ETV Bharat / bharat

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ବିକଶିତ ଭାରତ@2047 କେବଳ ଭାଷଣ ନୁହେଁ' - 78th Independence Day 2024

author img

By ETV Bharat Odisha Team

Published : Aug 15, 2024, 7:11 AM IST

Updated : Aug 15, 2024, 10:05 AM IST

78TH INDEPENDENCE DAY 2024
78TH INDEPENDENCE DAY 2024 (Etv Bharat)

ହାଇଦ୍ରାବାଦ: ଆଜି 78 ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଦୀର୍ଘ 200 ବର୍ଷ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଆଜିର ଦିନରେ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 15କୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଉଛି । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରାଇବା ପାଇଁ ଅନେକ ସ୍ବାଧୀନତା ସଂଗ୍ରାମୀ ଓ କୋଟି କୋଟି ଦେଶପ୍ରେମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସକୁ ଆଜିବି ମନେ ରଖିଛି ଦେଶ ।

LIVE FEED

10:03 AM, 15 Aug 2024 (IST)

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି ମୋହନ ମାଝୀ । ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ବରପୁତ୍ରଙ୍କ ବଳିଦାନ ଅନନ୍ୟ । ଓଡ଼ିଆ ସଂଗ୍ରାମୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା । ଓଡ଼ିଆ ଅସ୍ମିତା ଉପରେ କୁଠାରଘାର ହେଲେ ନୂଆ ଜାଗରଣ । ଆଜି ଆମ ପାଇଁ ଆହ୍ବାନ ଓ ଜାଗରଣର ଦିନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିଅମ ନିର୍ମାଣ ହେବ ବୋଲି କହିଛନ୍ତି ସିଏମ ।

8:29 AM, 15 Aug 2024 (IST)

ସ୍ବାଧୀନତା ଦିବସର ଅତିଥି ଅଲିମ୍ପିକ୍ସ ପଦକ ବିଜେତା

ନୂଆଦିଲ୍ଲୀ: 11 ଥର ପାଇଁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଅତିଥି ଭାବେ ପାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ଅଲିମ୍ପିଆନ୍ସ ସାମିଲ ହୋଇଛନ୍ତି । ମନୁ ଭାକର, ଭାରତୀୟ ପୁରୁଷ ହକି ଟିମ୍‌, ନୀରଜ ଚୋପ୍ରା, ସରବଜୋତ ସିଂହ, ସ୍ବପ୍ନୀଲ କୁଶାଲେ ଉପସ୍ଥିତ ଅଛନ୍ତି ।

8:11 AM, 15 Aug 2024 (IST)

ଲାଲକିଲ୍ଲାରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ଆହୁରି ମଧ୍ୟ କହିଛନ୍ତି, '' ଦେଶ ପରାଧୀନ ବିରୋଧରେ ଲମ୍ବା ଲଢ଼େଇ କରିଥିଲା । ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ । 40 କୋଟି ଦେଶବାସୀ ଏହି ଲଢେଇ ଲଢିବାର ସାମର୍ଥ୍ୟ ଦେଥାଇଥିଲେ । ଏକ ସଙ୍କଳ୍ପ ନେଇ ଚାଲିଥିଲେ । ଯଦି 140 କୋଟି ଦେଶବାସୀ ଯଦି ସଂଙ୍କଳ୍ପ ନିଅନ୍ତି, ପାଦରେ ପାଦ ଓ କାନ୍ଧରେ ଆମେ ସମୃଦ୍ଧ ଗଢିପାରିବା । ବିକଶିତ ଭାରତ ୨୦୪୭ କେବଳ ଭାଷଣ ନୁହେଁ । ଏଥିପାଇଁ ଆମକୁ ଅନେକ ପରାମର୍ଶ ମିଳିଛି । ଦେଶବାସୀଙ୍କ ସ୍ବପ୍ନ ଏଥିରେ ପ୍ରତିଫଳିତ ହେଉଛି । ଏକ ସମୟ ଥିଲା ଯେତେବେଳେ ଲୋକ ଦେଶ ପାଇଁ ପ୍ରାଣବଳୀ ଦେବାକୁ ପ୍ରତିବଦ୍ଧ ଥିଲେ । ଆଜି ଦେଶ ପାଇଁ ପ୍ରତିବଦ୍ଧତାର ସମୟ ଆସିଛି । ''

7:54 AM, 15 Aug 2024 (IST)

'ଆଜାଦି କେ ଦିଓ୍ବାନେ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ: ମୋଦି

ନୂଆଦିଲ୍ଲୀ: ଲାଲକିଲ୍ଲାରେ ମୋଦିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇଲେ । ଦେଶ ପାଇଁ ବଳିଦାନ ଦେଇଥିବା ଅଗଣିତ 'ଆଜାଦି କେ ଦିଓ୍ବାନେ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। ଏହି ଦେଶ ସେମାନଙ୍କ ନିକଟରେ ଋଣି ଅଟେ । ଚଳିତ ବର୍ଷ ଏବଂ ଗତ କିଛି ବର୍ଷ ଧରି, ପ୍ରାକୃତିକ ବିପର୍ଯ୍ୟୟ ହେତୁ ଆମର ଚିନ୍ତା ବଢିବାରେ ଲାଗିଛି । ଏଥିପାଇଁ ଅନେକ ଲୋକ ସେମାନଙ୍କର ପରିବାର ସଦସ୍ୟ, ପ୍ରାକୃତିକ ବିପର୍ଯ୍ୟୟରେ ସମ୍ପତ୍ତି ହରାଇଛନ୍ତି । ରାଷ୍ଟ୍ର ମଧ୍ୟ କ୍ଷତି ସହିଛି। ଆଜି ମୁଁ ସେମାନଙ୍କ ପ୍ରତି ସମବେଦନା ଜଣାଉଛି ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଏହି ସଙ୍କଟ ସମୟରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।

7:37 AM, 15 Aug 2024 (IST)

ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ସଙ୍ଗୀତରେ ଗୁଞ୍ଜରିତ ହେଉଛି ଲାଲକିଲ୍ଲା । ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ।

7:31 AM, 15 Aug 2024 (IST)

ଲାଲକିଲ୍ଲାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ରାଜଘାଟରେ ଜାତୀରପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ଲାଲକିଲ୍ଲାରେ ପହଞ୍ଚିଛନ୍ତି ମୋଦି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ।

6:48 AM, 15 Aug 2024 (IST)

ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

ହାଇଦ୍ରାବାଦ: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍‌ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ପ୍ରତିଟି ଭାରତୀୟ ପାଇଁ ଆଜିର ଦିନ ବେଶ ସ୍ବତନ୍ତ୍ର ।

Last Updated : Aug 15, 2024, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.