ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ, ବ୍ୟବସାୟୀଙ୍କୁ ଆକାଉଣ୍ଟରୁ ଉଡିଗଲା 6 କୋଟି

A Businessman lost 6 crore rupees by trading through Facebook Ads: ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ। ବୃଦ୍ଧ ବ୍ୟବସାୟୀଙ୍କୁ ଚୂନ ଲଗାଇଲେ ସାଇବର ଫ୍ରଡ । ଆକାଉଣ୍ଟରୁ ଉଡିଗଲା 6 କୋଟି ଟଙ୍କା । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 21, 2024, 10:36 PM IST

ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ, ବ୍ୟବସାୟୀଙ୍କୁ ଆକାଉଣ୍ଟରୁ ଉଡିଗଲା 6 କୋଟି
ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ, ବ୍ୟବସାୟୀଙ୍କୁ ଆକାଉଣ୍ଟରୁ ଉଡିଗଲା 6 କୋଟି

ବେଙ୍ଗାଲୁରୁ:ଅନଲାଇନ କାରବାର ବଢିବା ସହ ଅନଲାଇନ ଠକ ମଧ୍ୟ ମାତିଛନ୍ତି ତମାମ ସଚେତନତା ସତ୍ତ୍ବେ ମଧ୍ୟ ଅନଲାଇନ ଫ୍ରଡ ମାମଲାରେ ରୋକ ଲାଗୁନି । ସୋସିଆଲ ମିଡିଆ ଆପ ‘ଫେସବୁକ’ରେ ବିଜ୍ଞାପନ ଦେଖି ଟ୍ରେଡିଂ କରିବା ଜଣେ ବୃଦ୍ଧ ବ୍ୟବସାୟୀଙ୍କ କ୍ଷେତ୍ରରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଲକ୍ଷେ କି କୋଟିଏ ନୁହେଁ ବରଂ 6 କୋଟି ଟଙ୍କା ସମ୍ପୃକ୍ତ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଯାଇଛି । ଏବେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି । ସାଇବର ସେଲର ସହାୟତାରେ ପୋଲିସ ତଦନ୍ତ ଜାରି ରଖି କାରବାର ସମ୍ପର୍କରେ ଖୋଳତାଡ ଜାରି ରଖିଛି । ଏପରି ଏକ ଘଟଣା ବେଙ୍ଗାଲୁରରେ ଦେଖିବାକୁ ମିଳିଛି ।

ତେବେ ସୂଚନା ଅନୁସାରେ, ଏହି ହାଇପ୍ରୋଫାଲ ଠକାମିର ଶିକାର ହୋଇଥିବା ବ୍ୟବସାୟୀ ବେଙ୍ଗାଲୁରୁ ସହରର ଜଣେ 72 ବର୍ଷୀୟା ବ୍ୟକ୍ତି । ତାଙ୍କର ଟ୍ରେଡିଂ କରିବାରେ ରୁଚି ଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏହି ସଂକ୍ରାନ୍ତୀୟ ବିଜ୍ଞାପନ ଦେଖି ସେ ଏକାଧିକ କମ୍ପାନୀର ଅଂଶଧନ କିଣିବା ପାଇଁ ଆଗ୍ରହ ଦେଖାଇଲେ । ଏହି ବିଜ୍ଞାପନରେ ତାଙ୍କୁ ପ୍ରତିଷ୍ଠିତ କମ୍ପାନୀଗୁଡିକର ସେୟାର ବା ଅଂଶଧନ ରିହାତି ମୂଲ୍ୟରେ ମିଳିବା ନେଇ ପ୍ରଲୋଭିତ କରାଯାଇଥିଲା । ସେ ଏହି ବିଜ୍ଞାପନ ଜରିଆରେ ଜଣେ ଦଲାଲଙ୍କ ସହ ହ୍ବାଟ୍ସଆପରେ ଯୋଗଯୋଗ କରିଥିଲେ ।

ଏହା ପରେ ସେ କମ୍ପାନୀରେ ଟଙ୍କା ଲଗାଇବା ଆରମ୍ଭ କଲେ । ଗତବର୍ଷ ଡିସେମ୍ବରରୁ ଚଳିତ ଫେବୃଆରୀ 8 ତାରିଖ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ 6 କୋଟିରୁ ଅଧିକ ଟଙ୍କା ଡେବିଟ୍‌ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ଦଲାଲଙ୍କ ସହ ଯୋଗାଯୋଗ କରିପାରିନଥିଲେ । ନିଜ ସେୟାର କିମ୍ବା ନିବେଶ ସମ୍ପର୍କରେ କୌଣସି ରେକର୍ଡ ମଧ୍ୟ ତାଙ୍କ ନିକଟରେ ନଥିଲା ।

ଏହା ମଧ୍ୟ ପଢନ୍ତୁ :- ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ 18 ବର୍ଷ, ସ୍ବଦେଶ ଫେରିଲେ 5 ଭାରତୀୟ

ସେ ସେୟାର ମାର୍କେଟରେ ନିବେଶ ନାମରେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ବୃଦ୍ଧ ବ୍ୟବସାୟୀ ବ୍ୟବହାର କରିଥିବା ମୋବାଇଲ ଓ ଲ୍ୟାପଟପରୁ ଡାଟା ସଂଗ୍ରହ କରାଯାଇ ସାଇବର ଫ୍ରଡଙ୍କ ସମ୍ପର୍କରେ ଜାଣିବାକୁ ପୋଲିସ ଉଦ୍ୟମ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details