ନୂଆଦିଲ୍ଲୀ: ବିବାଦ ଘେରରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ସାମ ପିଟ୍ରୋଡା। ଏକ ଇଣ୍ଟରଭିୟୁରେ ଭାରତୀୟଙ୍କ ଉପରେ ଦେଇଥିବା ବୟାନକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି । ସେ ପୂର୍ବୋତ୍ତର ରାଜ୍ୟର ଲୋକଙ୍କୁ ଚୀନ ଓ ଦକ୍ଷୀଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଛନ୍ତି । ଯାହାକୁ ନେଇ ବିଜେପି ତାଙ୍କୁ କଡା ଟାର୍ଗେଟ କରିଛି ।
ଏକ ଜାତୀୟ ଖବର କାଗଜ ସଂସ୍ଥାକୁ ଇଣ୍ଟରଭିୟୁ ଦେବା ସମୟରେ କଂଗ୍ରେସ ନେତା ସାମ ପିତ୍ରୋଡା ଭାରତୀୟଙ୍କୁ ନେଇ ଦେଇଥିବା ବୟାନ ଏବେ ରାଜନୀତିକୁ ସରଗରମ କରିଛି । ସେ ପୂର୍ବରାଜ୍ୟର ଲୋକଙ୍କୁ ଚୀନ ଓ ଦକ୍ଷୀଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଛନ୍ତି । ସେ ଏହି ଇଣ୍ଟରଭିୟୁରେ ସେ କହିଛନ୍ତି, "ଭାରତର ପୂର୍ବୋତ୍ତର ଲୋକମାନେ ଚୀନ ନାଗରିକ ଭଳି ଦେଖା ଯାଉଥିବା ବେଳେ ଦକ୍ଷୀଣ ଭାରତୀୟ ଲୋକେ ଆଫ୍ରିକାନ ଭଳି ଲାଗନ୍ତି ।"
ପିଟ୍ରୋଡା ଆଉମଧ୍ୟ କହିଛନ୍ତି, "ଆମେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶକୁ ଯୋଡି ରଖିପାରିବା । ଯେଉଁଠି ପୂର୍ବୋତ୍ତର ଲୋକେ ଚୀନବାସୀ ଭଳି ଦେଖାଯାନ୍ତି, ପଶ୍ଟିମ ଭାରତ ଲୋକେ ଆରବ ଭଳି ଦେଖାଯାନ୍ତି ଉତ୍ତରରେ ଲୋକେ ହ୍ୱାଇଟ ଭଳି ଦେଖାଯାନ୍ତି ଓ ଦକ୍ଷିଣ ଭାରତ ଲୋକେ ଆଫ୍ରିକାନ ଭଳି ଲାଗନ୍ତି । ଏଥିରେ କିଛି ଫରକ ପଡେନି । ଆମେ ସମସ୍ତେ ଭାଇ ଭଉଣୀ ଅଟନ୍ତି ।"