ଓଡିଶା

odisha

ନିଜ ସ୍ବାଧୀନତା ସଂଗ୍ରାମକୁ ଭୁଲିଗଲେ ବାଂଲାଦେଶୀ, ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ - Bangladesh violence

By ETV Bharat Odisha Team

Published : Aug 12, 2024, 3:36 PM IST

BANGLADESH VIOLENCE: ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ସମୟର ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଆନ୍ଦୋଳନକାରୀ । ଶହୀଦ ସ୍ମାରକୀରେ ଥିଲା ଏହି ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

ନିଜ ସ୍ବାଧୀନତା ସଂଗ୍ରାମକୁ ମଧ୍ୟ ଭଲିଗଲେ ବାଂଲାଦେଶୀ ଆନ୍ଦୋଳନକାରୀ, ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ
ନିଜ ସ୍ବାଧୀନତା ସଂଗ୍ରାମକୁ ମଧ୍ୟ ଭଲିଗଲେ ବାଂଲାଦେଶୀ ଆନ୍ଦୋଳନକାରୀ, ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ (ETV Bharat Odisha)

ଢାକା: ବାଂଲାଦେଶରେ ହିଂସକ ଆନ୍ଦୋଳନରେ ଅଂଶଗ୍ରହଣ କରି କ୍ଷମତା ପରିବର୍ତ୍ତନ କରିଥିବା ଆନ୍ଦୋଳକାରୀମାନେ ନିଜ ଦେଶର ସ୍ବାଧୀନତା ସଂଗ୍ରାମର ଇତିହାସ ମଧ୍ୟ ଭୁଲିବାକୁ ପଛାଇଲେ ନାହିଁ । 1971 ମସିହାରେ ଭାରତୀୟ ସେନା ନିକଟରେ ପାକିସ୍ତାନ ଆତ୍ମସମର୍ପଣ କରିବା ସହ ବାଂଲାଦେଶ ସ୍ବାଧୀନ ହୋଇଥିଲା । ହେଲେ ଶହୀଦ ସ୍ମାରକୀ ସଂଗ୍ରହାଳୟରେ ଥିବା ସେହି ଆତ୍ମସମର୍ପଣ ଚୁକ୍ତିନାମା ବେଳର ପ୍ରତିକୃତିକୁ ମଧ୍ୟ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଛନ୍ତି । ବାଂଲାଦେଶ ରାଜଧାନୀ ଢାକାର ମୁଜିବୁରନଗର ସ୍ଥିତ ଶହୀଦ ସ୍ମାରକୀ ସଂଗ୍ରହାଳୟରେ ଏହି ପ୍ରତିକୃତି ରଖାଯାଇଥିଲା । ଏହି ଘଟଣା ନେଇ କଂଗ୍ରେସ ସାଂସଦ ଶଶୀ ଥରୁର ଏକ୍ସ(X)ରେ ପୋଷ୍ଟ କରିଛନ୍ତି । ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ସେଠାରେ ଆଇନ ଶୃଙ୍ଖଳା ସ୍ଥିତି ଫେରାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଟ୍ବିଟରେ ଶଶୀ ଲେଖିଛନ୍ତି ।

1971ରେ ଭାରତ ସହଯୋଗରେ ସ୍ବାଧୀନ ହୋଇଥିଲା ପାକିସ୍ତାନ:-

1971ରେ ବାଂଲାଦେଶ ବିଶ୍ବ ମାନଚିତ୍ରରେ ସ୍ବାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା । ଏହି ଆନ୍ଦୋଳନ ଓ ସ୍ବାଧିନତାର ମୁଖ୍ୟ ପୃଷ୍ଠପୋଷକ ଥିଲା ଭାରତ । ପାକିସ୍ତାନ ସହ ଯୁଦ୍ଧ ଲଢିଥିଲା ଭାରତୀୟ ସେନା । ପାକିସ୍ତାନ ସେନା ଭାରତ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବା ପରେ ବାଂଲାଦେଶ ସ୍ବାଧୀନ ଦେଶ ଭାବେ ମାନ୍ୟତା ପାଇଥିଲା । ଭାରତ ସହଯୋଗରେ ବାଂଲା ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଉଥିବା ଶେଖ ମୁଜିବୁର ରେହେମାନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଓ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ପାକିସ୍ତାନ ସେନାର ଆତ୍ମସମର୍ପଣ ଚୁକ୍ତିନାମା ବେଳର ପ୍ରତିମୂର୍ତ୍ତି ବାଂଲାଦେଶ ଶହୀଦ ସ୍ମାରକୀରେ ମଧ୍ୟ ସ୍ଥାନ ପାଇଥିଲା । ଏହା ଉଭୟ ବାଂଲାଦେଶ ଓ ଭାରତର ଗୌରବ ଓ ବନ୍ଧୁତ୍ବର ନିଦର୍ଶନ ଥିଲା । ହେଲେ ଏହାକୁ ମଧ୍ୟ ଭାଙ୍ଗିବାକୁ ପଛାଇନାହାନ୍ତି ବାଂଲା ଉପଦ୍ରବକାରୀ ।

ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ (ETV Bharat Odisha)

ବିଭିନ୍ନ ଐତିହ୍ୟସ୍ଥଳରେ ଭଙ୍ଗାରୁଜା:-

1971 ରେ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ ସେନା, ସ୍ବାଧୀନ ହୋଇଥିଲା ବାଂଲାଦେଶ (ETV Bharat Odisha)
ଆନ୍ଦୋଳନ ହିଂସକ ରୂପ ନେବା ପରେ ବାଂଲାଦେଶର ଏକାଧିକ ସ୍ଥାନରେ ଶେଖ ମୁଜିବୁର ରେହେମାନଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି । ଇନ୍ଦିରା ଗାନ୍ଧୀ କଲଚୁରାଲ ସେଣ୍ଟରରେ ମଧ୍ୟ ଭଙ୍ଗାରୁଜା ହୋଇଥିଲା । ଦେଶର ଏକାଧିକ ଐତିହ୍ୟ ଓ ଅନ୍ୟ ସ୍ଥାନରେ ଭଙ୍ଗାରୁଜା ପରେ ଏବେ ଶହୀଦ ସ୍ମାରକୀ ମଧ୍ୟ ବାଦ ପଡିନି । ଯାହାକୁ ନେଇ ବାଂଲାଦେଶର ଆନ୍ଦୋଳନକାରୀମାନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ହେଲେ ଅନ୍ତରୀଣ ସରକାର ଗଠନ ହେବା ପରେ ମଧ୍ୟ ସ୍ଥିତି ଏବେ ବି ଅଣାୟତ୍ତ ରହିଛି, ଏହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details