ଓଡିଶା

odisha

ETV Bharat / bharat

ସେକେଣ୍ଡ ଇନିଂସର ଶପଥ ନେଲେ ସୈନୀ, ପ୍ରଧାନମନ୍ତ୍ରୀ ଓ ପୂରା NDA କ୍ୟାମ୍ପ ସାମିଲ

ହରିୟାଣାରେ ଆରମ୍ଭ ହେଲା ବିଜେପି ହ୍ୟାଟ୍ରିକ୍‌ ସରକାର । ମୁଖ୍ୟମନ୍ତ୍ରୀ ଭାବେ ୨ୟ ଇନିଂସ ଆରମ୍ଭ କଲେ ସୈନୀ ।

By ETV Bharat Odisha Team

Published : 4 hours ago

ସେକେଣ୍ଡ ଇନିଂସର ଶପଥ ନେଲେ ସୈନୀ, ପ୍ରଧାନମନ୍ତ୍ରୀ ଓ ତମାମ ଶୀର୍ଷ ବିଜେପି ନେତା ସାମିଲ
ସେକେଣ୍ଡ ଇନିଂସର ଶପଥ ନେଲେ ସୈନୀ, ପ୍ରଧାନମନ୍ତ୍ରୀ ଓ ତମାମ ଶୀର୍ଷ ବିଜେପି ନେତା ସାମିଲ (ETV Bharat Odisha)

ଚଣ୍ଡିଗଡ:ଦ୍ବିତୀୟ ଥର ପାଇଁହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ । ପଞ୍ଚକୁଲାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ସୈନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୈନୀଙ୍କ ସହ ୧୩ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ଥିବା ଅନୀଲ ବିଜ ମଧ୍ୟ ରହିଛନ୍ତି । ଗତକାଲି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ସୈନୀଙ୍କୁ ପୁଣି ଥରେ ନେତା ନିର୍ବାଚିତ କରାଯାଇଥିଲା ।

  • ପ୍ରଧାନମନ୍ତ୍ରୀଙ୍କ ସହ ପୂରା ଟିମ୍‌ ‘ଏନଡିଏ’ ଉପସ୍ଥିତ

ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂରା ବିଜେପି କ୍ୟାମ୍ପ ସାମିଲ ହୋଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀଙ୍କ ସମେତ, ଏକାଧିକ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀ ଓ ‘ଏନଡିଏ’ ମେଣ୍ଟ ସହଯୋଗୀ ଦଳର ବରିଷ୍ଠ ନେତାମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ଏନଡିଏ ମେଣ୍ଟର ଅନ୍ୟତମ ମୁଖ୍ୟ ସହଯୋଗୀ ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନୀତିଶ କ୍ୟାମ୍ପରୁ ବରିଷ୍ଠ ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଜ୍ୟରେ ୨୦୧୪ରୁ କ୍ଷମତା ଦଖଲ କରିଥିବା ବିଜେପି କ୍ଷମତାର ତୃତୀୟ ପାଳି ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସୈନୀ ଦ୍ବିତୀୟ ଥର ଶପଥ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହରିୟାଣାରେ ସେକେଣ୍ଡ ଇନିଂସ ଖେଳିବେ ନାଏବ ସିଂ ସୈନୀ, କାଲି ନେବେ ଶପଥ

ଏହା ବି ପଢନ୍ତୁ- ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ଏହା ବି ପଢନ୍ତୁ- ହରିୟାଣାରେ ପୁଣି ବିଜେପି ସରକାର, ଜମ୍ମୁ-କାଶ୍ମୀରରେ କମାଲ କଲା ଏନସି-କଂଗ୍ରେସ ମେଣ୍ଟ

  • ବିଜେପିର ହ୍ୟାଟ୍ରିକ୍‌

ହରିୟାଣାରେ ବିଜେପି ଏଥର ହ୍ୟାଟ୍ରିକ୍‌ କ୍ଷମତା ହାସଲ କରିଛି । ୯୦ ବିଧାନସଭା ଆସନରୁ ସରକାର ଗଠନ କରିବା ପାଇଁ ୪୫ ଆସନ ଆବଶ୍ୟକ ଥିବା ବେଳେ ବିଜେପି ୪୮ ଆସନ ସହ ସଂଖ୍ୟା ବହୁମତ ହାସଲ କରିଛି । ପୂର୍ବ ସରକାରରେ ବିଜେପି ‘ଜେଜେପି’ର ସମର୍ଥନରେ ସରକାର ଗଠନ କରିଥିଲା । ପରବର୍ତ୍ତୀ ସମୟରେ ଦୁଷ୍ୟନ୍ତ ଚୌଟାଲାଙ୍କ ‘ଜେଜେପି’ ସହ ସମ୍ପର୍କ ଛିନ୍ନ କରି ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା । ଏବେ ଦଳ ଏକାକୀ ରାଜ୍ୟରେ ତୃତୀୟ ପାଳି ଆରମ୍ଭ କରିବାକୁ ଯାଉଛି ।

ABOUT THE AUTHOR

...view details