ଡେରାଡୁନ:ଦେବଭୂମିରେ ଆରମ୍ଭ ହେଲା ଚାରିଧାମ ଯାତ୍ରା । ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର କବାଟ । ହର ହର ମହାଦେହ, ମନ୍ତ୍ର ପାଠ ଓ ଶଙ୍ଖ ନାଦରେ କମ୍ପୁଛି ମନ୍ଦିର ପରିସର । 24 କ୍ୱିଣ୍ଟାଲ ଫୁଲରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ବାବାଙ୍କ ଦର୍ଶନ ପାଇଁ କେଦାରନାଥ ଧାମରେ ଭକ୍ତଙ୍କ ପ୍ରବଳ ଗହଳି ଜମିଛି । ସକାଳ 7ଟା 15 ମିନିଟରେ ଭକ୍ତଙ୍କ ପାଇଁ ବାବାଙ୍କ ଦ୍ବାର ଖୋଲିଥିଲା । ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ, କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ, ମୁଖ୍ୟ ପୁରୋହିତ ଶିବ ଶଙ୍କର ଲିଙ୍ଗାଙ୍କ ଉପସ୍ଥିତିରେ କବାଟ ଖୋଲାଯାଇଥିଲା । ଆଜି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ମଧ୍ୟ ଖୋଲିଛି ।
କେଦାରନାଥ ମନ୍ଦିର ଖୋଲିଲା:ମନ୍ଦିର ପ୍ରଶାସନର ଉପସ୍ଥିତିରେ ମୁଖ୍ୟ ଦ୍ୱାରର ତାଲା ଖୋଲା ଯାଇଥିଲା । ଏହାପରେ ଗର୍ଭଗୃର ଦ୍ୱାର ଖୋଲା ହୋଇଥିଲା । ମୁଖ୍ୟ ପୁରୋହିତ ପୂଜା କରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାବା କେଦାରନାଥଙ୍କୁ ଦର୍ଶନ କରିପାରିବେ । ଶନିବାର ଦିନ କେଦାରନାଥ ଧାମରେ ପ୍ରଭୁ ଭୈରବନାଥଙ୍କ ଦ୍ୱାର ଖୋଲାଯିବା ସହିତ କେଦାରନାଥ ମନ୍ଦିରରେ କେଦାରଙ୍କ ଆରତୀ ଏବଂ ପ୍ରସାଦ ବ୍ୟବସ୍ଥା ଆରମ୍ଭ ହେବ ।
ଏହା ମଧ୍ୟ ପଢନ୍ତୁ-Snowfall: ଧଳା ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଓ କେଦାରନାଥ ଧାମ