ଓଡିଶା

odisha

ETV Bharat / bharat

ବିଧାନସଭା ନିର୍ବାଚନ ଜନାଦେଶ LIVE UPDATES: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ, ଝାଡଖଣ୍ଡରେ ଇଣ୍ଡି ମେଣ୍ଟର ବିପୁଳ ବିଜୟ - MAHARASHTRA JHARKHAND RESULT

ବିଧାନସଭା ନିର୍ବାଚନ ଜନାଦେଶ LIVE UPDATES: ମହାରାଷ୍ଟ୍ରରେ କାହାର ମହାବିଜୟ , କାହା ଝୁଲାରେ ଝାଡ଼ଖଣ୍ଡ ?
ବିଧାନସଭା ନିର୍ବାଚନ ଜନାଦେଶ LIVE UPDATES: ମହାରାଷ୍ଟ୍ରରେ କାହାର ମହାବିଜୟ , କାହା ଝୁଲାରେ ଝାଡ଼ଖଣ୍ଡ ? (ETV Bharat Odisha)

By ETV Bharat Odisha Team

Published : Nov 23, 2024, 7:47 AM IST

Updated : Nov 23, 2024, 7:30 PM IST

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ-୨୦୨୪ । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଦିନ ବା ରେଜଲ୍ଟ ଡେ । ମହାରାଷ୍ଟ୍ରରେ କାହାର ମହାବିଜୟ ? କାହା ସପକ୍ଷରେ ଯିବ ଝାଡ଼ଖଣ୍ଡ ? ମହାରାଷ୍ଟ୍ରରେ ପୁଣି ଥରେ ମହାୟୁକ୍ତି ନା ‘ମହାବିକାଶ ଅଗାଡ଼ି’ ସରକାର ? ମହାରଣରେ NDA- MVA ଆରପାର୍ ଲଢ଼େଇ । ଗୋଟିଏପଟେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାର । ଅନ୍ୟପଟେ ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ନାନା ପାଟୋଲ । ସେପଟେ ଝାଡ଼ଖଣ୍ଡରେ ‘ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା’କୁ ମାତ୍ ଦେବକି ବିଜେପି ? ଝାଡ଼ଖଣ୍ଡରେ ଏଥର NDA-INDIA ମୁକାବିଲା । ସୋରେନ-କଂଗ୍ରେସ ବନାମ ସୋରେନ-ବାବୁଲାଲ । ମହାରାଷ୍ଟ୍ରରେ ମୋଟ ଆସନ ୨୮୮ । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪୫ । ଅନ୍ୟପକ୍ଷରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଦରକାର ୪୧ ବିଧାୟକଙ୍କ ସମର୍ଥନ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ । ନଭେମ୍ବର ୧୩ ଏବଂ ୨୦ ରେ ଭୋଟ୍ ଦେଇଥିଲା ଝାଡ଼ଖଣ୍ଡ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନେତା ଚୟନ କରିଥିଲେ ଭୋଟର । ମହାରାଷ୍ଟ୍ରରେ ନଭେମ୍ବର ୨୦ ରେ ହୋଇଥିଲା ମତଦାତା ।

LIVE FEED

7:29 PM, 23 Nov 2024 (IST)

କେଉଁଠି କେତେ ଆସନରେ କିଏ ଜିତିଲା ?

288 ଆସନରୁ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ 232 ପାଇଥିବା ବେଳେ MVA 52 ଓ ଅନ୍ୟାନ 4ଟି ଆସନରେ ଜିତିଛନ୍ତି । ମହାୟୁତି ବମ୍ପର ଭୋଟରେ ଜିତିଥିବା ବେଳେ MVA ମାତ୍ର 52ଟି ସିଟ ନିଜ ଦଖଲକୁ ନେଇଛି । ସେହିପରି 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ଆସନରେ JMM କଂଗ୍ରେସ ମେଣ୍ଟ 56 ସିଟ ଦଖଲକୁ ନେଇଥିବା ବେଳେ ବିଜେପି 24 ଓ ସ୍ବାଧୀନ 1 ସିଟ ଜିତିଛି । ପୁଣି ଝାଡଖଣ୍ଡରେ ଚାଲିବ ସୋରେନ ସରକାର ।

5:28 PM, 23 Nov 2024 (IST)

ମହାରାଷ୍ଟ୍ରରେ ମହାୟୁତିର ଐତିହାସିକ ବିଜୟ

ବମ୍ପର ବିଜୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ‘ନିର୍ବାଚନ ଫଳାଫଳ ଐତିହାସିକ । ଯାହାକି ପ୍ରମାଣ କଲା କେଉଁମାନେ ଜାତୀୟ କଂଗ୍ରେସ ପାର୍ଟି ଓ ଶିବସେନାରୁ ଆସିଛନ୍ତି । ଆଗକୁ ମହାରାଷ୍ଟ୍ରରେ ସରକାର ଗଠନ ସୂଚାରୁ ରୂପେ ହେବ । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି, ତୁଷ୍ଟିକରଣ ରାଜନୀତିକୁ ଏଡାଇ ଜନତା ପ୍ରଧାନମନ୍ତ୍ରୀଙ୍କ ‘ଏକ ହେ ସେଫ ହେ’ ବାର୍ତ୍ତାକୁ ଚୟନ କରିଛନ୍ତି ।

3:11 PM, 23 Nov 2024 (IST)

ଜିତିଲେ ପ୍ରିୟଙ୍କା ଗାନ୍ଧୀ

UDF ପ୍ରାର୍ଥିନୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ୱାୟନାଡ଼ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି । ରାହୁଲ ଗାନ୍ଧୀ ଏହି ଆସନରୁ ଗତ ସାଧାରଣ ନିର୍ବାଚନରେ ପାଖାପାଖି ୩ ଲକ୍ଷ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ, ପ୍ରିୟଙ୍କା ଗାନ୍ଧୀ 4,04,619 ଭୋଟରେ ବିଜୟୀ ହୋଇଥିବା ସୂଚନା ମିଳିିଛି । ସୂଚନା ଅନୁସାରେ, ପ୍ରିୟଙ୍କା 6,12,020 ଭୋଟ ପାଇଥିବା ବେଳେ, LDF ପ୍ରାର୍ଥିନୀ ସତ୍ୟାନ ମୋକେରୀ 2,07,401 ଭୋଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି BJP ପ୍ରାର୍ଥୀ 1,08,080 ଭୋଟ ପାଇଛନ୍ତି ।

1:30 PM, 23 Nov 2024 (IST)

ଓ୍ବାୟନାଡରେ ପ୍ରିୟଙ୍କା ଗାନ୍ଧୀ ସାଢେ 3 ଲକ୍ଷ ଭୋଟରେ ଆଗୁଆ

ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଲୋକସଭା ସାଂସଦ ଭାବେ କ୍ୟାରିୟର ଆରମ୍ଭ କରିପାରନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଓ୍ବାୟନାଡରେ ପ୍ରାୟ ସାଢେ 3 ଲକ୍ଷ ଭୋଟରେ ଅଛନ୍ତି ଆଗରେ ।

1:28 PM, 23 Nov 2024 (IST)

50 ରୁ ଅଧିକ ଆସନରେ ଆଗରେ ଜେଏମଏମ ପ୍ରାର୍ଥୀ

ଝାଡଖଣ୍ଡରେ 50ରୁ ଅଧିକ ଆସନରେ ଆଗରେ ଚାଲିଛି ‘ଜେଏମଏମ’ । ପାର୍ଟି ଅଫିସରେ ପହଞ୍ଚୁଛନ୍ତି କର୍ମୀ ଓ ସମର୍ଥକ । ସେପଟେ 30 ଆସନରେ ଆଗରେ ଚାଲିଛନ୍ତି ବିଜେପି ପ୍ରାର୍ଥୀ । ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାର ସମ୍ଭାବନା ।

1:24 PM, 23 Nov 2024 (IST)

ସିନ୍ଦେ ଓ ଫଡନାଭିସଙ୍କ ସହ ଫୋନରେ କଥା ହେଲେ ଶାହ

ଗଣତିରେ ଆଗରେ ମହାୟୁତି ମେଣ୍ଟ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ କଥା ହେଲେ ବିଜେପି ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଫଳାଫଳ ନେଇ ଜଣାଇଲେ ଶୁଭେଚ୍ଛା । ବଢିଲା ଶାସକ ମେଣ୍ଟର ମୁଖ୍ୟମନ୍ତ୍ରୀ ଚର୍ଚ୍ଚା । ଏକନାଥ ସିନ୍ଦେଙ୍କ ବାସଭବନରେ ପହଞ୍ଚୁଛନ୍ତି ସମର୍ଥକ । ଅଜିତ ପାଓ୍ବାରଙ୍କ ବାସଭବନରେ ମଧ୍ୟ ଭିଡ ।

12:51 PM, 23 Nov 2024 (IST)

14 ଆସନରେ ମହାୟୁତି ମେଣ୍ଟ ପ୍ରାର୍ଥୀ ବିଜୟୀ, 200 ଆସନରେ ଆଗୁଆ

ଅପରାହ୍ନ ପ୍ରାୟ ଗୋଟିଏ ସୁଦ୍ଧା ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ‘ମହାୟୁତି ମେଣ୍ଟ’ 14 ଆସନରେ ବିଜୟ ଲାଭ କରିବା ସହ ଅନ୍ୟ 200 ଆସନରେ ଆଗରେ ରହିଛି । ସେହିପରି ବିରୋଧୀ ‘ମହାବିକାଶ ଅଗାଡି’ ମେଣ୍ଟ 60 ଆସନରେ ଆଗରେ ରହିଛି । ମେଣ୍ଟର କୌଣସି ପ୍ରାର୍ଥୀ ବିଜୟ ହୋଇନଥିବା ଜଣାପଡିଛି । ଫଳାଫଳ ଟ୍ରେଣ୍ଡରେ ମହାୟୁତି ମେଣ୍ଟର ବିଭିନ୍ନ ଦଳର ପାର୍ଟି ଅଫିସ ଓ ନେତାଙ୍କ ବାସଭବନରେ ଉତ୍ସବ ପାଳନ ଆରମ୍ଭ ହେଲାଣି । ସମର୍ଥକ ଓ ଶୁଭେଚ୍ଛୁମାନେ ପହଞ୍ଚିବାରେ ଲାଗିଛନ୍ତି ।

11:25 AM, 23 Nov 2024 (IST)

ଓ୍ବାୟନାଡରେ ବିପୁଳ ବ୍ୟବଧାନରେ ଆଗରେ ପ୍ରିୟଙ୍କା ଗାନ୍ଧୀ

ଲୋକସଭା ଉପ-ନିର୍ବାଚନ ସଂସଦୀୟ କ୍ଷେତ୍ର କେରଳର ଓ୍ବାୟନାଡରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବେଶ ଆଗରେ । ନିକଟତମ ପ୍ରତିଦ୍ବନ୍ଦ୍ଦୀ ତଥା ବିଜେପି ପ୍ରାର୍ଥୀ ନଭ୍ୟା ହରିଦାଶଙ୍କଠାରୁ ପ୍ରାୟ 2 ଲକ୍ଷ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି ପ୍ରିୟଙ୍କା । ରାହୁଲଙ୍କ ଇସ୍ତଫା ପରେ ହୋଇଥିବା ଉପନିର୍ବାଚନରେ ନିର୍ବାଚନୀ ଡେବ୍ୟୁ କରିଛନ୍ତି ପ୍ରିୟଙ୍କା ।

11:21 AM, 23 Nov 2024 (IST)

ମହାବଜିୟ ଆଡକୁ ‘ମହାୟୁତି ମେଣ୍ଟ’, 215 ଆସନରେ ଆଗୁଆ

ମହାରାଷ୍ଟ୍ରରେ ଏକଜିଟ ପୋଲର ପୂର୍ବାକଳନ ଅନୁରୂପ ନଜର ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଗଣତି ଆରମ୍ଭରୁ ଆଗରେ ଥିବା ମହାୟୁତୀ ମେଣ୍ଟ ଏବେ 2ଶହ ପାର କରିଛି । ମେଣ୍ଟର 3 ପ୍ରମୁଖ ଦଳର ପ୍ରାର୍ଥୀମାନେ 215 ଆସନରେ ଆଗରେ ଚାଲିଛନ୍ତି । ରାଜ୍ୟରେ ସଂଖ୍ୟା ଗରିଷ୍ଠତା 145 ଆସନ ରହିଥିବା ଶାସକ ମେଣ୍ଟ ଭଲ ବ୍ୟବଧାନରେ ମ୍ୟାଜିକ ନମ୍ବରଠାରୁ ଆଗରେ ଚାଲିଛି । ବିଜେପି କ୍ୟାମ୍ପରେ ଉତ୍ସବ ପାଳନ ହେବା ମଧ୍ୟ ଆରମ୍ଭ ହୋଇଗଲାଣି ।

11:13 AM, 23 Nov 2024 (IST)

ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଡେଇଁଲା JMM, ପଛରେ ପଡିଲା ବିଜେପି

ଝାଡଖଣ୍ଡ ଗଣତି ଟ୍ରେଣ୍ଡରେ ବିଜେପିକୁ ପଛରେ ପକାଇଛି ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଶାସକ ଦଳ ଏବେ ସୁଦ୍ଧା ଗଣତିରେ ପ୍ରାୟ 50ରୁ ଅଧିକ ଆସନରେ ଆଗରେ ରହିଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି ମାତ୍ର 27 ଟି ଆସନରେ ଆଗରେ ଚାଲିଛି । ସଂଖ୍ୟା ବହୁମତ ପାଇଁ 41 ଆସନ ଆବଶ୍ୟକ ଥିବା ବେଳେ ଟ୍ରେଣ୍ଡ ଅନୁସାରେ, ‘ଜେଏମଏମ’ ମ୍ୟାଜିକ ନମ୍ବର ବା ସଂଖ୍ୟା ବହୁମତ ଅତିକ୍ରମ କରିସାରିଛି । ଆଉ କିଛି ଘଣ୍ଟା ଏହି ଧାରା ବଜାୟ ରହିଲେ, ଫଳାଫଳ ନେଇ ଆଗୁଆ ସୂଚନା ମିଳିପାରେ ।

10:11 AM, 23 Nov 2024 (IST)

ଟ୍ରେଣ୍ଡରେ 200 ଅତିକ୍ରମ କଲା ମହାୟୁତି ମେଣ୍ଟ, ବିଜେପିକୁ ପଛରେ ଛାଡିଲା ଜେଏମଏମ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାଥମିକ ଗଣତି ଏବଂ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ ନମ୍ବର ଅତିକ୍ରମ କରିଛି ବିଜେପି ନେତୃତ୍ବାଧୀନ ମହାୟୁକ୍ତି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମ୍ୟାଜିକ ନମ୍ବର ୧୪୫ ହୋଇଥିବା ବେଳେ ମହାୟୁତି ପ୍ରାର୍ଥୀମାନେ ୨୦୫ ଆସନରେ ଆଗୁଆ ଅଛନ୍ତି । ଅନ୍ୟପକ୍ଷରେ ମହାବିକାଶ ଅଗାଡ଼ି( MVA) ପ୍ରାର୍ଥୀମାନେ ୬୦ ଆସନରେ ଆଗୁଆ ଅଛନ୍ତି ।

ସେପଟେ ଝାଡ଼ଖଣ୍ଡରେ ପ୍ରାଥମିକ ଗଣତି ଟ୍ରେଣ୍ଡ ଅନୁସାରେ JMM-CONG ମେଣ୍ଟ ଆଗରେ ରହିଛି । ୮୧ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ୪୧ ଥିବା ବେଳେ, INDIA ମେଣ୍ଟ ୪୩ ଆସନରେ ଆଗୁଆ ସହ ଟ୍ରେଣ୍ଡିଂରେ ମ୍ୟାଜିକ ନମ୍ବର ଅତିକ୍ରମ କରିଛି । ଅନ୍ୟପକ୍ଷରେ ବିଜେପି ନେତୃତ୍ବାଧୀନ NDA ପ୍ରାର୍ଥୀମାନେ ୨୭ ଆସନରେ ଆଗୁଆ ରହିଛନ୍ତି ।

9:27 AM, 23 Nov 2024 (IST)

ଟ୍ରେଣ୍ଡରେ 100 ପାର କଲା ମହାୟୁତି ମେଣ୍ଟ :

ମହାରାଷ୍ଟ୍ରରେ ‘ଏକଜିଟ ପୋଲ’ର ପୂର୍ବାକଳନ ଅନୁରୂପ ନଜର ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଗଣତି ଆରମ୍ଭରୁ ଆଗରେ ଥିବା ମହାୟୁତୀ ମେଣ୍ଟ ଏବେ ଶହେ ପାର କରିଛି । ମେଣ୍ଟର 3 ପ୍ରମୁଖ ଦଳର ପ୍ରାର୍ଥୀ 100 ଆସନରେ ଆଗରେ ଚାଲିଛନ୍ତି । ଅବଶ୍ୟ ଏହି ଧାରା ପରିବର୍ତ୍ତନ ମଧ୍ୟ ହୋଇପାରେ । ରାଜ୍ୟରେ ସଂଖ୍ୟା ଗରିଷ୍ଠତା 145 ଆସନ ରହିଛି । ଗଣତି ଆରମ୍ଭରୁ ବିଜେପି ପାର୍ଟି ମୁଖ୍ୟାଳୟରେ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

8:46 AM, 23 Nov 2024 (IST)

ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ‘ମହାୟୁତି ମେଣ୍ଟ’

ମହାରାଷ୍ଟ୍ରରେ ଶାସକ ‘ମହାୟୁତି ମେଣ୍ଟ’ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ରହିଛି । ପ୍ରାୟ 50 ଆସନରେ ଆଗରେ ଚାଲିଛନ୍ତି ମେଣ୍ଟର ବିଭିନ୍ନ ଦଳର ପ୍ରାର୍ଥୀ । ବିଜେପି ନେତୃତ୍ବାଧୀନ ମେଣ୍ଟରେ ରହିଛନ୍ତି ଶିବସେନା (ସିନ୍ଦେ), ଅଜିତ ପାଓ୍ବାର-ଏନସିପି । ସେହିପରି ବିରୋଧୀ ‘ମହାବିକାଶ ଅଗାଡି’ ମେଣ୍ଟ 21 ଆସନରେ ଆଗରେ ଚାଲିଛି । ପୋଷ୍ଟାଲ ବାଲାଟ ଗଣାଯିବା ପରେ ‘ଇଭିଏମ’ ଗଣତି ଆରମ୍ଭ । ପ୍ରାରମ୍ଭିକ ଫଳାଫଳ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଛି ।

8:44 AM, 23 Nov 2024 (IST)

ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ

ଆରମ୍ଭ ହେଲା ଭୋଟ ଗଣତି । ବିଭିନ୍ନ ଗଣତି କେନ୍ଦ୍ରରେ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି ଆରମ୍ଭ । କିଛି ସମୟ ପରେ ଖୋଲିବ ‘ଇଭିଏମ’ । ପ୍ରାରମ୍ଭିକ ଟ୍ରେଣ୍ଡକୁ ଅପେକ୍ଷା । ମହାରାଷ୍ଟ୍ର ମହାରଣରେ NDA- MVA ଆରପାର୍ ଲଢ଼େଇ । ଝାଡଖଣ୍ଡରେ ଜେଏମଏମ- ବିଜେପି ମଧ୍ୟରେ ଟକ୍କର ।

Last Updated : Nov 23, 2024, 7:30 PM IST

ABOUT THE AUTHOR

...view details