ଓଡିଶା

odisha

ETV Bharat / bharat

ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ - Kejriwal Moves Supreme Court

Kejriwal Moves SC Against HC Orders: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ । ଗତକାଲି ଇଡିର ଗିରଫଦାରୀକୁ ବୈଧ ଦର୍ଶାଇ କେଜ୍ରିୱାଲଙ୍କ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ,

ମଦ ଦୁର୍ନୀତି ମାମଲା; ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ
ମଦ ଦୁର୍ନୀତି ମାମଲା; ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ

By ETV Bharat Odisha Team

Published : Apr 10, 2024, 10:21 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ସକାଳ ୧୦ଟା ୩୦ରେ ଏହି ଆବେଦନର ତ୍ବରତି ଶୁଣାଇ ପାଇଁ ତାଙ୍କର ଓକିଲ ଦାବି କରିଛନ୍ତି । ତେବେ ଇଡି ଗିରଫଦାରୀ ଓ ରିମାଣ୍ଡ ବିରୋଧରେ କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିବା ବେଳେ ଗତକାଲି (ମଙ୍ଗଳବାର) କୋର୍ଟ ଏହାକୁ ବୈଧ ଦର୍ଶାଇ ତାଙ୍କର ଆବେଦନ ଖାରଜ କରିଦେଇଥିଲେ ।

ଗତକାଲି ତାଙ୍କ ଆବେଦନର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଆପ୍ ସୁପ୍ରିମୋ ଅନ୍ୟମାନଙ୍କ ସହ ମିଶି ଏକ ଅପରାଧିକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଏଥିରେ ଅପରାଧର ଆୟ ବ୍ୟବହାର କରିଥିଲେ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ପ୍ରମାଣ ଦିଆଯାଇଛି । କେଜ୍ରିୱାଲ ନୂତନ ଅବକାରୀ ନୀତି ପ୍ରଣୟନ ଓ ଲାଞ୍ଚ ମାଗିବା ଘଟଣାରେ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଥିଲେ । ଆପ୍ ରାଷ୍ଟ୍ରୀୟ ସଂଯୋଜକ ଭାବେ ସେ ଏହି ଦୁର୍ନୀତିରେ ସକ୍ରିୟ ରୂପେ ଜଡ଼ିତ ଥିଲେ ।

ରାୟ ପ୍ରଦାନ ବେଳେ ଜଷ୍ଟିସ ସ୍ବରନକାନ୍ତ ଶର୍ମା କହିଥିଲେ ଯେ, କେଜ୍ରିୱାଲଙ୍କ ରିମାଣ୍ଡକୁ ଅବୈଧ କୁହାଯାଇ ପାରିବ ନାହିଁ । ତାଙ୍କର ଗିରଫଦାରୀ ସମ୍ପୂର୍ଣ୍ଣ ବୈଧ ଅଟେ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ଆପ୍ ନେତା ସୌରଭ ଭରଦ୍ବାଜ କହିଥିଲେ, ହାଇକୋର୍ଟଙ୍କ ଏହି ରାୟରେ ଆମ ସହମତ ନାହୁଁ ଏବଂ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ ।

ଏହା ମଧ୍ୟ ପଢନ୍ତୁ : କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Delhi HC Dismisses CM Kejriwal Plea

ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ ତାରିଖ ଦିନ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ଏବେ ତିହାର ଜେଲରେ ଅଛନ୍ତି । ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆଉ ଏକ ଆବେଦନର ଶୁଣାଣି ହେବ । ଏହି ଆବେଦନରେ ସେ ନିଜ ଓକିଲଙ୍କୁ ଭେଟିବାକୁ ଅଧିକ ସମୟ ଦେବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details