ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ବେଳେ ରହିଲେନି ଉପସ୍ଥିତ - NITISH KUMAR ILL

CM Nitish Kumar Ill: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ । ଗତକାଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ତାଙ୍କ ପ୍ରିୟ ବନ୍ଧୁ ସୁଶୀଲ ମୋଦିଙ୍କ ପରଲୋକ ପରେ ଦୁଃଖିତ ଅଛନ୍ତି ନୀତିଶ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ନୀତିଶ ଉପସ୍ଥିତ ନଥିଲେ । ଅଧିକ ପଢନ୍ତୁ

CM Nitish Kumar
CM Nitish Kumar (ETV Bharat)

By ETV Bharat Odisha Team

Published : May 14, 2024, 12:43 PM IST

ପାଟନା:ବିହାରରୁ ଆସିଲା ବଡ ଖବର । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସୂଚନା ରହିଛି । ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମକୁ ଯାଇ ପାରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାରାଣସୀ ଗସ୍ତ କାର୍ଯ୍ୟକ୍ରମ ବାତିଲ ନେଇ ସିଏମଙ୍କ କାର୍ଯ୍ୟାଳୟରୁ ସୂଚନା ଜାରି କରାଯାଇଛି । ତେବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନୀତିଶଙ୍କ ଅତି ପ୍ରିୟ ବନ୍ଧୁ ସୁଶୀଲ ମୋଦିଙ୍କ ଗତକାଲି (ସୋମବାର) ନିଧନ ହୋଇଥିବା ବେଳେ ଏହାକୁ ନେଇ ନୀତିଶ ବେଶ ଦୁଃଖିତ ରହିଛନ୍ତି ।

ନିଜ ପ୍ରିୟ ବନ୍ଧୁଙ୍କୁ ହରାଇଲେ ନୀତିଶ କୁମାର: ୨୦୦୫ ମସିହାରେ ବିହାରରେ ଯେତେବେଳେ ଏନଡିଏ ସରକାର ଗଠନ ହୋଇଥିଲା ସେହି ସମୟରେ ଉପମୁଖ୍ୟମନ୍ତ୍ରୀ ଥିଲେ ସୁଶୀଲ ମୋଦି । ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ରହିଥିଲା । ସେବେଠୁ ନୀତିଶ ଓ ସୁଶୀଲଙ୍କ ଯୋଡି ବିହାର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସୁଶୀଲ ମୋଦିଙ୍କ ନିଧନ ପରେ ଶୋକ ପ୍ରକାଶ କରିବା ସହ ନିଜ ପ୍ରକୃତ ବନ୍ଧୁଙ୍କୁ ହରାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ - Sushil Modi Passes Away

ସୁଶୀଲଙ୍କ ଯୋଗୁ ଏନଡିଏ ମିଶିଥିଲେ ନୀତିଶ କୁମାର : 2013ରେ ନୀତିଶ କୁମାର ଏନଡିଏରୁ ବାହାରି ଯାଇଥିବା ବେଳେ ୨୦୧୭ରେ ପୁଣି ଏନଡିଏରେ ମିଶିଥିଲେ । ତେବେ ସୁଶୀଲ ମୋଦିଙ୍କ ଯୋଗୁ ସେ ମେଣ୍ଟରେ ମିଶିଥିବା ନେଇ ଚର୍ଚ୍ଚା ହୋଇଥିଲା । ସେହି ସମୟରେ ସୁଶୀଲ ମୋଦି ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ଓ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା । ୨୦୨୦ରେ ବିହାର ବିଧାନସଭା ନିର୍ବାଚନ ବେଳେ ଏନଡିଏର ବିଜୟ ହୋଇଥିଲା ସେତେବେଳେ ସୁଶୀଲ ମୋଦିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ନୀତିଶ । ନୀତିଶ କୁମାର ଚାହୁଁଥିଲେ ଯେ, ସୁଶୀଲ ମୋଦିଙ୍କୁ ପୁଣି ଥରେ ଡେପୁଟି ସିଏମ ଦାୟିତ୍ୱ ମିଳୁ । କିନ୍ତୁ ବିଜେପି ଏ ପ୍ରସ୍ତାବରେ ରାଜି ନଥିଲା ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୋମିନେସନ ବେଳେ ସାମିଲ ହୋଇଥିଲେ ନୀତିଶ: ନୀତିଶ କୁମାର ଯେତେବେଳେ ପୁଣି ଥରେ ଏନଡିଏଠାରୁ ଅଲଗା ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ଯଦି ସୁଶୀଲ ମୋଦି ସାମିଲ ଥାଆନ୍ତେ ତେବେ ଏନଡିଏରୁ ଅଲଗା ହୋଇନଥାନ୍ତି । ତେବେ ଚଳିତ ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ପୁଣି ଏନଡିଏରେ ସାମିଲ ହୋଇଛନ୍ତି ନୀତିଶ । ସୁଶୀଲ ମୋଦିଙ୍କ ନିଧନ ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି (ମଙ୍ଗଳବାର) ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସୂଚନା ରହିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ମଧ୍ୟ ସୂଚନା ମିଳିଛି । ତେବେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବାରାଣସୀ ଗସ୍ତ କରି ସେଠାରେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details