ETV Bharat / bharat

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିବ, ଜାଣନ୍ତୁ - SUN TRANSIT

ସଂକ୍ରାନ୍ତିରେ ମକର ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ଜାଣନ୍ତୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପ୍ରଭାବରେ କେଉଁ ରାଶିର ବ୍ୟକ୍ତି ଲାଭବାନ ହେବେ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 13, 2025, 3:56 PM IST

ହାଇଦ୍ରାବାଦ: ହିନ୍ଦୁ ସନାତନ ଧର୍ମରେ ସୂର୍ଯ୍ୟଙ୍କୁ ସବୁଠାରୁ ଶକ୍ତିଶାଳୀ ଭାବରେ ବିଶ୍ବାସ କରାଯାଏ । ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ପରିବର୍ତ୍ତନ କିଛି ରାଶି ଉପରେ ସକରାତ୍ମକ ଓ କିଛି ରାଶି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ଧନୁ ରାଶିରେ ଥିବା ବେଳେ ସଂକ୍ରାନ୍ତିଠାରୁ ମକର ରାଶିକୁ ଗୋଚର କରିବେ । ସୂର୍ଯ୍ୟଙ୍କ ଏହି ରାଶି ଗୋଚର ଧନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ । ତେବେ ସୂର୍ଯ୍ୟ ମକର ରାଶିକୁ ପରିବର୍ତ୍ତନ ହେବା ଫଳରେ କେଉଁ ରାଶିଙ୍କ ପାଇଁ ଶୁଭ ଓ କେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ଜାଣନ୍ତୁ...

Sun Transit In Capricorn 2025
Sun Transit In Capricorn 2025 (ARIES)

ମେଷ: ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ମକର ରାଶିକୁ ଚଳନ ହେବ । ଏହି ମହାଜାଗତିକ ଚଳନ କାରଣରୁ ମେଷ ରାଶି ଥିବା ଲୋକମାନଙ୍କୁ କିଛି ନୂଆ କର୍ତ୍ତବ୍ୟ ତୁଲାଇବାକୁ ହେବ । ନିଜର କାମ ଗୁଡିକୁ ସଂପୂର୍ଣ୍ଣ କରିବା ସହଜ ହେବ । ଏହା ସହିତ ଗୋଟିଏ ଘର କିମ୍ବା କାର କିଣିବା ପାଇଁ ଏହା ଏକ ଭଲ ସମୟ ହେବ । ଆପଣଙ୍କର ଗ୍ରହମାନଙ୍କର ଅବସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହେବ । ଆପଣ ସରକାରୀ ସହାୟତା ମଧ୍ୟ ଲାଭ କରିବେ । ଆପଣ କାମରେ ଅଧିକ କର୍ତ୍ତୃତ୍ଵ ଜାହିର କରିବେ । ଏହା ସହିତ ଉଚ୍ଚ ଅଧିକାରୀମାନଙ୍କ ସାଙ୍ଗରେ ଆପଣଙ୍କର ସମ୍ପର୍କ ପୂର୍ବାପେକ୍ଷା ବହୁତ ଭଲ ହେବ ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

Sun Transit In Capricorn 2025
Sun Transit In Capricorn 2025 (TAURUS)

ବୃଷ: ମକର ରାଶିରେ ରବିଙ୍କର ଆଗମନ ଦ୍ଵାରା ବୃଷ ରାଶିର ଲୋକମାନେ ଲାଭବାନ ହେବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ପାଇଁ ଅନୁକୂଳ ହେବ । ଆପଣ ଯେଉଁ କାମକୁ ବହୁ ଦିନ ଧରି କରି ଆସୁଛନ୍ତି, ତାହା ସମ୍ପୂର୍ଣ୍ଣ ହେବ । କିନ୍ତୁ ଏହି ସମୟରେ ସଫଳତା ଲାଭ କରିବା ସହଜ ହେବ ନାହିଁ । ସଫଳ ହେବା ପାଇଁ ଆପଣଙ୍କୁ ପ୍ରବଳ ଉଦ୍ୟମ କରିବାକୁ ପଡିବ । ଏହା ସହିତ ଆପଣ କୋର୍ଟ କଚେରୀ କାମରେ ସଫଳତା ପାଇବେ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (GEMINI)

ମିଥୁନ: ମକର ରାଶିରେ ସୂର୍ଯ୍ୟଙ୍କ ଏହି ଚଳନ ସମୟ ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କ ଉପରେ ଚମତ୍କାର ପ୍ରଭାବ ପକାଇବ । ଏହି ସମୟରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ । ଅହେତୁକ ଭାବେ ଆର୍ଥିକ ଲାଭ ହେବାର ସୁଯୋଗ ଗୁଡିଏ ମଧ୍ୟ ଆସିବ । ଯଦି ଆପଣ କାହାକୁ ଅର୍ଥ ଋଣ ଆକାରରେ ଦେଇଛନ୍ତି ଏବଂ ଏହା କିଛି ସମୟ ପାଇଁ ଅଟକି ରହିଥିଲା, ବର୍ତ୍ତମାନ ଆପଣ ତାହା ଫେରିପାଇବେ । ଆପଣ ବର୍ତ୍ତମାନ ଭ୍ରମଣ କରିବା ପାଇଁ ମୁକ୍ତ ଅଟନ୍ତି । ନିଜ ସ୍ୱାସ୍ଥ୍ୟର ଅତିରିକ୍ତ ଯତ୍ନ ନିଅନ୍ତୁ ଏବଂ ଏହି ସମୟରେ ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଉପଚାର: ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (CANCER)

କର୍କଟ: ମକର ସଂକ୍ରାନ୍ତି ପର ଠାରୁ ରବି ମକର ରାଶିରେ ଅବସ୍ଥାନ କରିବେ । କର୍କଟ ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କ ପାଇଁ ରବିଙ୍କର ଏହି ଚଳନ ସମୟ ଲାଭଦାୟକ ହେବ । ଏହି ମାସରେ ଆପଣ ସାମାନ୍ୟ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପରିବାରରେ ଦ୍ଵନ୍ଦ୍ଵ ଦେଖାଦେଇପାରେ । ଫଳସ୍ଵରୂପ ମାନସିକ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି କାମରେ ଆପଣଙ୍କର ଅର୍ଥ ବ୍ୟୟ ହେବାର ସମ୍ଭାବନା ଅଛି । ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ମତାନ୍ତର ଦେଖାଦେବ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (LEO)

ସିଂହ: ମକର ରାଶିରେ ରବିଙ୍କର ଚଳନ ଦ୍ଵାରା ସିଂହ ରାଶିର ଲୋକମାନେ ଲାଭବାନ ହେବ । ଆପଣ ବ୍ୟବହାର କରୁଥିବା ପ୍ରତ୍ୟେକ ଉପାୟ କାମ କରିବ ଏବଂ ଆପଣଙ୍କ ସୁବିଧା ପାଇଁ ସେଗୁଡିକ କାମ କରିବେ । କୋର୍ଟ ନିଷ୍ପତ୍ତି ମଧ୍ୟ ଆପଣଙ୍କ ସପକ୍ଷରେ ଯିବ । ଏହି ସମୟରେ ଆପଣଙ୍କର ବିରୋଧୀମାନେ ମଧ୍ୟ ଦୁର୍ବଳ ହେବେ । ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ କିନ୍ତୁ ନିଜର ଆୟ ଓ ଖର୍ଚ୍ଚ ଗୁଡିକୁ ପରିଚାଳନା କରିବା ଏକ ଆହ୍ଵାନପୂର୍ଣ୍ଣ କାର୍ଯ୍ୟ ହେବ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ଆପଣ ଲାଭବାନ ହେବେ ।

Sun Transit In Capricorn 2025
Sun Transit In Capricorn 2025 (VIRGO)

କନ୍ୟା: ମକର ରାଶିରେ ରବିଙ୍କର ଚଳନ ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ଜୀବନରେ ସାମାନ୍ୟ ଅଗ୍ରଗତି ଦେଖାଦେବ । ରବିଙ୍କର ଚଳନ ପ୍ରଭାବରୁ କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତିମାନେ ସଫଳତା ଲାଭ କରିବାରେ ସାହାଯ୍ୟ ପାଇବେ । କାମରେ ସଫଳତା ପାଇବେ । ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କରେ ଉନ୍ନତି ଦେଖାଦେବ । ଆପଣଙ୍କ ଉଦ୍ୟମ ଗୁଡିକୁ ଗୁରୁତ୍ଵ ଦିଆଯିବ । ଆପଣ ପରୀକ୍ଷାରେ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସଫଳ ହେବେ । ମାତାପିତା ହେବାର ମଧ୍ୟ ସମ୍ଭାବନା ଅଛି । ପିଲାମାନଙ୍କ ସହିତ ସମୟ ଅତିବାହିତ କରିବାକୁ ଉପଭୋଗ କରିବେ ।

ଉପଚାର: ଭଗବାନ ଶିବଙ୍କୁ ପୂଜା କରିବା ଆପଣଙ୍କ ପାଇଁ ଶୁଭ ଓ ଫଳପ୍ରଦ ହେବ ।

Sun Transit In Capricorn 2025
Sun Transit In Capricorn 2025 (LIBRA)

ତୁଳା: ମକର ସଂକ୍ରାନ୍ତି ଏବଂ ଏହାକୁ ଅନୁସରଣ କରୁଥିବା ମାସ ମଧ୍ୟସ୍ଥ ସମୟ ତୁଳା ରାଶିର ଲୋକମାନଙ୍କ ପାଇଁ ସାମାନ୍ୟ ଆହ୍ଵାନପୂର୍ଣ୍ଣ ହୋଇପାରେ । ଆପଣ ଏହି ସମୟରେ ଆଶା କରୁ ନଥିବା କିଛି ଫଳାଫଳ ସହିତ ଉନ୍ନତି ଓ ଅବନତିର ମଧ୍ୟ ସମ୍ମୁଖୀନ ହେବାର ସମ୍ଭାବନା ଅଛି । ପରିବାରେ ଦ୍ଵନ୍ଦ୍ଵପୂର୍ଣ୍ଣ ପରିସ୍ଥିତି ମଧ୍ୟ ଦେଖାଦେଇପାରେ । ଆପଣ ଏହା ଦ୍ଵାରା ଚାପଗ୍ରସ୍ତ ହେବେ । ଅମନଯୋଗୀ ହେବାର ପରିସ୍ଥିତି ମଧ୍ୟ ସୃଷ୍ଟି ହେବ । ଫଳସ୍ଵରୂପ ଆପଣ ନିଜର ପାଠପଢାରେ ଧ୍ୟାନ ଦେବାରେ ବାଧା ହୋଇପାରେ । ଏହି ସମୟରେ ଜମି ସମ୍ବନ୍ଧିତ କୌଣସି କାମରେ ନିଜକୁ ଜଡିତ କରନ୍ତୁ ନାହିଁ । ଭଲ ଭାବରେ ବିଚାର ବିମର୍ଶ କରିବା ପରେ ଆପଣ ବିନିଯୋଗ କରିବା ବିଷୟରେ ନିଷ୍ପତ୍ତି ନେବା ଆବଶ୍ୟକ ।

ଉପଚାର: ପ୍ରତିଦିନ ଗାଈକୁ ଗୁଡ ଖାଇବାକୁ ଦେବା ଦ୍ଵାରା ଲାଭବାନ ହେବେ ।

Sun Transit In Capricorn 2025
Sun Transit In Capricorn 2025 (SCORPIO)

ବିଛା: ମକର ରାଶିରେ ରବିଙ୍କର ଚଳନର ପରବର୍ତ୍ତୀ ସମୟ ଆପଣଙ୍କ ପାଇଁ ସାମାନ୍ୟ ଆହ୍ଵାନପୂର୍ଣ୍ଣ ହେବ । ବର୍ତ୍ତମାନ ରବି ଆପଣଙ୍କ ରାଶିର ତୃତୀୟ ଗୃହରେ ଅବସ୍ଥାନ କରିବେ, ଯାହା ଆପଣଙ୍କ ସଫଳତାରେ ସହାୟକ ହେବ । ଆପଣଙ୍କର ସହନଶୀଳତା ଓ ଧୈର୍ଯ୍ୟଶୀଳତା ଗୁଣ ଦ୍ଵାରା ଆପଣ ସହଜରେ ଆହ୍ଵାନପୂର୍ଣ୍ଣ ପରିସ୍ଥିତିଗୁଡିକୁ ଆୟତ୍ତ କରିବାରେ ସକ୍ଷମ ହେବେ । ଏହା ସହିତ ପରିବାରରେ ଉତ୍ସବ ପାଳିତ ହେବ, ଯାହା ଶୁଭମୟ ହେବ । ଏହା ମନେରଖନ୍ତୁ ଯେ, କିଛି ନିର୍ଦ୍ଦିଷ୍ଟ ସମସ୍ୟାକୁ ନେଇ ଅନ୍ୟ ଭାଇଭଉଣୀମାନଙ୍କର ମତାମତ ଭିନ୍ନ ହୋଇପାରେ । ଜେଜେବାପା କିମ୍ବା ବାପାଙ୍କ ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଆଗକୁ ନେବ ।

ଉପଚାର: ଗରିବମାନଙ୍କୁ ଗହମ ଦାନ କରିବା ଶୁଭ ହେବ ।

Sun Transit In Capricorn 2025
Sun Transit In Capricorn 2025 (SAGITTARIUS)

ଧନୁ: ଆପଣଙ୍କ ପାଇଁ ମକର ରାଶିରେ ରବିଙ୍କର ଚଳନ ଏକ ସ୍ଵତନ୍ତ୍ର ସମୟ ହେବ । ଏହି ସମୟରେ ଜଣେ ପରିବାର ସଦସ୍ୟଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । ଆପଣମାନଙ୍କ ମଧ୍ୟରେ ବ୍ୟବଧାନ ମଧ୍ୟ ସୃଷ୍ଟି ହୋଇପାରେ । ଏଭଳି ପରିସ୍ଥିତିରେ ଆପଣ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହା ବ୍ୟତୀତ ଏହି ସମୟରେ ଆର୍ଥିକ ଅବସ୍ଥା ଅନୁକୂଳ ହେବ ଏବଂ ଆପଣ କିଛି ଅର୍ଥ ବିନିଯୋଗ କରିବା ଉପରେ ଧ୍ୟାନ ଦେବେ । ପୈତୃକ ସମ୍ପତ୍ତିକୁ ନେଇ ଥିବା ବିବାଦର ସମାଧାନ ହେବ । ଏହି ସମୟରେ କାହାକୁ ମଧ୍ୟ ଉଧାର ଦିଅନ୍ତୁ ନାହିଁ । ଏହି ସମୟରେ ଭ୍ରମଣ କରିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚଗୁଡିକ ମଧ୍ୟ ମହଙ୍ଗା ହୋଇପାରେ ।

ଉପଚାର: ପ୍ରତିଦିନ ଯେକୌଣସି ମନ୍ତ୍ର ଜପ କରନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (CAPRICORN)

ମକର: ବର୍ତ୍ତମାନ ସୂର୍ଯ୍ୟ ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ମକର ରାଶିରେ ରବିଙ୍କର ଏହି ଚଳନ ସମୟରେ ଆପଣ ଅଧିକ ସୁନିଶ୍ଚିତ ଥିବା ଦେଖାଯିବେ କିନ୍ତୁ ଆପଣଙ୍କ ଠାରେ ଅହଂଭାବ ମଧ୍ୟ ଦେଖାଦେବାର ସମ୍ଭାବନା ଅଛି । ଆପଣ ନିଜର ସରକାରୀ କାମରେ ସଫଳତା ପାଇବେ । କିଛି ସମସ୍ୟା କାରଣରୁ ଆପଣଙ୍କ ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଏହା ଉପରେ ଧ୍ୟାନ ଦିଅନ୍ତୁ । ନିଜର କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିବା ଶିଖନ୍ତୁ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ଉପଚାର: ପ୍ରତିଦିନ ବାପାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (AQUARIUS)

କୁମ୍ଭ: ମକର ରାଶିରେ ରବିଙ୍କର ଚଳନ ଦ୍ଵାରା ଆପଣ ଲାଭବାନ ହେବେ । କିନ୍ତୁ ଆପଣ ବହୁତ କାର୍ଯ୍ୟବ୍ୟସ୍ତ ରହିବେ, ଯାହା ଫଳପ୍ରଦ ହେବ । ଆପଣଙ୍କ ବିବାହ ବିଷୟରେ କଥାବାର୍ତ୍ତା ଚାଲୁଥିଲେ ମଧ୍ୟ ଆପଣ ବିବାହ କରିବା ପାଇଁ କିଛି ସମୟ ଅପେକ୍ଷା କରିବା ଆବଶ୍ୟକ ହେବ । ଏହି ଚଳନ ସମୟରେ କାହାକୁ ଟଙ୍କାପଇସା ଉଧାର ଦିଅନ୍ତୁ ନାହିଁ, ନଚେତ ତାହା ଫସିଯାଇପାରେ । ଯାହା ହେଉ ନା କାହିଁକି ଆପଣଙ୍କ ସ୍ୱାସ୍ଥ୍ୟ ଏହି ସମୟରେ ଭଲ ରହିବ । ବିରୋଧୀମାନେ କ୍ରମଶଃ ଦୁର୍ବଳ ହେବେ । କୌଣସି ସ୍ଥାନକୁ ଭ୍ରମଣରେ ଯିବାର ଇଚ୍ଛା ପୂରଣ ହୋଇପାରେ ।

ଉପଚାର: ନିଜ ମାତାପିତାଙ୍କର ଆଶୀର୍ବାଦ ନେବା ପରେ ଯେକୌଣସି କାର୍ଯ୍ୟ କରନ୍ତୁ ।

Sun Transit In Capricorn 2025
Sun Transit In Capricorn 2025 (PISCES)

ମୀନ: ମକର ରାଶିରେ ରବିଙ୍କର ଚଳନ ସମୟ ମୀନ ରାଶିର ଲୋକଙ୍କ ପାଇଁ ସାଧାରଣ ଠାରୁ ଉତ୍ତମ ହେବ । ଏହି ସମୟରେ ଆପଣଙ୍କର ଆୟ ବୃଦ୍ଧି ହେବ । ଆର୍ଥିକ ଅବସ୍ଥା ଅନୁକୂଳ ହେବ । ସମ୍ପତ୍ତି ସମ୍ବନ୍ଧିତ ବିବାଦର ସମାଧାନ ହେବ । ଆପଣ ଅଧିକ ସମ୍ମାନ ଲାଭ କରିବେ । ସନ୍ତାନମାନଙ୍କ ସମ୍ବନ୍ଧିତ ଚିନ୍ତା ଦୂର ହେବ । ମାତାପିତା ହେବାର ସମ୍ଭାବନା ଦେଖାଦେବ । ଆପଣଙ୍କ ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ । କିନ୍ତୁ ଆପଣ ଅହଂଭାବ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରିବା ଶୁଭଙ୍କର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.