ଓଡିଶା

odisha

ETV Bharat / bharat

ରାଜୀବ ଗାନ୍ଧୀଙ୍କ 33ତମ ପୂଣ୍ୟତିଥି: କଂଗ୍ରେସ ନେତା ଓ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି - Rajiv Gandhi Death Anniversary - RAJIV GANDHI DEATH ANNIVERSARY

Rajiv Gandhi Death Anniversary: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 33ତମ ଶ୍ରାଦ୍ଧବାର୍ଷିକୀ । ସମାଧିସ୍ଥଳରେ କଂଗ୍ରେସ ନେତାଙ୍କ ଶ୍ରଦ୍ଧାଞ୍ଜଳି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

ଆଜି ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥି: କଂଗ୍ରେସ ନେତା ଓ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି
ଆଜି ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥି: କଂଗ୍ରେସ ନେତା ଓ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି (ETV Bharat Odisha)

By ETV Bharat Odisha Team

Published : May 21, 2024, 11:16 AM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର 33ତମ ପୂଣ୍ୟତିଥି । ନୂଆଦିଲ୍ଲୀର ବୀରଭୂମିରେ ଥିବା ରାଜୀବଙ୍କ ସମାଧି ସ୍ଥଳରେ ଆଜି ତମାମ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଓ କଂଗ୍ରେସର ବହୁ ବରିଷ୍ଠ ନେତୃତମଣ୍ଡଳୀ ଆଜି ସକାଳୁ ବୀରଭୂମୀରେ ରାଜୀବଙ୍କ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ‘ଏକ୍ସ’ ଟ୍ବିଟ୍‌ କରି ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଆଜି ରାଜୀବ ଗାନ୍ଧୀଙ୍କ 33ତମ ପୂଣ୍ୟତିଥି (ETV Bharat Odisha)

ଭାରତର 7ମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ:-

ମା’ ଇନ୍ଦିରାଙ୍କ ହତ୍ୟା ପରେ ସ୍ବାଧୀନ ଭାରତର 7ମ ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧୀ । ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ବଡ ପୁଅ ରାଜୀବ ମା’ ଇନ୍ଦିରାଙ୍କ ହତ୍ୟା ପରେ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ । 1984 ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ତାଙ୍କ ନେତୃତ୍ବରେ କଂଗ୍ରେସ କେନ୍ଦ୍ରରେ କ୍ଷମତା ହାସଲ କରିଥିଲା । ରାଜୀବ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର 40 ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଗାନ୍ଧୀ ପରିବାରର ଯୁବ ରାଜନେତା ଥିଲେ ରାଜୀବ । ସେ 1984 ରୁ 1989 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଥିଲେ । 1991 ମସିହା ମେ’21 ତାରିଖରେ ରେ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ତାମିଲନାଡୁରେ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ତେବେ ରାଜୀବଙ୍କ ପରେ ଗାନ୍ଧୀ ପରିବାରରୁ ଆଉ କେହି ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ।

ଆଜି ରାଜୀବ ଗାନ୍ଧୀଙ୍କ 33ତମ ପୂଣ୍ୟତିଥି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ନବୀନ, ରାହୁଲ, କେଜ୍ରିଓ୍ବାଲଙ୍କ ନିନ୍ଦା, କ୍ଷମା ମାଗିଲେ ସମ୍ବିତ - sambit patra controversy

ମା’ ତଥା ଦେଶର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବଙ୍କୁ ମଧ୍ୟ ଇନ୍ଦିରାଙ୍କ ପରି ହତ୍ୟାର ଶିକାର ହେବାକୁ ପଡିଥିଲା । ତାମିଲନାଡୁରେ ଏକ ନିର୍ବାଚନୀ ପ୍ରଚାର ସମୟରେ ତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ ରାଜୀବଙ୍କ ସହ ମୋଟ 14ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ 40ରୁ ଅଧିକ ଆହତ ମଧ୍ୟ ହୋଇଥିଲା । ଶ୍ରୀଲଙ୍କାର ବିଦ୍ରୋହୀ ସଂଗଠନ ‘ଏଲଟିଟିଇ’ ହିଁ ରାଜୀବଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ଉଭୟ ତାମିଲନାଡୁ ଓ ଶ୍ରୀଲଙ୍କାରୁ ଏକାଧିକ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ । ଏବେ ଏହି ହତ୍ୟାକାଣ୍ଡକୁ 33ବର୍ଷ ପୂରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details