ଓଡିଶା

odisha

ETV Bharat / bharat

ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ଦେଖା ଦେଇପାରେ ସ୍ବାସ୍ଥ୍ୟ ସମସ୍ୟା, ଏମାନଙ୍କ ରାଜଯୋଗ - Today Horoscope

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ ।

By ETV Bharat Odisha Team

Published : 4 hours ago

TODAY HOROSCOPE
TODAY HOROSCOPE (ETV Bharat Odisha)

ମେଷ:ଆପଣ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ । ରତ୍ନ ତଥା ଦାମୀ ଜିନିଷ ବିଷୟରେ ଚିନ୍ତା କରିବେ ଓ ଆକର୍ଷିତ ହେବେ । ଧନ ପ୍ରତି ମନ ବଳିପାରେ । ସାବଧାନତାରେ ଲୋକଙ୍କ ସହ ମିଶନ୍ତୁ । ବାକ ସଂଯମତା ନିୟନ୍ତ୍ରଣରେ ରଖନ୍ତୁ । ନୂତନ କାମ ଓ ଯାତ୍ରା କରନ୍ତୁ ନାହିଁ ।

Horoscope Today (ARIES)

ବୃଷ:ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ସହିତ ହସଖୁସିରେ ସମୟ ବିତାଇବେ । ଏକ ଛୋଟ ଯାତ୍ରାର କରିବାର ସମ୍ଭାବନା ରହିଛି । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ଚାକିରିରେ ପଦୋନ୍ନତି ହୋଇପାରେ । ନିଜ କାମ ପାଇଁ ପ୍ରସଂଶାର ପାତ୍ର ହେବେ ।

Horoscope Today (TAURUS)

ମିଥୁନ: ଆଜି ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଦିନ ରହିବ, ଭଲ ଭାଗ୍ୟ ମଧ୍ୟ ଆଣିବ । ଘରର ପରିବେଶ ସୌହାର୍ଦ୍ଦପୂର୍ଣ୍ଣ ଏବଂ ଶାନ୍ତ ରହିବ । ଆର୍ଥିକ ଲାଭ ଆଶା କରିପାରିବେ, ଯଦିଓ ସାଧାରଣ ଅପେକ୍ଷା ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି, କିନ୍ତୁ ସେହି ଖର୍ଚ୍ଚ ଅକାରଣ ହେବ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

Horoscope Today (GEMINI)

କର୍କଟ: ଆପଣ ଆଜି ଦିନକୁ ଗୁରୁତର ଭାବରେ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏତେ ଭଲ ହୋଇ ନପାରନ୍ତି, ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ । ମାନସିକ ଭାବରେ କୌଣସି ସମସ୍ୟା ଆପଣଙ୍କୁ ବାରମ୍ବାର ବ୍ୟସ୍ତ କରିପାରେ । ସବୁଠାରୁ ଭଲ ହେବ ଯଦି ଆପଣ କୌଣସି ଷ୍ଟ୍ରେସ୍‌ ଦେଲା ଭଳି କାର୍ଯ୍ୟ କରିବେ ନାହିଁ । ଖର୍ଚ୍ଚ ବଢିବ ଏବଂ ଯଦି ଆପଣ ନିଜକୁ ଯୁକ୍ତିତର୍କରେ ସାମିଲ କରିବେ, ତେବେ ରାଗ ମଧ୍ୟ ବଢିବ ।

Horoscope Today (Cancer)

ସିଂହ:ଦିନସାରା ଶାରୀରିକ ଚିନ୍ତା ଓ ଅସୁସ୍ଥତାରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ । ଅନିଚ୍ଛାରେ ମଧ୍ୟ ଦୂରଯାତ୍ରା କରିପାରନ୍ତି । ପୋଡ଼ଶୀଙ୍କ ସହ ମତଭେଦ ହୋଇପାରେ ।

Horoscope Today (LEO)

କନ୍ୟା:ବୁଝି ବିଚାରି କାମ କରନ୍ତୁ । ନିଜ ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ । ବନ୍ଧୁ ମିଳନ ହେବ । କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭବାନ ହେବେ । କର୍ମଚଞ୍ଚଳ ରହିବେ କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ ।

Horoscope Today (VIRGO)

ତୁଳା: ମନ ବଳ କମ ରହିବା ଯୋଗୁଁ କୌଣସି କାମ ସ୍ଥିର କରିବାରେ କଷ୍ଟ ହେବ । ଜରୁରୀ ଓ ନୂତନ କାମର ନିର୍ଣ୍ଣୟ ନିଅନ୍ତୁ ନାହିଁ । ଘରଲୋକଙ୍କ ସହିତ ପାଟିତୁଣ୍ଡ ହେବ । ନିଜ କଥା ଉପରେ ସଂଯତ ରଖନ୍ତୁ । କୌଣସି କାର୍ଯ୍ୟ ଲୁଚିଛପି କରନ୍ତୁ ନାହିଁ । ଶତ୍ରୁ ବଢ଼ିପାରନ୍ତି । କର୍ମ ଅନୁସାରେ, ଫଳ ମିଳି ନପାରେ । ଯାହାକୁ ନେଇ ଚିନ୍ତିତ ରହିପାରନ୍ତି ।

Horoscope Today (LIBRA)

ବିଛା: ଆଜି ଦିନଟି ଏକ ସ୍ମରଣୀୟ ଦିନ ଅଟେ । ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଭଲ ରହିବ । ବହୁମୂଲ୍ୟ ସମୟ ନିଜ ପ୍ରିୟଜନଙ୍କ ପାଇଁ ଦେବେ । ଭଲପାଉଥିବା ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ । ସୁସମ୍ୱାଦ ପ୍ରାପ୍ତ ହେବେ । ଆନନ୍ଦଦାୟକ ଭ୍ରମଣରେ ଯାଇପାରନ୍ତି । ସୁସ୍ବାଦୁ ଖାଦ୍ୟ ଖାଇବେ । ଧନଲାଭ ହେବ ।

Horoscope Today (SCORPIO)

ଧନୁ: ଦୁଃଚିନ୍ତା ଥିବାରୁ ଦେଖିଚାହିଁ କାର୍ଯ୍ୟ କରନ୍ତୁ । ପରିବାର ବର୍ଗଙ୍କ ସହ ପାଟିତୁଣ୍ଡ ଯୋଗୁଁ ମାନସିକ କଷ୍ଟ ପାଇବେ । ଯୁକ୍ତି ତର୍କ ହେବ । ରାଗିବା ଏବଂ କଥା କହିବାକୁ ନିଜ ଆୟତ୍ତରେ ରଖନ୍ତୁ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କଚେରୀ କାମକୁ ସାବଧାନତା ସହ ପରିଚାଳନା କରନ୍ତୁ । ଅଯଥା କାମରେ ବିଚଳିତ ହେବେ ।

Horoscope Today (SAGITTARIUS)

ମକର:ସାମାଜିକ କାମରୁ ସୁଫଳ ପ୍ରାପ୍ତି ହେବ । ଅନ୍ୟ ଦିଗରୁ ମଧ୍ୟ ସାହାଯ୍ୟ ପାଇବେ । ସମ୍ପର୍କୀୟଙ୍କ ସହ ମିଳାମିଶାରୁ ଶୁଭ ଫଳ ପ୍ରାପ୍ତି ହେବ । ବିବାହ ଆଶାୟୀ ବ୍ୟକ୍ତିଙ୍କର କାର୍ଯ୍ୟ ସଫଳ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ସ୍ତ୍ରୀ ପିଲାମାନେ ସହଯୋଗ କରିବେ । ବିବାହ ଲଗ୍ନ ସ୍ଥିର କରିବା ପାଇଁ ଦିନଟି ଶୁଭ ଅଟେ । ସେୟାର ବଜାରରୁ ଲାଭ ହେବ । କେହି ଜଣେ ପ୍ରିୟଜନଙ୍କ ଦେହ ଭଲ ନରହିପାରେ ।

Horoscope Today (CAPRICORN)

କୁମ୍ଭ: ଆଜି ଆପଣଙ୍କ ଭାଗ୍ୟରେ ସୁନ୍ଦର ଦିନଟିଏ ଅଛି । ଯେଉଁ କାର୍ଯ୍ୟ କରିବେ ତାହାର ସଫଳତା ହାତ ମୁଠାରେ ମିଳିବ । କାର୍ଯ୍ୟ ଓ ଏହାର ପରିବେଶ ଭଲ ରହିବ ଏବଂ ସୁଫଳ ମିଳିବ । ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଖୁସୀ ହେବେ । ଘରେ ସମ୍ପୂର୍ଣ୍ଣ ମଜାରେ ରହିବେ । ପ୍ରତିଷ୍ଠା, ମାନ ସମ୍ମାନ ବଢିବ ।

Horoscope Today (AQUARIUS)

ମୀନ: ଶାନ୍ତ ମନରେ ଦିନଟି ଆରମ୍ଭ ହେବ । ପଛରେ ଦୁର୍ବଳତା ଅନୁଭବ କରିବେ । ଯଦି ଆପଣ ପିତାଙ୍କ ସହ କିଛି ନୂଆ କାମ ଆରମ୍ଭ କରୁଛନ୍ତି, ତେବେ ସାବଧାନ ରୁହନ୍ତୁ । ପିଲାଙ୍କର ଜଞ୍ଜାଳ ବଢିବ । ବଦ୍ ଖର୍ଚ୍ଚ ବଢିବ । ଯୁକ୍ତିତର୍କ କରିବା ଠିକ ନୁହେଁ । ପେଟ ଗୋଳମାଳ ରହିପାରେ । ଆପଣଙ୍କ ଭାଗ୍ୟ ଖରାପ ବୋଲି ଚିନ୍ତା କରିପାରନ୍ତି, କିନ୍ତୁ ମନେ ରଖନ୍ତୁ ସମସ୍ତ କାର୍ଯ୍ୟ ପ୍ରକୃଷ୍ଟ ସମୟରେ ସମାଧାନ ହୋଇଥାଏ ।

Horoscope Today (PISCES)

ABOUT THE AUTHOR

...view details