ହାଇଦ୍ରାବାଦ:ସରିଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ । ଶେଷ ଦିନରେ ଭାବବିହ୍ବଳ ହେଲେ ଚନ୍ଦ୍ରଚୂଡ । ସବୁଠୁ ବଡ଼ କଥା ହେଉଛି, ଶେଷ କାର୍ଯ୍ୟ ଦିବସରେ ମଧ୍ୟ ସେ 45 ଟି ମାମଲାର ଶୁଣାଣି କରିଛନ୍ତି । ଏହି ବେଞ୍ଚରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସହ ଉପସ୍ଥିତ ଥିଲେ ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ଜେ ବି ପାରଦିୱାଲା । ଆସନ୍ତାକାଲି ରବିବାର ଥିବାବେଳେ 10 ନଭେମ୍ବରରେ ଶପଥ ନେବେ ନୂଆ ବିଚାରପତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସେ ମଧ୍ୟ ଆଜି ଉପସ୍ଥିତ ଥିଲେ ।
ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ଚନ୍ଦ୍ରଚୂଡ:
ଆହ୍ଲାବାଦର ହାଇକୋର୍ଟର ପ୍ରଧାନ ବିଚାରପତି ପଦରୁ ସିଧାସଳଖ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୋଇଥିଲେ ଡି ୱାଇ ଚନ୍ଦ୍ରଚୂଡ। ନିଜର ଦୁଇ ବର୍ଷ କାର୍ଯ୍ୟକାଳ ଭିତରେ ସେ ଆର୍ଟିକିଲ 270, ରାମ ଜନ୍ମଭୂମି ମନ୍ଦିର, ୱାନ ରାଙ୍କ ୱାନ ପେନସନ, ମଦ୍ରାସା ମାମଲା, ସାବରମାଳା ମନ୍ଦିର ବିବାଦ ଭଳି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ।
ଏହା ବି ପଢନ୍ତୁ...ନୂଆ ଅପରାଧିକ ଆଇନକୁ ପ୍ରଶଂସା କଲେ ସିଜେଆଇ; କହିଲେ ଶୀଘ୍ର ମିଳିବ ନ୍ୟାୟ, ଦଣ୍ଡିତ ହେବେ ଅପରାଧୀ - CJI on New criminal laws
ଏହା ବି ପଢନ୍ତୁ...ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ଜଷ୍ଟିସ ଚନ୍ଦ୍ରଚୂଡ କଲେ ସୁପାରିଶ