କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରୁ ଶୁକ୍ରବାର ଦିନ ସିବିଆଇ ଅନେକ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି । ଏହାପରେ ତ୍ରୁଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି(BJP) ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ସମୟରେ ବିଜେପି ରାଜ୍ୟକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି ବୋଲି ଶାସକ ଦଳ ଟିଏମସି ଅଭିଯୋଗ କରିଛି । ଅନ୍ୟପଟେ ଏହି ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ଆତଙ୍କବାଦୀକୁ ସୁରକ୍ଷା ଦେବା ରାଷ୍ଟ୍ର ବରୋଧୀ କାର୍ଯ୍ୟକଳାପ ଉପରେ ଗୁପ୍ତ ଚୁକ୍ତି କରିବା ଅଭିଯୋଗ କରିଛି ବିଜେପି । ପ୍ରକାଶଥାଉକି, ଶେଖ ଶାହାଜାହନ ମାମଲାରେ ସିବିଆଇ ଶୁକ୍ରବାର ଦିୱ ସନ୍ଦେଶଖାଲିର ବିଭିନ୍ନ ସ୍ଥାରେ ଚଢାଉ କରିଥିଲା । ଅନେକ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି । ଅନ୍ୟପଟେ ଏହାକୁ ନେଇ ଦିଦିଙ୍କୁ ଘେରିଛନ୍ତି ଶୁଭେନ୍ଦୁ ଅଧିକାରୀ ।
ମମତା ବାନାର୍ଜୀଙ୍କୁ ଗିରଫ କରାଯାଉ:ଏହାରି ଭିତରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ସନ୍ଦେଶଖାଲିରୁ ମିଳିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବିଦେଶୀ ଅଟେ । ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଆରଡିଏକ୍ସ ଭଳି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି । ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଆନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ହେଉଛି । କଂଗ୍ରେସ ଏକ ଆତଙ୍କବାଦୀ ସଂଗଠନ ଏବଂ ମମତା ବାନାର୍ଜୀଙ୍କୁ ଗିରଫ କରାଯାଉ ।