ଓଡିଶା

odisha

ETV Bharat / bharat

'ଫେଙ୍ଗାଲ' ତାଣ୍ଡବ: ତାମିଲନାଡୁରେ 3 ମୃତ, ପୁଡୁଚେରୀରେ ବନ୍ୟା ପରିସ୍ଥିତି - FENGAL

ବାତ୍ୟା 'ଫେଙ୍ଗାଲ' ପ୍ରଭାବରେ ତାମିଲନାଡୁ ଓ ପୁଡପଚେରୀରେ ବର୍ଷା । ବିଦ୍ୟୁତ ସଂସ୍ପର୍ଶରେ ଆସି 3 ମୃତ , ଆରମ୍ଭ ହେଲା ବିମାନ ଚଳାଚଳ ।

Cyclone Fengal
Cyclone Fengal (IANS)

By ETV Bharat Odisha Team

Published : Dec 1, 2024, 11:56 AM IST

Updated : Dec 1, 2024, 12:28 PM IST

ଚେନ୍ନାଇ:ଲ୍ୟାଣ୍ଡଫଲ ପରେ ତାମିଲନାଡୁରେ ତାଣ୍ଡବ ରଚିଛି ବାତ୍ୟା 'ଫେଙ୍ଗାଲ' । ଗତକାଲି ପୁଡୁଚେରୀ କରାଇକାଲ ଓ ତାମିଲନାଡୁର ମହାବଳୀପୁରମ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା । ପ୍ରାୟ 4 ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏକା କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ କହିଛି । ପ୍ରବଳ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ବନ୍ଧୀ ସମସ୍ୟା ଉପୁଜିଛି । ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବାତ୍ୟାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 3 ମୃତ:

ବାତ୍ୟା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚେନ୍ନାଇରେ 3 ଜଣଙ୍କର ମୃତ୍ୟୁ ହୋଇଛି । ମୁଥିଆଲପେଟର ଏକ ଏଟିଏମ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉତ୍ତରପ୍ରଦେଶର ବାସିନ୍ଦା ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି ।

FENGAL (PTI)

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା

ଏହା ମଧ୍ୟ ପଢନ୍ତୁ-ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ', ଓଡ଼ିଶାରେ ଡିସେମ୍ବର ୩ ଯାଏଁ ବର୍ଷା

ପୁଡୁଚେରୀରେ ବନ୍ୟା ପରିସ୍ଥିତି:

FENGAL (PTI)

ବାତ୍ୟା ପ୍ରଭାବରେ ପୁଡୁଚେରୀ ସର୍ବାଧିକ 46 ସେମି ବର୍ଷା ରେକର୍ଡ କରାଯାଇଛି । ବାତତ୍ୟା ପରେ ପୁଡୁଚେରୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଆଡେ ଦେଖିଲେ ଖାଲି ପାଣି ହିଁ ପାଣି । ଭାରତୀୟ ଯବାନ ମାଧ୍ୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ କହିଛନ୍ତି ଯେ. ବାତ୍ୟା 'ଫେଙ୍ଗାଲ୍' ଶନିବାର ସନ୍ଧ୍ୟା 5.30 ସମୟରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଥିଲା । ରାତି 10.30 ରୁ 11.30 ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲା । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଉତ୍ତର ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀରରେ ଦୁର୍ବଳ ବାତ୍ୟାରେ ପରିଣତ ହେବ । ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାର ମେଲାମରେ ଶନିବାର ସକାଳ 8.30 ରୁ ରବିବାର ସକାଳ ପର୍ଯ୍ୟନ୍ତ 50 ସେମି ବର୍ଷା ହୋଇଥିବାବେଳେ ପୁଡୁଚେରୀରେ 46 ସେମି ବର୍ଷା ରେକର୍ଡ କରାଯାଇଛି । ପୁଡୁଚେରୀରେ ଏହା ସର୍ବାଧିକ ବର୍ଷା | ଅକ୍ଟୋବର 31, 2004 ରେ ଏଠାରେ 21 ସେମି ବର୍ଷା ହୋଇଥିଲା ।

ଆରମ୍ଭ ହେଲା ବିମାନ ସେବା:

ବାତ୍ୟା ପ୍ରଭାବରେ ଚେନ୍ନାଇ ବିମାନବନ୍ଦର ସେବା ବନ୍ଦ ରହିଥିବା ବେଳେ ଗତକାଲି ମଧ୍ୟରାତ୍ରରୁ ସେବା ସଚଳ ହୋଇଛି । ପ୍ରାୟ 24 ଟି ଘରୋଇ ବିମାନ ସେବା ବାତିଲ ହୋଇଥିବା ବେଳେ ଏବଂ 26 ଟି ଆନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଧିକାରୀମାନେ କହିଛନ୍ତି । ଅପରାହ୍ନ 2 ଟାରେ ତାମିଲନାଡୁରେ ପ୍ରବଳ ବର୍ଷା ହେବ। ସହ ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି ।

Last Updated : Dec 1, 2024, 12:28 PM IST

ABOUT THE AUTHOR

...view details