଦକ୍ଷିଣ ଦିଲ୍ଲୀ- ମହରୌଲୀ ମଧ୍ୟରେ ଏକ ରୋଡ ସୋ’ରେ ଅଂଶଗ୍ରହଣ କରିବେ । ସଂଧ୍ୟାରେ ପୁଣି ଏକ ରୋଡ ସୋ’ ମଧ୍ୟ ପୂର୍ବ-ଦିଲ୍ଲୀ ଓ କୃଷ୍ଣାନଗର ମଧ୍ୟରେ ଆୟୋଜିତ ହେବ । ସେଥିରେ ମଧ୍ୟ ସେ ଅଂଶଗ୍ରହଣ କରିବେ । ତେବେ ଏହି ପୁରା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ହେବା ପାଇଁ କେଜ୍ରିଓ୍ବାଲ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

ଗତକାଲି କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି ସର୍ବୋଚ୍ଚକୋର୍ଟ । ଜୁନ ପହିଲା ପର୍ଯ୍ୟନ୍ତ ସେ ବେଲ୍‌ ପାଇଛନ୍ତି । ଏହା ପରେ ସେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ପାଇଛନ୍ତି । ଏହି ଅବଧି ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଭାବେ ସରକାରୀ କାମ କରିପାରିବେନାହିଁ କିମ୍ବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । କାଲି ଜେଲରୁ ମୁକ୍ତ ହେବା ପରେ ବିଶାଳ ରାଲି କରି ବାସଭବନକୁ ଆସିଥିଲେ କେଜ୍ରିଓ୍ବାଲ । ରାସ୍ତାରେ ସେ ଖୋଲାଗାଡିରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ବେଲ ପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଦେଶର ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ 140 କୋଟି ଭାରତୀୟଙ୍କ ସମର୍ଥନ ମଧ୍ୟ କାମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- 51 ଦିନରେ ଜେଲରୁ ବାହାରିଲେ କେଜ୍ରିୱାଲ, ରଖିଲେ ପ୍ରଥମ ପ୍ରତିକ୍ରିୟା - Arvind Kejriwal First Reaction

କାଲି ସଂଧ୍ୟାରେ ମୁକ୍ତ ହେବା ପରେ ଆଜି କେଜ୍ରିଓ୍ବାଲ ଶକ୍ତି ପ୍ରଦର୍ଶନ କରିବେ । ଆଜି ଗିରଫଦାରୀ ପରେ ପ୍ରଥମ ଥର ସେ ପାର୍ଟି ମୁଖ୍ୟାଳୟରେ ପହଞ୍ଚିବେ । ତମାମ ଦଳୀୟ ନେତାଙ୍କୁ ତାଙ୍କୁ ଭବ୍ୟ ସ୍ବାଗତ କରିବେ । ସେଠାରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ମିଡିଆକୁ ମଧ୍ୟ ସମ୍ବୋଧିତ କରିବେ । ସାଙ୍ଗରେ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ । କେଜ୍ରିଓ୍ବାଲ ଜେଲରେ ଥିବା ବେଳେ ପତ୍ନୀ ସୁନିତା ପ୍ରତ୍ୟକ୍ଷ ରାଜନୀତିରେ ବେଶ ସକ୍ରିୟ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details