ଓଡିଶା

odisha

ETV Bharat / bharat

ଦୁଷ୍କର୍ମ ଉଦ୍ୟମ କରି ଭିଡିଓ ଭାଇରାଲ କଲା ଅଭିଯୁକ୍ତ, ଜୀବନ ହାରିଲେ ବିଜେପି ନେତ୍ରୀଙ୍କ ନାବାଳିକା ଝିଅ ! - BJP leader daughter molested

BJP Leaders Daughter Dies By Suicide: ଦୁଷ୍କର୍ମ ଉଦ୍ୟମ ଓ ଭିଡିଓ ଭାଇରାଲ ପରେ ଜୀବନ ହାରିଲେ ଉତ୍ତର ପ୍ରଦେଶ ବିଜେପି ନେତ୍ରୀଙ୍କ ନାବାଳିକା ଝିଅ । 3 ଅଭିଯୁକ୍ତ ଅଟକ । ଅଧିକ ପଢନ୍ତୁ

ଦୁଷ୍କର୍ମ ଉଦ୍ୟମ ପରେ ଜୀବନ ହାରିଲେ ବିଜେପି ନେତ୍ରୀଙ୍କ ଝିଅ !
ଦୁଷ୍କର୍ମ ଉଦ୍ୟମ ପରେ ଜୀବନ ହାରିଲେ ବିଜେପି ନେତ୍ରୀଙ୍କ ଝିଅ !

By ETV Bharat Odisha Team

Published : Feb 14, 2024, 8:49 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାମପୁରରେ ଦୁଷ୍କର୍ମ ଉଦ୍ୟମର ଶିକାର ଓ ଭିଡିଓ ଭାଇରାଲ ହେବା ପରେ ଜଣେ ସ୍ଥାନୀୟ ବିଜେପି ନେତ୍ରୀଙ୍କ ନାବାଳିକା ଝିଅ ଜୀବନ ହାରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ସ୍ଥାନୀୟ ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ପୀଡିତାଙ୍କ ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ରାମପୁରର ସିଭିଲ ଲାଇନ ପୋଲିସ୍ ଷ୍ଟେସନ ଅଞ୍ଚଳରେ ରହୁଥିବା ଏହି ବିଜେପି ନେତ୍ରୀଙ୍କ 8ମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଝିଅକୁ ସ୍ଥାନୀୟ କିଛି ଯୁବକ ଗତ କିଛି ଦିନ ଧରି ନିୟମିତ ହଇରାଣ କରି ଆସୁଥିଲେ । ସ୍କୁଲ ଯିବା ରାସ୍ତାରେ ଏକାଧିକ ଥର ଅଭିଯୁକ୍ତମାନେ ନାବାଳିକାକୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଏନେଇ ନାବାଳିକା ଜଣକ ଅଭିଭାବକଙ୍କୁ ଜଣାଇବା ପରେ ମଙ୍ଗଳବାର ଗ୍ରାମର କିଛି ମୁରବୀଙ୍କ ମଧ୍ୟସ୍ଥତାରେ ପୀଡିତା ପରିବାର ଓ ଅଭିଯୁକ୍ତଙ୍କ ଅଭିଭାବକଙ୍କ ମଧ୍ୟରେ ଏକ ଲିଖିତ ଚୁକ୍ତି ମଧ୍ୟ ହୋଇଥିଲା ।

ହେଲେ ଚୁକ୍ତି ହେବାର କିଛି ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀ ଘରେ ପଶି ପୀଡିତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ । ଏକଥା ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲା । ନାବାଳିକା ଜଣକ ଏ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ଅଭିଯୁକ୍ତମାନେ କିଛି ଏଡିଟ କରାଯାଇଥିବା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରିଦେଇଥିଲେ । ଏଥିରେ ମର୍ମାହତ ହୋଇ ନାବାଳିକା ଜଣକ ଜୀବନ ହାରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ

ଏହି ମାମଲାରେ ସ୍ଥାନୀୟ ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଯୁବକ କୁନାଲ ଗୁପ୍ତା, ଓମ ବଶିଷ୍ଠ ଓ ଅଭିଷେକ ଚନ୍ଦ୍ର ଏହି ମାମଲାରେ ସମ୍ପୃକ୍ତ । ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି । ସେମାନଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ତଦନ୍ତ ଜାରି ରହିଛି, ସେହି ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details