ଓଡିଶା

odisha

ETV Bharat / bharat

ବିଜାପୁର ଏନକାଉଣ୍ଟର: 31 ନକ୍ସଲ ସଫା, 2 ଯବାନ ଶହୀଦ - NAXAL ENCOUNTER

ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାବଳକୁ ସଫଳତା । ଏନକାଉଣ୍ଟରରେ ଟଳିଲେ 31 ନକ୍ସଲ । ଏଥିସହ 2 ଯବାନ ଶହୀଦ । ସୂଚନା ଦେଲେ ବସ୍ତର ଆଇଜି ।

NAXAL ENCOUNTER
NAXAL ENCOUNTER (ANI)

By ETV Bharat Odisha Team

Published : Feb 9, 2025, 3:37 PM IST

ରାୟପୁର: ଛତିଶଗଡର ବିଜାପୁରରେ ବଡଧରଣର ଏନକାଉଣ୍ଟର । ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ 31 ନକ୍ସଲ ନିପାତ ହୋଇଥିବା ବେଳେ 2 ଯବାନ ଶହୀଦ ହୋଇଛନ୍ତି । ଏଥିସହ 2 ଯବାନ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟରରେ ନକ୍ସଲ ନିପାତ ସମ୍ପର୍କରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ସକାଳୁ ଆରମ୍ଭ ହୋଇଛି ଏହି ଏନକାଉଣ୍ଟର ।

31 ନକ୍ସଲ ନିପାତ:

ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ନକ୍ସଲ ଥିବା ନେଇ ରବିବାର ସକାଳୁ ସୂଚନା ପାଇଥିଲେ ଯବାନ । ସୂଚନା ଆଧାରରେ ଡିଆରଜି ଓ ଏସଟିଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ଏହି ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା 31 ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ଗୁଳି ବିନିମୟ ଜାରି ରହିଛି ।

ଏନକାଉଣ୍ଟର ସ୍ଥଳରୁ ବିସ୍ଫୋରକ ଜବତ:

ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, ‘ଏହି ଏନକାଉଣ୍ଟରଟି ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଏଥିରେ 31 ନକ୍ସଲଙ୍କୁ ନିପାତ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ ହୋଇଛି । ଏଥିସହ 2 ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ବତନ୍ତ୍ର ବଳର ଥିଲେ । ଘଟଣାସ୍ଥଳକୁ ଅତିରିକ୍ତି ବଳ ପଠାଯାଇଥିବା ବେଳେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ:

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । AK-47, SLR, INSAS rifle, .303, BGL launcher ହତିଆର ସହ ବିସ୍ଫୋଟକ ସାମଗ୍ରୀ ଜବତ ହୋଇଛି । ତେବେ ଦୁଇ 2 ଯବାନ ଏବେ ବିପଦମୁକ୍ତ ଥିବା ବେଳେ ଉନ୍ନତମାନର ଚିକିତ୍ସା ପାଇଁ ହାଏର ସେଣ୍ଟରକୁ ଅଣାଯାଇଛି ।

ଟଳିଲେଣି 81 ନକ୍ସଲ:

ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷା ବଳକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । ବିଜାପୁରରେ ଗତ ଫେବୃଆରୀ 1ରେ ଗଙ୍ଗାଲୁର ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ 8 ନକ୍ସଲ ନିପାତ ହୋଇଥିଲେ । ସେହିପରି ବସ୍ତର ଆଇଜିଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଅଲଗା ଅଲଗା ଏନକାଉଣ୍ଟରରେ ବର୍ତ୍ତମାନ ବର୍ଷ 81 ନକ୍ସଲ ନିପାତ ହେଲେଣି । ସେହିପରି 22ରୁ 21 ଜାନୁଆରୀରେ ଗରିଆବନ୍ଧ ଏନକାଉଣ୍ଟରରେ 16 ନକ୍ସଲ ନିପାତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟର, 16ରେ ପହଞ୍ଚିଲା ମୃତ ନକ୍ସଲଙ୍କ ସଂଖ୍ୟା, ନୂଆପଡାରେ ଡିଜିପି

ଓଡିଶା ସୀମାରେ ଏନକାଉଣ୍ଟର, 2 ମାଓବାଦୀ ସଫା

ଏନକାଉଣ୍ଟରରେ ୪ ନକ୍ସଲ ନିପାତ, ଯବାନ ଶହୀଦ

ଦନ୍ତେୱାଡାରେ ଗୁଳିବିନିମୟ, ଟଳିଲେ ୭ ନକ୍ସଲ

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ

ନଜର ପକାନ୍ତୁ ଛତିଶଗଡରେ ବଡ଼ ଏନକାଉଣ୍ଟର ରେକର୍ଡ ଉପରେ...

  • 22 ନଭେମ୍ବର 2024 ସୁକମା ଏନକାଉଣ୍ଟରରେ 10 ନକ୍ସଲ ସଫା ହୋଇଥିଲେ ।
  • 16 ନଭେମ୍ବର 2024ରେ ବସ୍ତର ଅଞ୍ଚଳର ଏନକାଉଣ୍ଟରରେ 5 ନକ୍ସଲ ନିପାତ ହୋଇଥିବା ବେଳେ 2 ଯବାନ ଆହତ ହୋଇଥିଲେ ।
  • 4 ଅକ୍ଟୋବର 2024 ଛତିଶଡର ଅମ୍ବୁଜାମାଡରେ ହୋଇଥିବା ଏନକାଉଣ୍ଟରରେ 38 ନକ୍ସଲ ନିପାତ ହୋଇଥିଲେ ।
  • 2 ଜୁଲାଇ 2024 ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟରରେ 5 ନକ୍ସଲ ମୃତ
  • 15 ଜୁନ 2024ରେ ଅମ୍ବୁଜାମାଡ ଏନକାଉଣ୍ଟରରେ 8 ନକ୍ସଲ ସଫା, ଜଣେ ଯବାନ ଶହୀଦ
  • 7 ଜୁନ 2024ରେ ପିଏଲଜିରେ 6 ମାଓବାଦୀ ସଫା
  • 23 ମେ 2024ରେ ନାରାୟଣପୁର ଓ ଦନ୍ତେୱାଡାରେ 8 ନକ୍ସଲ ସଫା ହୋଇଥିଲେ ।
  • 10 ମେ’ 2024ରେ ବିଜାପୁର ଏନକାଉଣ୍ଟରରେ 12 ନକ୍ସଲ ସଫା
  • 30 ଏପ୍ରିଲ 2024ରେ କାଙ୍କେର ଏନକାଉଣ୍ଟରରେ 9 ନକ୍ସଲ ସଫା
  • 16 ଏପ୍ରିଲ 2024ରେ କାଙ୍କେର ଜିଲ୍ଲା ଏନକାଉଣ୍ଟରରେ 29 ନକ୍ସଲ ସଫା
  • 2 ଏପ୍ରିଲ 2024 ବିଜାପୁର ଏନକାଉଣ୍ଟରରେ 13 ମାଓବାଦୀ ସଫା
  • 27 ମାର୍ଚ୍ଚ 2024 ବିଜାପୁର ଏନକାଉଣ୍ଟରରେ 6 ନକ୍ସଲ ସଫା
  • 27 ଫେବୃଆରୀ 2024 ଆଇଆଇଡି ଲଗାଇବା ବେଳେ 4 ମାଓବାଦୀ ସଫା
  • 3 ଫେବୃଆରୀ ନାରାୟଣପୁର ଜିଲ୍ଲାରେ 2 ମାଓବାଦୀ ସଫା

ABOUT THE AUTHOR

...view details