ଓଡିଶା

odisha

By ETV Bharat Odisha Team

Published : Jan 24, 2024, 5:32 PM IST

ETV Bharat / bharat

ପର୍ଯ୍ୟାୟକ୍ରମେ ରାମଲାଲାଙ୍କୁ ଦର୍ଶନ କରିବେ ବିଜେପି ଶାସିତ ରାଜ୍ୟ ମନ୍ତ୍ରୀମଣ୍ଡଳ

BJP ruled states Cabinet Minister to visit Ayodhya: ରାମମନ୍ଦିର ଗର୍ଭଗୃହରେ ରାମଲାଲା ବିରାଜ ମାନ ହେବା ପରେ ଏବେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ବିଜେପି ଶାସିତ ରାଜ୍ୟ ମନ୍ତ୍ରୀମଣ୍ଡଳ ଗୁଡିକର ତାଲିକା ପ୍ରସ୍ତୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଫେବୃୟାରୀ 1ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ ତାଙ୍କ ପୁରା କ୍ୟାବିନେଟକୁ ଧରି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିବେ । ଫେବୃୟାରୀ 2ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜ ମନ୍ତ୍ରୀ ମଣ୍ଡଳକୁ ନେଇ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିବେ । ଅଧିକ ପଢନ୍ତୁ

Ram Mandir
Ram Mandir

ଅଯୋଧ୍ୟାଧାମ: ରାମଲାଲାଙ୍କ ସରିଛି ପ୍ରାଣପ୍ରତିଷ୍ଠା । ଜାନୁୟାରୀରୁ 23ରୁ ଗର୍ଭଗୃହରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଦଶରଥ ସୁତ । ନିଜ ଆରଧ୍ୟ ଦେବତାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ପହଞ୍ଚୁଛନ୍ତି ଲକ୍ଷଲକ୍ଷ ଭକ୍ତ । ରାମଲାଲା ମଧ୍ୟ ଦୈନିକ 16 ଘଣ୍ଟାରୁ ଅଧିକ ସମୟ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପୋଲିସ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ସାଧୁ ସନ୍ଥଙ୍କ ସମେତ ସାଧାରଣ ଭକ୍ତ ଯେପରି ରାମଲାଲାଙ୍କ ଦର୍ଶନରୁ ବଞ୍ଚିତ ନହୁଏନ୍ତି ତାହାକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୋଲିସର ବଛାବଛା ଅଧିକାରୀ ଏଡିଜି ଆଇନ ଶୃଙ୍ଖଳା ପ୍ରଶାନ୍ତ କୁମାରଙ୍କ ନେତୃତ୍ବରେ ଅଯୋଧ୍ୟାରେ ଡେରା ପକାଇଛନ୍ତି।

ଅଧିକ ପଢନ୍ତୁ- ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା

ସେପଟେ ରାମମନ୍ଦିର ଗର୍ଭଗୃହରେ ରାମଲାଲା ବିରାଜ ମାନ ହେବା ପରେ ଏବେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ବିଜେପି ଶାସିତ ରାଜ୍ୟ ମନ୍ତ୍ରୀମଣ୍ଡଳ ଗୁଡିକର ତାଲିକା ପ୍ରସ୍ତୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଫେବୃୟାରୀ 1ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ ତାଙ୍କ ପୁରା କ୍ୟାବିନେଟକୁ ଧରି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିବେ । ଫେବୃୟାରୀ 2ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜ ମନ୍ତ୍ରୀ ମଣ୍ଡଳକୁ ନେଇ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିବେ । ଫେବୃଯାରୀ 3ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲା ଶର୍ମା ନିଜ ନୂଆ କ୍ୟାବିନେଟକୁ ନେଇ ରାମଲାଲାଙ୍କ ଦର୍ଶନ କରିବେ । 4 ଫେବୃଯାରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ପରିବାର ସହ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବେ । ସେହିପରି 5 ଫେବୃୟାରୀରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ନିଜ ଟିମକୁ ନେଇ ରାମଲାଲାଙ୍କ ଦର୍ଶନ କରିବେ । 22 ଫେବୃୟାରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ ମନ୍ତ୍ରୀ ମଣ୍ଡଳ ସହ ରାମଲାଲାଙ୍କ ଦର୍ଶନ କରିବେ ।

ଏପଟେ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ଖୁବଶୀଘ୍ର ତଥା ଆସନ୍ତା ମାସରେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାତ୍ରା କରିବ ।

ଅଧିକ ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ପରେ ସନ୍ଧ୍ୟା ଦର୍ଶନ ସମୟସୀମା ବୃଦ୍ଧି, ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ

ସୂଚନାଯୋଗ୍ୟଯେ ଗତ 22 ତାରିଖରେ ରାମ ମନ୍ଦିର ଗର୍ଭ ଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଗତକାଲି ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । କିନ୍ତୁ ଗତକାଲି ଗୋଟିଏ ଦିନରେ 5 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଗୋଟିଏ ଦିନରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବା ପରେ ମନ୍ଦିର ପରିସରରେ ବ୍ୟାପକ ଭିଡ ହୋଇଥିଲା । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିଥିଲେ । ବରିଷ୍ଠ ଅଧିକାରୀଙ୍କୁ ନେଇ ଯୋଗୀ ଭିଡ ନିୟନ୍ତ୍ରଣ ନେଇ ସମୀକ୍ଷା କରିବା ସହିତ ଆବଶ୍ୟକ ନିର୍ଦ୍ଦେଶନାମା ଦେଇଥିଲେ । ପରେ ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଇଟିଭି ଭାରତ, ଅଯୋଧ୍ୟା (ୟୁପି)

ABOUT THE AUTHOR

...view details