ଓଡିଶା

odisha

ETV Bharat / bharat

ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ମାମଲା, ଅଳଙ୍କାର ନେବାକୁ 6ଟି ବାକ୍ସ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ

Bengaluru court instructs TN Govt to come with 6 trunks : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସୁନା ଅଳଙ୍କାର ଠୁଳ ମାମଲାରେ କୋର୍ଟର ରାୟ ଆସିଛି । ଅଳଙ୍କାର ନେବା ପାଇଁ 6ଟି ବଡ ବାକ୍ସ (ଟ୍ରଙ୍କ) ଆଣିବାକୁ ତାମିଲନାଡୁ ସରକାରକୁ ନିର୍ଦେଶ ଦେଲେ ବେଙ୍ଗାଲୁରୁର ସିଭିଲ ଓ ସେସନ୍ସ କୋର୍ଟ । ଅଧିକ ପଢନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ମାମଲା, ତାମିଲନାଡୁ ସରକାରଙ୍କୁ ନେଇ ଯିବାକୁ ନିର୍ଦେଶ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ମାମଲା, ତାମିଲନାଡୁ ସରକାରଙ୍କୁ ନେଇ ଯିବାକୁ ନିର୍ଦେଶ

By ETV Bharat Odisha Team

Published : Feb 19, 2024, 10:54 PM IST

ବେଙ୍ଗାଲୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ତଥା ସୁନା ଅଳଙ୍କାର ଠୁଳ ମାମଲାରେ କୋର୍ଟର ରାୟ ଆସିଛି । ବେଙ୍ଗାଲୁରୁର ସିଭିଲ ଓ ସେସନ୍ସ କୋର୍ଟ ଏହି ବେଆଇନ ଭାବେ ଅର୍ଜନ ହୋଇଥିବା ଗହଣାକୁ ତାମିଲନାଡୁ ସରକାରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦିଷ୍ଟ ତାରିଖ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦିବଂଗତ ଜୟଲଳିତାଙ୍କ ସୁନାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତର କଷ୍ଟଡିରେ ରହିଛି । ସହରର 36ତମ ସିଟି ସିଭିଲ୍ ଏବଂ ସେସନ୍ସ କୋର୍ଟର ବିଚାରପତି ଆରଟିଆଇ କାର୍ଯ୍ୟକର୍ତ୍ତା ଟି. ନରସିଂହମୂର୍ତ୍ତିଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ହସ୍ତାନ୍ତର ପ୍ରକ୍ରିୟା ପାଇଁ ୬ ଓ ୭ ମାର୍ଚ୍ଚକୁ ସ୍ଥିର କରିଛନ୍ତି କୋର୍ଟ ଏବଂ ସେହି ଦୁଇ ଦିନରେ ଅନ୍ୟ କୌଣସି ମାମଲାର ଶୁଣାଣି ନକରିବାକୁ ବିଚାରପତି ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଦିଲ୍ଲୀ ଅବକାରୀ ଘୋଟାଲା: ଆଜି ବି EDରେ ହାଜର ହେବେନି କେଜ୍ରିଓ୍ୱାଲ ! କହିଲେ କୋର୍ଟରେ ବିଚାରାଧୀନ ଅଛି ମାମଲା

ଜଜ୍ ତାଙ୍କ ଆଦେଶରେ କହିଛନ୍ତି ଯେ 'ସୁନା ଅଳଙ୍କାର ସଂଗ୍ରହ ପାଇଁ ଜଣେ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମୁଖ୍ୟ ସଚିବ, ଗୃହ ବିଭାଗ, ତାମିଲନାଡୁ ସରକାର ଏବଂ ତାମିଲନାଡୁର ଆଇଜିପି ସେହି ବ୍ୟକ୍ତି (ଅଧିକାରୀ)ଙ୍କ ସହିତ ଯିବେ । ଏପରିକି ଫଟୋଗ୍ରାଫର, ଭିଡିଓଗ୍ରାଫର ଏବଂ 6ଟି ବଡ ବାକ୍ସ (ଟ୍ରଙ୍କ)କୁ ଆବଶ୍ୟକ ସୁରକ୍ଷା ସହିତ ଆଣି ସ୍ବର୍ଣ୍ଣ ଅଳଙ୍କାର ନେଇ ଯାଆନ୍ତୁ । ତାମିଲନାଡୁର ଡିଏସପି ଏହି ବିଷୟକୁ ଗୃହ ବିଭାଗର ମୁଖ୍ୟ ସଚିବଙ୍କ ସଂଜ୍ଞାନରେ ଜଣାଇବା ଆବଶ୍ୟକ । ବିଚାରପତି ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାରେ ସ୍ଥାନୀୟ ପୋଲିସ ଦ୍ବାରା ସିଭିଲ କୋର୍ଟରେ ଦୁଇ ଦିନ ଆବଶ୍ୟକ ସୁରକ୍ଷା ଯୋଗାଇବା ପାଇଁ କୋର୍ଟ ରେଜିଷ୍ଟ୍ରାର ପଦକ୍ଷେପ ନେବା ଉଚିତ । ଏହା ସହ ବିଚାରପତି ଶୁଣାଣିକୁ ମାର୍ଚ୍ଚ 6, 2024 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହି ମାମଲା ସହିତ ଜଡିତ ଥିବା ଓକିଲ କହିଛନ୍ତି ଯେ 'ତାମିଲନାଡୁ ସରକାର ଏହି ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଖର୍ଚ୍ଚ କରିଥିବା 5 କୋଟି ଟଙ୍କା ପୂର୍ବରୁ ଡିଡି ଆକାରରେ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପ୍ରକ୍ରିୟା ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ । "

କଣ ରହିଛି ସାମଗ୍ରୀ ?

ଜବତ ସାମଗ୍ରୀ ମଧ୍ୟରେ ୭,୦୪୦ ଗ୍ରାମର ୪୬୮ ପ୍ରକାରର ସୁନା ଓ ହୀରା ଆଭୂଷଣ ରହିଛି । ସେହିପରି ୭୦୦ କିଲୋଗ୍ରାମର ରୂପାର ଅଳଙ୍କାର, ୭୪୦ ଯୋଡା ଦାମୀ ଜୋତା, ୧୧୩୪୪ଟି ରେଶମର ଶାଢୀ, ୨୫୦ଟି ଶାଲ, ୧୨ଟି ରେଫ୍ରିଜରେଟର, ୧୦ଟି ଟିଭି ସେଟ୍, ୮ଟି ଭିସିଆର, ଗୋଟିଏ ଭିଡିଓ କ୍ୟାମେରା, ୪ଟି ସିଡି ପ୍ଲେୟାର, ୨ଟି ଅଡିଓ ଡେକ୍, ୨୪ଟି ଟୁ-ଇନ ୱାନ ଟେପ୍ ରେକର୍ଡର, ୧୦୪୦ଟି ଭିଡିଓ କ୍ୟାସେଟ, ୩ଟି ଲୁହାର ଲକର ଏବଂ ନଗଦ ୧,୯୩,୨୦୨ ଟଙ୍କା ଜୟଲଳିତାଙ୍କ ପାଖରୁ ଜବତ କରାଯାଇଥିଲା । ସେପ୍ଟେମ୍ବର 27, 2014ରେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଜୟଲଳିତାଙ୍କୁ ବେଆଇନ ସମ୍ପତ୍ତି ଅଧିଗ୍ରହଣ ମାମଲାରେ ଚାରି ବର୍ଷ ଜେଲ ଓ 100 କୋଟି ଟଙ୍କା ଜରିମାନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details