ନୂଆଦିଲ୍ଲୀ: ଆସନ୍ତା ଶିକ୍ଷା ବର୍ଷରୁ ବର୍ଷକୁ ଦୁଇ ଥର ହେବ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଦଶମ ବୋର୍ଡ ପରୀକ୍ଷାକୁ ଚାପମୁକ୍ତ କରିବା ଲକ୍ଷ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ସଫଳତା ହାର ବୃଦ୍ଧି ପାଇବ ବୋଲି ଆଶା ରଖିଛି ଶିକ୍ଷା ବିଭାଗ ।
ବର୍ଷକୁ ୨ ଥର ସିବିଏସଇ ଦଶମ ବୋର୍ଡ ପରୀକ୍ଷା:
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଙ୍ଗଳବାର ଦିନ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ପାଇଁ ଡ୍ରାଫ୍ଟକୁ ଅନୁମୋଦନ କରିଛି । ନୂତନ ପରୀକ୍ଷା ପ୍ରଣାଳୀର ଡ୍ରାଫ୍ଟକୁ CBSEର ସରକାରୀ ୱେବସାଇଟରେ ସମୀକ୍ଷା ପାଇଁ ଉପଲବ୍ଧ କରାଯାଇଛି । ପ୍ରସ୍ତାବିତ ନୀତି ଉପରେ ସ୍କୁଲ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସମେତ ହିତାଧିକାରୀମାନେ ସେମାନଙ୍କର ମତାମତ ଦେଇପାରିବେ । ଡ୍ରାଫ୍ଟ ନୀତି ଉପରେ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ । ଏହାପରେ ଉତ୍ତର ଗୁଡ଼ିକୁ ବିଚାର କରାଯିବ ଏବଂ CBSE ଦ୍ୱାରା ଦୁଇଥର ପରୀକ୍ଷା ପରିଚାଳନା ନୀତି ଚୂଡ଼ାନ୍ତ କରାଯିବ । ନୂତନ ଡ୍ରାଫ୍ଟ ଅନୁଯାୟୀ, ପରୀକ୍ଷା ପ୍ରଥମ ଥର ପାଇଁ ଫେବୃଆରୀ ୧୭ ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ମେ ୫ରୁ ୨୦ ମଧ୍ୟରେ କରାଯିବ ।
- ପ୍ରଥମ ଥର ପାଇଁ ଫେବୃଆରୀ ୧୭ ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା
- ଦ୍ୱିତୀୟ ପର୍ଯ୍ୟାୟ ମେ ୫ରୁ ୨୦ ମଧ୍ୟରେ କରାଯିବ