ETV Bharat / bharat

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ପଲଟିଲା ଟ୍ରେଣ୍ଡ, ଆଗରେ BJP, ପଛରେ ପଡିଲା କଂଗ୍ରେସ

author img

By ETV Bharat Odisha Team

Published : 3 hours ago

Updated : 4 minutes ago

ASSEMBLY ELECTION RESULT 2024
ASSEMBLY ELECTION RESULT 2024 (ETV BHARAT ODISHA)

ହାଇଦ୍ରାବାଦ: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି । ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ । ଏଥର କି’ଏ ଜିତିଛି ଜନତାଙ୍କ ବିଶ୍ବାସ, ‘ଇଭିଏମ’ରେ କାହାକୁ ଭରସା କରିଛନ୍ତି ଜନତା ? 5 ବର୍ଷ ପାଇଁ କାହାକୁ ମିଳିବ କ୍ଷମତାର ସିଂହାସନ ? ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ, ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ । ଉଭୟ ଜମ୍ମୁ-କାଶ୍ମୀରର ଓ ହରିୟାଣାର ମୋଟ 90ଟି ଲେଖାଏଁ ବିଧାନସଭା ଆସନରେ ହୋଇଥିବା ମତଦାନର ଭୋଟ ଗଣନା ସକାଳ 8ଟାରୁ ଆରମ୍ଭ ହୋଇଯିବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ‘ଇଭିଏମ’ର ଭୋଟ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଫଳଫଳ ସ୍ପଷ୍ଟ ହୋଇଯିବ । ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କାହା ସପକ୍ଷରେ ଜନମତ ଯାଉଛି, ତାକୁ ହିଁ ଅପେକ୍ଷା ।

LIVE FEED

10:03 AM, 8 Oct 2024 (IST)

ହରିୟାଣାରେ ପଲଟିଲା ଟ୍ରେଣ୍ଡ, ଆଗରେ ବିଜେଡି

ହରିୟାଣାରେ କଡା ଟକ୍କର, ପଲଟିଲା ଟ୍ରେଣ୍ଡ । ପଛରେ ପଡିଲା କଂଗ୍ରେସ, ଆଗେଇଲା ବିଜେପି । ଭୋଟ ଗଣତି ଜାରି ରହିଥିବା ବେଳେ 45 ଆସନରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ 38 ଆସନରେ ଆଗୁଆ ରହିଛି । କାଶ୍ମୀରରେ ଜେକେଏନସି ମେଣ୍ଟ 42 ଆସନରେ ଆଗରେ ରହିଥିବା ବେଳେ ବିଜେପି ମାତ୍ର 23 ଆସନରେ ଆଗରେ ରହିଛି ।

ASSEMBLY ELECTION RESULT 2024
ASSEMBLY ELECTION RESULT 2024 (ASSEMBLY ELECTION RESULT 2024)

9:53 AM, 8 Oct 2024 (IST)

ଲଡଓ୍ବା ଆସନରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ଆଗରେ

ହରିୟଣାରେ ଜାରି ରହିଛି ଭୋଟ ଗଣତି । ଲଡଓ୍ବା ବିଧାନସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଗରେ ରହିଛନ୍ତି । ସେହିପରି ଗଡି ସମ୍ପଲା କିଲୋଇ ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଦା ଆଗୁଆ ରହିଛନ୍ତି ।

9:35 AM, 8 Oct 2024 (IST)

କିଙ୍ଗ୍‌ ମେକର ସାଜିବ ପିଡିପି

ଜମ୍ମୁ କାଶ୍ମୀରର ବିକାଶ ଓ ଆତଙ୍କବାଦୀ ଦମନ ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନ ଜିତିବା ଆଶା ରଖିଛି । ଅନ୍ୟ ପଟେ ଧାରା 370 ଉଚ୍ଛେଦ ପରେ ଏନସି-କଂଗ୍ରେସ ମେଣ୍ଟ ସରକାର ଏଠାରେ ଦୃଢ ହୋଇଛି । ତେଣୁ ଏନସି-କଂଗ୍ରେସ ମେଣ୍ଟ ସରକାର ଏଥର ହେବା ନେଇ ନେତାଏ ଆଶାବାଦୀ । 2014ରେ ବିଜେପି ପିଡିପି ମେଣ୍ଟରେ ଜମ୍ମୁ କାଶ୍ମୀରରେ ସରକାର ଗଠନ ହୋଇଥିଲା । 2018ରରେ ବିଜେପି ପିଡିପି ହାତ ଛାଡିବା ପରେ ସରକାର ଭଙ୍ଗ ହୋଇଥିଲା । ପିଡିପିକୁ ସେତେବେଳେ ଏହା ଶକ୍ତ ଝଟକା ଦେଇଥିବା ବେଳେ ଚଳିତ ନିର୍ବାଚନ ଫଳାଫଳ ପରେ ସରକାର ଗଠନରେ ସେ କିଙ୍ଗ ମେକର ସାଜିପାରେ ବୋଲି ଆଶା କରାଯାଉଛି ।

8:57 AM, 8 Oct 2024 (IST)

ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଆଗୁଆ, ପଛରେ ପଡିଲା BJP

ଜମ୍ମୁ ଓ ହରିୟାଣାରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଆଗୁଆ ରହିଥିବା ବେଳେ ବିଜେପି ପଛରେ ପଡିଯାଇଛି । ହରିୟାଣାରେ କଂଗ୍ରେସ 27ଟି ଆସରେ କଂଗ୍ରେସ ଲିଡ କରୁଥିବା ବେଳେ ବିଜେପି 19 ଟି ଆସନରେ ଆଗରେ ରହିଛି । ସେହିପିର ଜମ୍ମୁକାଶ୍ମୀରରେ ଏନସି କଂଗ୍ରେସ ମେଣ୍ଟ 13ଟି ଆସନରେ ଆଗୁଆ ଥିବା ବେଳେ ବିଜେପି 11ଟି ଆସନରେ ଆଗୁଆ ରହିଛି ।

8:39 AM, 8 Oct 2024 (IST)

ହରିୟାଣାରେ ମୋଟ 90 ବିଧାନସଭା ଆସନରେ 67.90 ପ୍ରତିଶତ ମତଦାନ ହୋଇଥିଲା । 2019ରେ 68.84 ପ୍ରତିଶ ଓ 2014 ବିଧାନସଭା ନିର୍ବାଚନରେ 76.13 ପ୍ରତିଶତ ମତଦାନ ହୋଇଥିଲା । ଗତ ଦୁଇ ନିର୍ବାଚନ ତୁଳନାରେ ଚଳିତ ବର୍ଷ ମତଦାନ ହାର କମିଛି । ଆଜି 1031 ପ୍ରାର୍ଥୀଙ୍କ ଭାଗ୍ୟନିର୍ଦ୍ଧାରଣ ।

HARYANA ASSEMBLY ELECTION
HARYANA ASSEMBLY ELECTION (ETV BHARAT ODISHA)

8:23 AM, 8 Oct 2024 (IST)

'ନୂଆ କାଶ୍ମୀର' ତାଜ କାହାମୁଣ୍ଡରେ ?

2014ରେ ଶେଷ ଥର ପାଇଁ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । 2019ରେ ଧାରା 370 ଓ ଅନୁଚ୍ଛେଦ 35 (କ) ପ୍ରତ୍ୟାହାର କରିବା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ 10 ବର୍ଷ ପରେ ବିଧାନସଭା ନିର୍ବାଚନ ହୋଇଛି । ତେଣୁ ନୂଆ କାଶ୍ମୀରରେ ସରକାର ଗଠନ କରିବାକୁ ବିଜେପି, ପିଡିପି, ଏନସି ଓ କଂଗ୍ରେସ ଆପ୍ରାଣ ଉଦ୍ୟମ କରିଛନ୍ତି । ଏକଜିଟ ପୋଲରେ ଏଠାରେ ଝୁଲାସରକାର ହେବା ନେଇ ଆକଳନ କରାଯାଇଛି । ଫଳରେ ବିଜେପିର କାଶ୍ମୀରରେ ଶାସନ ସ୍ବପ୍ନ ଧୂଳିଶାତ ହେବା କୁହାଯାଉଛି ।

7:44 AM, 8 Oct 2024 (IST)

ହରିୟାଣାରେ 1031 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ନଜର ପକାନ୍ତୁ ପ୍ରମୁଖ ପ୍ରାର୍ଥୀଙ୍କ ଉପରେ

ହରିୟାଣାରେ ମୋଟ 90 ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଗତ 5 ତାରିଖରେ ନିର୍ବାଚନ ହୋଇଥିଲା । ମଇଦାନରେ ରହିଥିଲେ 1031 ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଦା, ଜେଜେପିର ଦୁଶ୍ୟନ୍ତ ଚୌତାଲା, କଂଗ୍ରେସର ଭିନେଶ ଫୋଗଟା ।

ଜମ୍ମୁରେ 873 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ନଜର ପକାନ୍ତୁ ପ୍ରମୁଖ ପ୍ରାର୍ଥୀଙ୍କ ଉପରେ

ଜମ୍ମୁ କାଶ୍ମୀରରେ ମୋଟ 95ଟି ବିଧାନସଭା ଆସନ ମଧ୍ୟରୁ 3ଟି ପର୍ଯ୍ୟାୟରେ 90ଟି ଆସନରେ ମତଦାନ ହୋଇଥିଲା । ମଇଦାନରେ ବିଜେପି, କଂଗ୍ରେସ, ଏନସି, ପିଡିପି ଓ ଅନ୍ୟାନ୍ୟ ଦଳର ରହିଥିଲେ 873 ପ୍ରାର୍ଥୀ । 63.88 ପ୍ରତିଶତ ମତଦାନ ହୋଇଥିଲା । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଏନସିର ଏମାର ଅବଦୁଲା, ପିଡିପିର ସାଜଦଗନି ଲୋନ, ବିଜେପି ରାଜ୍ୟ ସଭାପତି ରବନ୍ଦ୍ର ରାଇନା ।

7:29 AM, 8 Oct 2024 (IST)

ସତ ହେବକି ବୁଥ ବାହୁଡା ଜନମତ ?

ହାଇଦ୍ରାବାଦ: ଆଜି ଆସିବ ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ । ଏଥର କିଏ ଗଢିବ ସରକାର ? କାହାକୁ ଭରସା କରିଛନ୍ତି ଜନତା ? ବିଜେପି ନା କଂଗ୍ରେସ ? ତାହା ଆଜି ସ୍ପଷ୍ଟ ହୋଇଯିବ । ଲୋକସଭା ନିର୍ବାଚନ ପରେ ପ୍ରଥମ ବଡ ରାଜନୈତିକ ଲଢେଇ ହୋଇଥିବାରୁ ଜନାଦେଶକୁ ନେଇ ଜାତୀୟ ଦଳ ଓ ଆଞ୍ଚଳକିକ ଦଳ ବେଶ ଉତ୍ସାହି ଅଛନ୍ତି । ହରିୟାଣାରେ ବିଜେପି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ କଂଗ୍ରେସ ଗାଦି ସମ୍ଭାଳିବାକୁ ସଜବାଜ ହେଉଛି । ସେପଟେ ଜମ୍ମୁ କାଶ୍ମୀରରେ ବିଜେପି ସରକାର ଗଠନ ନେଇ ସ୍ବପ୍ନ ଦେଖୁଥିବା ବେଳେ ଏନସି-କଂଗ୍ରେସ ମେଣ୍ଟ ଏଥିରେ ବାଧକ ସାଜି ପାରନ୍ତି । କାହିଁକିନା ଏକଜିଟ ପୋଲରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ସେଥିରେ ଜମ୍ମୁରେ ଏନସି-କଂଗ୍ରେସ ଓ ହରିୟାଣାରେ କଂଗ୍ରେସକୁ ବହୁମତ ମିଳିଛି । ଫଳରେ ବିଜେପିକୁ କମ ଆସନରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ଆକଳନ କରାଯାଇଛି । ବୁଥ ବାହୁଡା ଜନମତ କେତେ ଦୂର ସଠିକ ହେଉଛି ତାହା ଆଜି ସ୍ପଷ୍ଟ ହୋଇଯିବ ।

Last Updated : 4 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.