ଓଡିଶା

odisha

ETV Bharat / bharat

ଟଳିଲା ବଡ଼ ବିପଦ, ମଝି ଆକାଶରେ 2 ଘଣ୍ଟା ଚକ୍କର କାଟିବା ପରେ ବିମାନର ସୁରକ୍ଷିତ ଅବତରଣ

ଟଳିଲା ବଡ଼ ବିପଦ । ମଝି ଆକାଶରେ ଚକ୍କର କାଟିଲା ବିମାନ । ବିମାନରେ 140ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

By ETV Bharat Odisha Team

Published : 5 hours ago

Updated : 4 hours ago

AIR INDIA EMERGENCY
AIR INDIA EMERGENCY (ETV Bharat Tamilnadu)

ହାଇଦ୍ରାବାଦ: ବଡ଼ ଅଘଟଣରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଆକାଶରେ ଘୂରି ବୁଲିବା ପରେ ଜରୁରୀ ଅବତରଣ କରିଛି ବିମାନ । ତାମିଲନାଡୁର ତ୍ରିଚି ଶାରଜାହରୁ ଯାତ୍ରା କରୁଥିଲା ବିମାନ। ମିଡ୍ ଏୟାର ଏମରଜେନ୍ସି ଜାରି ହୋଇଥିଲା । ଇନ୍ଧନ ସାରିବାକୁ ଆକାଶରେ କିଛି ସମୟ ଧରି ଚକ୍କର କାଟିବା ପରେ ବିମାନଟି ଅବତରଣ କରିଥିବା ଜଣାପଡ଼ିଛି । ଅଗ୍ନିଶମ ଟିମ ସହ ପ୍ରସ୍ତୁତ ରହିଥିଲେ 20ରୁ ଅଧିକ ଆମ୍ବୁଲାନ୍ସ । ବିମାନରେ 140ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଛି।

  • ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି
  • ସୁରକ୍ଷିତ ଜରୁରୀ ଅବତରଣ କଲା ବିମାନ
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି
  • ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ ତ୍ରୁଟି
  • ତ୍ରିଚିରୁ ସାରଜାହା ଯାଉଥିବା ବେଳେ ତ୍ରୁଟି
  • ୨ ଘଣ୍ଟା ଧରି ତ୍ରିଚି ବିମାନ ବନ୍ଦରରେ କାଟିଲା ଚକ୍କର
  • ବିମାନରେ ରହିଥିଲେ ୧୪୦ ଯାତ୍ରୀ

2 ଘଣ୍ଟା ଧରି ମଝି ଆକାଶରେ ରହିଲା ବିମାନ:

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ AXB 613 ବିମାନଟି ତ୍ରିଚିରୁ ଉଡାଣ ଭରିଥିଲା। ହେଲେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ସନ୍ଧ୍ୟାରେ ଉଡାଣ ଭରିଥିବା ଏହି ବିମାନଟି ତ୍ରିଚିରୁ ଶାରଜାହ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ବ୍ରେକ୍ ଫେଲ ହେବା ସହ ଅନ୍ୟ କେତେକ ପାର୍ଟ କାମ କରିନଥିଲା। ଏଭଳି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଲ୍ୟାଣ୍ଡ କରିପାରିନଥିଲା। ଇନ୍ଧନ ସାରିବା ପାଇଁ ବିମାନଟି ମଝି ଆକାଶରେ ପ୍ରାୟ 2 ଘଣ୍ଟା କାଳ ଘୂରି ବୁଲିଥିବା ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

ଏହା ବି ପଢନ୍ତୁ...West Bengal: କାହିଁକି ଏମରଜେନ୍ସି ଲ୍ୟାଣ୍ଡିଂ କଲା ମମତାଙ୍କ ହେଲିକପ୍ଟର ?

'କ୍ୟାପଟେନ ଏବଂ କୋ-ପାଇଲଟଙ୍କୁ ଧନ୍ୟବାଦ'

ଶେଷରେ ଜରୁରୀ ଅବତରଣ କରିବାରେ ସଫଳ ହୋଇଛି ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। କ୍ୟାପଟେନ ଏବଂ କୋ-ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଳ ଆରଏନ ରାବି। ରାଜଭବନ ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ଉଲ୍ଲେଖ କରାଯାଇଛି, "ସୁରକ୍ଷିତ ଅବତରଣ ପାଇଁ କ୍ୟାପଟେନ ଏବଂ କୋ-ପାଇଲଟଙ୍କୁ ଧନ୍ୟବାଦ। ସେମାନଙ୍କର ସାହସ ଆଉ ଉଦ୍ୟମ ଯୋଗୁଁ ଏହା ସଫଳ ହୋଇପାରିଛି। ଏହି ସମୟରେ ସମସ୍ତ କ୍ରୁ ମେମ୍ବରଙ୍କ ଦୁଃସାହସିକ କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ।"

ଏହା ବି ପଢନ୍ତୁ...ଭୁବନେଶ୍ବର ବିମାନ ବନ୍ଦରରେ ନୂଆ ଟର୍ମିନାଲ, ୨ ବର୍ଷରେ କାର୍ଯ୍ୟକ୍ଷମ - New terminal in Bhubaneswar airport

ଏହା ମଧ୍ୟ ପଢନ୍ତୁ-ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଚେକଇନ କରିବାକୁ ଅପେକ୍ଷା କରିବାକୁ ପଡିବନି, ଏମିତି ବ୍ୟବସ୍ଥା କଲା ଏୟାରପୋର୍ଟ - Digi Yatra

Last Updated : 4 hours ago

ABOUT THE AUTHOR

...view details