ETV Bharat / bharat

ସଂସଦରେ ବଜେଟ୍ ଉପସ୍ଥାପିତ; ପୋଲାଭରମ ପ୍ରକଳ୍ପକୁ ସମର୍ଥନ, ଆନ୍ଧ୍ର-ବିହାରକୁ ସ୍ବତନ୍ତ୍ର ପ୍ୟାକେଜ, ଓଡ଼ିଶାକୁ ଶକ୍ତ ଧକ୍କା ! - Union Budget 2024

author img

By ETV Bharat Odisha Team

Published : Jul 23, 2024, 9:52 AM IST

Updated : Jul 23, 2024, 12:51 PM IST

ଆଜି ପୂର୍ଣ୍ଣାଙ୍ଗ ବଜେଟ୍; ଓଡ଼ିଶାକୁ ମିଳିପାରେ ଫୋକସ୍, ବଢିପାରେ ଟିକସ ଛାଡ ସୀମା, ସଂସଦରେ ପହଞ୍ଚିଲେ ସୀତାରମଣ
ଆଜି ପୂର୍ଣ୍ଣାଙ୍ଗ ବଜେଟ୍; ଓଡ଼ିଶାକୁ ମିଳିପାରେ ଫୋକସ୍, ବଢିପାରେ ଟିକସ ଛାଡ ସୀମା, ସଂସଦରେ ପହଞ୍ଚିଲେ ସୀତାରମଣ (ETV Bharat Odisha 2024)

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିବେ ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ବଜେଟରେ ଟିକସଠାରୁ ନେଇ କୃଷି, ମହିଳା, ଶିଳ୍ପ, ଭିତ୍ତିଭୂମ କ୍ଷେତ୍ର ଉପରେ ଫୋକସ୍ କରାଯିବ । ଏଥିରେ କରଦାତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି । ଟିକସ ଛାଡ ସୀମା ବଢାଇ ପାରନ୍ତି ସରକାର । ଷ୍ଟାର୍ଟଅପ୍ ଓ ଏମଏସଏମଇକୁ ଅଧିକ ଟିକସ ରିହାତି ମିଳିପାରେ । ବିକଶିତ ଓଡ଼ିଶା ପାଇଁ ମଧ୍ୟ ବଜେଟ୍‌ରେ କିଛି ବଡ ଘୋଷଣା ହେବାର ଆଶା ରଖାଯାଉଛି । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବଡ ଝଟକା ଖାଇଥିବାରୁ ଆଗକୁ ୩ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବଜେଟ୍ ଲୋକାଭିମୁଖୀ ହୋଇପାରେ । ଆଉ କିଛି ସମୟ ପରେ ବଜେଟକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ ।

LIVE FEED

12:33 PM, 23 Jul 2024 (IST)

ବଜେଟରେ କରଦାତାଙ୍କୁ ଆଶ୍ବସ୍ତି, ୭୫ ହଜାର ବଢିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ

ଅର୍ଥମନ୍ତ୍ରୀ ସୀତାରମଣ କରଦାତାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ନୂତନ ଟିକସ ଢାଞ୍ଚାରେ ଷ୍ଟାଣ୍ଡର୍ଡ ଡିଡକ୍ସନ ସୀମାକୁ ୫୦ ହଜାରରୁ ବୃଦ୍ଧି କରି ୭୫ ହଜାର କରିଦିଆଯାଇଛି । ଏହି ବ୍ୟବସ୍ଥାରେ ପୂର୍ବ ଭଳି ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ । ୩ରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ, ୧୦ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟିକସ ଦେବାକୁ ପଡିବ । ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଲାଗୁ ହେବ ।

12:09 PM, 23 Jul 2024 (IST)

ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ

ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିଆରି ହେବ ରାସ୍ତା । ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ । ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର । ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ ।

11:58 AM, 23 Jul 2024 (IST)

ବଡ କମ୍ପାନୀରେ ଇଣ୍ଟର୍ନସିପ୍ ପାଇଁ ମାସକୁ 5 ହଜାର, କେନ୍ଦ୍ର ଫୋକସରେ ଓଡିଶା ପର୍ଯ୍ୟଟନ

ବଡ କମ୍ପାନୀରେ ଇଣ୍ଟର୍ନସିପ୍ ପାଇଁ ମାସକୁ 5 ହଜାର । 1 କୋଟି ଯୁବକଙ୍କୁ ମାସକୁ ମିଳିବ 5 ହଜାର । 500 ବଡ କମ୍ପାନୀରେ ଇଣ୍ଟର୍ନସିପ କଲେ ଏହି ସୁବିଧା । କେନ୍ଦ୍ର ଫୋକସରେ ଓଡିଶା ପର୍ଯ୍ୟଟନ

ଓଡିଶାର ପର୍ଯ୍ୟଟକ ବିକାଶ ପାଇଁ ବଡ ଘୋଷଣା । ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ । ଓଡିଶାର ମନ୍ଦିର, ସମୂଦ୍ର କୂଳ, ପ୍ରାକୃତିକ ସ୍ଥାନ ବିକାଶକୁ ଫୋକସ । ମିଳିବ ସ୍ୱତନ୍ତ୍ର ଆର୍ଥିକ ରାଶି ।

11:45 AM, 23 Jul 2024 (IST)

ପୋଲାଭରମକୁ କେନ୍ଦ୍ରର ସମର୍ଥନ, ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ପଦକ୍ଷେପ ନିଆଯିବ କହିଲେ ଅର୍ଥମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ବିଶେଷ ଘୋଷଣା । ନୂଆ ଏୟାରପୋର୍ଟ ଓ ମେଡିକାଲ କଲେଜ ନିର୍ମାଣ ପାଇଁ ଅନୁଦାନ ମିଳିବ । ତେବେ ବଜେଟରେ ପୋଲାଭରମ ପ୍ରକଳ୍ପକୁ ସମର୍ଥନ କରିଛନ୍ତି କେନ୍ଦ୍ର ସରକାର । ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବର୍ଷ ବର୍ଷ ହେଲାଣି ବିବାଦ ଜାରି ରହିଥିବାବେଳେ ଆଜି ଅର୍ଥମନ୍ତ୍ରୀ ପୋଲାଭରମକୁ ଆନ୍ଧ୍ରର ଜୀବନରେଖା ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଦେଶରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ଲାଗି ପଦକ୍ଷେପ ନିଆଯିବ । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଓଡ଼ିଶା ପାଇଁ ଏକ ଶକ୍ତ ଧକ୍କା କହିଲେ ଭୁଲ୍ ହେବନି ।

11:37 AM, 23 Jul 2024 (IST)

EPFO ରେ ସାମିଲ ହେଲେ ନବ ନିଯୁକ୍ତଙ୍କୁ ଏକ ମାସର ଦରମା

ନବ ନିଯୁକ୍ତଙ୍କ ପାଇଁ ବଜେଟରେ ବଡ ଘୋଷଣା । ଇପିଏଫଓରେ ସାମିଲ ହେଲେ ମିଳିବ ଏକ ମାସର ଦରମା । 3ଟି କିସ୍ତିରେ ମିଳିବ ଏହି ଟଙ୍କା । 15 ହଜାରରୁ ଏକ ଲକ୍ଷ ଟଙ୍କା ଦରମା ପାଉଥିବା ନବ ନିଯୁକ୍ତଙ୍କୁ ଏହି ସୁବିଧା । ଏହି ସ୍କିମରେ ଲାଭବାନ ହେବେ 2 କୋଟି 10 ଲକ୍ଷ ଯୁବକ ।

11:33 AM, 23 Jul 2024 (IST)

ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଋଣ ଘୋଷାଣା

ଉଚ୍ଚଶିକ୍ଷା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । ବଜେଟରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କାର ଋଣ ଘୋଷଣା କଲେ ଅର୍ଥମନ୍ତ୍ରୀ । ସୀତାରମଣ କହିଛନ୍ତି, ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହୟତା ରୂପେ ୧୦ ଲକ୍ଷ ଟଙ୍କା ଋଣ ଯାଏଁ ଋଣ ପ୍ରଦାନ କରିବେ ।

11:28 AM, 23 Jul 2024 (IST)

ପୂର୍ବାଞ୍ଚଳର ବିକାଶ ପାଇଁ ପୂର୍ବୋଦୟ ଯୋଜନା

ବଜେଟରେ ପୂର୍ବାଞ୍ଚଳର ବିକାଶକୁ ଫୋକସ୍ । ପୂର୍ବାଞ୍ଚଳ ରାଜ୍ୟ ଯେମିତିକି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା । ପୂର୍ବାଞ୍ଚଳ ରାଜ୍ୟ ସହ ଏହି ଯୋଜନାରେ ଆଉ ୫ଟି ରାଜ୍ୟ ସାମିଲ ହେବ ।

11:17 AM, 23 Jul 2024 (IST)

ଦେଶର ମୁଦ୍ରାସ୍ଫୀତି ୪ ପ୍ରତିଶତ ରଖିବା ଆକଳନ

ଦେଶରେ ହୁ ହୁ ହୋଇ ବଢୁଥିବା ଦରଦାମ ସବୁ ବର୍ଗକୁ ପ୍ରଭାବିତ କରିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ବିଶେଷକରି ଗରିବ ଓ ମଧ୍ୟବିତ୍ତଙ୍କ ପକେଟ ଅଧିକ ଜାଳୁଥିବା ବେଳେ ୨୦୨୪-୨୫ ବର୍ଷରେ ଦେଶର ମୁଦ୍ରାସ୍ଫୀତି ୪ ପ୍ରତିଶତ ରହିବା ନେଇ ବଜେଟରେ ଆକଳନ କରାଯାଇଛି ।

11:05 AM, 23 Jul 2024 (IST)

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣ ଆରମ୍ଭରେ ଦେଶବାସୀ ପୁନର୍ବାର ମୋଦି ସରକାରଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ଧନ୍ୟବାଦ ଦେଲେ । ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି । କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ । ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ସବୁ ବର୍ଗର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ ।

10:42 AM, 23 Jul 2024 (IST)

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ୧୧ଟାରେ ଆରମ୍ଭ ହେବ ବଜେଟ ଭାଷଣ

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ କ୍ୟାବିନେଟ ବୈଠକରେ ବଜେଟକୁ ମଞ୍ଜୁରୀ ମିଳିଛି । ଦିନ ୧୧ଟା ବେଳେ ସଂସଦରେ ବଜେଟ ଭାଷଣ ପଢିବେ ଅର୍ଥମନ୍ତ୍ରୀ ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆସିବ ଆୟ-ବ୍ୟୟର ହିସାବ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ । ଏଥିରେ ଟିକସଠାରୁ ନେଇ କୃଷି, ମହିଳା, ଶିଳ୍ପ, ଭିତ୍ତିଭୂମ କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଇପାରେ ।

10:08 AM, 23 Jul 2024 (IST)

ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟି ଅନୁମତି ନେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟକୁ ଅନୁମୋଦନ କଲେ । ଏଥିସହ ନିର୍ମଳାଙ୍କୁ ଦହି ଚିନି ଖୁଆଇ ଶୁଭକାମନା ଜଣାଇଲେ । ପୁରା ଟିମକୁ ଦେଲେ ଧନ୍ୟବାଦ । ଆମ ପରମ୍ପରାରେ କୌଣସି ଶୁଭ କାମରେ ଯିବା ପୂର୍ବରୁ ଦହି ଚିନି ଖାଇବାର ପ୍ରଥା ରହିଛି । ତେଣୁ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଛନ୍ତି ମହାମହିମ ।

10:02 AM, 23 Jul 2024 (IST)

ବଜେଟ ଟାବଲେଟ ସହ ଲୋକସଭାରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ । ନିଜ ବଜେଟ୍ ଟିମ ସହ ବଜେଟ ଟାବଲେଟ ଧରି ପାର୍ଲାମେଣ୍ଟରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ । ଆଜି ଲୋକସଭାରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ କରିଲେ ଅର୍ଥମନ୍ତ୍ରୀ । ଦିନ 11ଟା ସମୟରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭଟିଛନ୍ତି ଅର୍ଥମନ୍ତ୍ରୀ ।

9:50 AM, 23 Jul 2024 (IST)

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ଅର୍ଥ ମନ୍ତ୍ରାଳୟ ନର୍ଥ ବ୍ଲକରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ । ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ପରିସରରେ ଟିମ୍ ସହ ଫଟୋ ସେସନ୍ । ବଜେଟ ଟାବଲେଟ ସହ ଫଟୋ ଉଠାଇଲେ ଅର୍ଥମନ୍ତ୍ରୀ । ଏହାପରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟକୁ ଅନୁମୋଦନ କରିବେ । ଏପଟେ ସଂସଦରେ ପହଞ୍ଚିଛି ବଜେଟ କପି ।

Last Updated : Jul 23, 2024, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.