ଶ୍ରୀନଗର: ଜମ୍ମୁ-କାଶ୍ମୀରର ବହୁ ପ୍ରତୀକ୍ଷିତ ଜେଡ୍-ମୋଡ୍ ଟନେଲ ଉଦଘାଟିତ । ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟନେଲକୁ ଉଦଘାଟନ କରିଛନ୍ତି । ଏହା ପର୍ଯ୍ୟଟନ ଓ ଯୋଗାଯୋଗ କ୍ଷେତ୍ରକୁ ଆହୁରୀ ମଜଭୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଜେଡ୍-ମୋଡ୍ ଟନେଲ ଉଦଘାଟିତ
ଜମ୍ମୁ-କାଶ୍ମୀରର ଶ୍ରୀନଗର- ସୋନମାର୍ଗ ରାଜପଥରେ ନିର୍ମିତ ଏହି ଜେଡ ମୋଡ ଟନେଲ ପର୍ଯ୍ୟଟନଠୁ ନେଇ ପ୍ରତିରକ୍ଷା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବହୁ ଗୁରୁତ୍ୱ ବହନ କରେ । ଏହା କାଶ୍ମୀର ଓ ଲଦାଖ ମଧ୍ୟରେ ଯୋଗାଯୋଗକୁ ଆହୁରି ସହଜ କରିବ ।
#WATCH | Sonamarg: On the inauguration of the Z-Morh tunnel, Prime Minister Narendra Modi says, " two days ago, our cm omar abdullah posted some pictures of this place on social media. after seeing those pictures, my eagerness to come here among you increased even more. as the… pic.twitter.com/y14moB7zyy
— ANI (@ANI) January 13, 2025
ଜେଡ-ମୋଡ ଟନେଲକୁ ନେଇ କଣ କହୁଛନ୍ତି ପ୍ରଧାନମନ୍ତ୍ରୀ
ଜେଡ୍-ମୋଡ୍ ଟନେଲ ଉଦଘାଟନ ଅବସରରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, "ଏହି ଟନେଲ କାର୍ଯ୍ୟକାରୀ ହେବା ଦ୍ୱାରା କାଶ୍ମୀରର ପର୍ଯ୍ୟଟନ ଆହୁରୀ ସୁଦୃଢ ହେବ । ୨ ଦିନ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏହି ସ୍ଥାନର କିଛି ଫଟୋ ପୋଷ୍ଟ କରିଥିଲେ । ସେହି ଫଟୋକୁ ଦେଖିବା ପରେ ଏଠାକୁ ଆସିବାକୁ ମୋର ଉତ୍ସାହ ଆହୁରୀ ବଢିଯାଇଥିଲା ।"
#WATCH | Sonamarg: On the inauguration of the Z-Morh tunnel, Prime Minister Narendra Modi says, " today india has moved towards new heights of progress. every citizen of the country is engaged in making india a developed nation by 2047. this can only happen when no part of our… pic.twitter.com/dyMntwtYm5
— ANI (@ANI) January 13, 2025
ସୋନମାର୍ଗ ଟନେଲ ବିଷୟରେ ମୋଦି କହିଛନ୍ତି, "ଏହି ଟନେଲ ସୋନମାର୍ଗ ସହ କାର୍ଗିଲ ଏବଂ ଲେହ ଲୋକଙ୍କ ଜୀବନକୁ ଆହୁରି ସହଜ କରିବ । ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରକୁ ଏହା ଆହୁରୀ ଉଚ୍ଚକୁ ନେବ । କିଛି ଦିନ ମଧ୍ୟରେ ରାସ୍ତାଘାଟ ଓ ରେଳ ଯୋଗାଯୋଗକୁ ନେଇ ଅନେକ ପ୍ରକଳ୍ପ ଜମ୍ମୁ-କାଶ୍ମୀରରେ କାର୍ଯ୍ୟକାରୀ ହୋଇଛି । କାଶ୍ମୀର ରେଳପଥରେ ଯୋଡି ହେବାକୁ ଯାଉଛି । ହସ୍ପିଟାଲ, କଲେଜ ନିର୍ମାଣ କରାଯାଉଛି । ଏହା ନୂଆ କାଶ୍ମୀର ।"
![Z Morh tunnel in Jammu Kashmir](https://etvbharatimages.akamaized.net/etvbharat/prod-images/13-01-2025/23315447_tunnel-1.jpg)
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍ଟା, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।
ପର୍ଯ୍ୟଟନ କ୍ଷେତ୍ରକୁ ଆହୁରୀ ସୁଦୃଢ କରିବ ଜେଡ- ମୋଡ
୬.୪ କିମି ଲମ୍ବର ଏହି ଜେଡ୍- ମୋଡ ସୁଡଙ୍ଗ ସୋନମାର୍ଗର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ଏବଂ ଏହା ଗନ୍ଦେରବଲ ଜିଲ୍ଲାର କଙ୍ଗନ ସହରକୁ ଯୋଡିଥାଏ । ଶୀତ ଋତୁରେ ଶ୍ରୀନଗର ଓ ଘାଟି ରାସ୍ତାଗୁଡିକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ କାରଣ ଏହାରୁ ଯୋଗାଯୋଗ କରିବାକୁ ମାତ୍ର ଗୋଟିଏ ରାସ୍ତା ଥିବା ବେଳେ ତାହା ବରଫରେ ପୂର୍ଣ୍ଣ ହୋଇଯାଏ । ତୁଷାରପାତ ଓ ଭୁସ୍ଖଳନ ଭୟ ମଧ୍ୟ ବଢିଯାଏ । ଏହି ସୁଡଙ୍ଗ ଯୋଗୁ ଗନ୍ଦେରବଲ-ଲେହ ରାଜରାସ୍ତା ବର୍ଷ ତମାମ ଖୋଲା ରହିବ ।
![Z Morh tunnel in Jammu Kashmir](https://etvbharatimages.akamaized.net/etvbharat/prod-images/13-01-2025/23315447_tunnel-2.jpg)
ଏହାର ନିକଟରେ ଥିବା ଜୋଜିଲା ସୁଡଙ୍ଗ ମଧ୍ୟ ୨୦୨୮ ମସିହା ବେଳକୁ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଲେହକୁ ଯୋଗାଯୋଗ ଆହୁରୀ ସୁବିଧା ହେବ । ଏହା ସାମରିକ ତଥା ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଗୁରୁତ୍ୱ ବହନ କରେ । ଏହି ସୁଡଙ୍ଗ ସିନ୍ଧୁ ନଦୀର ୮ହଜାର ୫୦୦ଫୁଟ ଉଚ୍ଚରେ ନିର୍ମାଣ କରାଯାଇଛି । ୨୦୧୨ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ରହିଛି ଏହାର ଗୁରୁତ୍ୱ
![Z Morh tunnel in Jammu Kashmir](https://etvbharatimages.akamaized.net/etvbharat/prod-images/13-01-2025/23315447_tunnel-1.jpeg)
ଏହି ରାଜପଥ ମାଧ୍ୟମରେ ଲଦାଖ ତଥା ପୂର୍ବ ସୀମାରେ ଚୀନ ଓ ଭାରତ ମଧ୍ୟରେ ଥିବା ବିବାଦୀୟ ବାସ୍ତବିକ ନିୟନ୍ତ୍ରଣ ରେଖାରେ ନିୟୋଜିତ ସେନା ଓ ସୁରକ୍ଷା ବାହିନୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ତଥା ଦୈନିକ ବ୍ୟବହାର ସାମଗ୍ରୀକୁ ଶୀଘ୍ର ପହଞ୍ଚାଇ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ