ଓଡିଶା

odisha

ପ୍ରାଣ ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ବିମାନ ବନ୍ଦରରେ ଓହ୍ଲାଇଛି 116 ବିମାନ, ଆସିଛନ୍ତି 350 ଭିଭିଆଇପି

CISF handles 350 VVIPs, 116 flights at Ayodhya Airport: ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛି 116 ବିମାନ । ଆସିଛନ୍ତି 350 ଭିଭିଆଇପି ଅତିଥି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 23, 2024, 10:46 PM IST

Published : Jan 23, 2024, 10:46 PM IST

ପ୍ରାଣ ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛି 116 ବିମାନ, ଆସିଛନ୍ତି 350 ଅତିଥି
ପ୍ରାଣ ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛି 116 ବିମାନ, ଆସିଛନ୍ତି 350 ଅତିଥି

ଲକ୍ଷ୍ନୌ: ଗତକାଲି ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶୃଙ୍ଖଳାର ସହ ଶେଷ ହୋଇଛି । ଏଥିପାଇଁ ପୂର୍ବରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଯୋଧ୍ୟାରେ ନବନିର୍ମିତ ମହର୍ଷୀ ବିଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 100 ବିମାନ ଅବତରଣ କରିବା ନେଇ ଅନୁମାନ କରାଯାଉଥିଲା । ତାହା ପ୍ରାୟତଃ ଠିକ ପ୍ରମାଣିତ ହୋଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଏହାର ପୂର୍ବଦିନକୁ ମିଶାଇ ମୋଟ 116 ଟି ବିମାନ ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛି । ସେହିପରି ମୋଟ 350 ଅତିବିଶିଷ୍ଟ ବ୍ୟକ୍ତିବିଶେଷ ବା ଭିଭିଆଇପି ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିବା ପରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ତେବେ ଏହି ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ସବୁ ବିମାନ ବନ୍ଦର ପରି କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ବା ‘ସିଆଇଏସଏଫ’ କାନ୍ଧରେ ନିୟୋଜିତ ଥିଲା ।

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ନୂତନ ଏୟାରପୋର୍ଟରେ ମୋଟ 146 ଜଣ ସିଆଇଏସଏଫର ଅଧିକାରୀ ଓ ଯବାନ ନିୟୋଜିତ ହୋଇଥିଲେ । ଟର୍ମିନାଲରୁ ଆରମ୍ଭ କରି ପାର୍କି ଓ କଣ୍ଟ୍ରୋଲରୁମ ପରି ସମସ୍ତ ସ୍ଥାନରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିରେ କେନ୍ଦ୍ରୀୟ ବଳ ସହ ପୋଲିସ ବିଭାଗର ଯବାନ ମଧ୍ୟ ସାମିଲ ହୋଇଥିଲେ । ତେବେ ଦେଶର 68ତମ ବୃହତ୍ତମ ବିମାନ ବନ୍ଦର ହେଉଛି ଅଯୋଧ୍ୟାର ଏହି ନବନିର୍ମିତ ବିମାନ ବନ୍ଦର । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ମାତ୍ର କିଛି ଦିନ ପୂର୍ବରୁ ଏହାକୁ ଅପରେସନାଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଥିଲେ । ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବ 22 ଓ ଏହାର ପୂର୍ବଦିନ 21ତାରିଖରେ ମୋଟ 116 ବିମାନ ଲ୍ୟାଣ୍ଡିଂ କରିଛି । ଏହା ମଧ୍ୟରେ କମର୍ସିଆଲ ଫ୍ଲାଇଟ ସାଙ୍ଗକୁ ଚାଟାର୍ଡ ଫ୍ଲାଇଟ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ମିଜୋରାମରେ ଖସିଲା ମିଆଁମାର ସେନା ବିମାନ, 6 ଆହତ

ସିଆଇଏସଏଫ ଆଇଜି ଶ୍ରୀକାନ୍ତ କିଶୋର କହିଛନ୍ତି, ନବନିର୍ମିତ ବିମାନ ବନ୍ଦର ସହ ଏହି ମେଗା ଇଭେଣ୍ଟକୁ ସୁରୁଖୁରୁରେ ପରିଚାଳନା କରିବା ସିଆଇଏସଏଫ ପାଇଁ ଏକ ବଡ ଚ୍ୟାଲେଞ୍ଚ ଥିଲା । ଯାହା ସଫଳତାର ସହ ସିଆଇଏସଏଫ ଶେଷ କରିଛି । ପ୍ରାୟ 350 ଭିଭିଆଇପି ଏହି ବିମାନ ବନ୍ଦର ମାଧ୍ୟମରେ ଅଯୋଧ୍ୟା ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଜାନୁଆରୀ 21 ତାରିଖରେ 5ଟି କମର୍ସିଆଲ ବିମାନର ଉଡାଣ ଓ ଅବତରଣ କରିଥିଲା ବେଳେ 32 ଚାର୍ଟାର୍ଡ ପ୍ଲେନ ଅବତରଣ କରିଥିଲା । ସେହିପରି ପ୍ରାଣପ୍ରତିଷ୍ଠା ଦିନ ଅର୍ଥାତ 22 ତାରିଖରେ 74 ବିମାନ ଅବତରଣ କରିଥିବା ସିଆଇଏସଏଫ ଆଇଜି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details