ଓଡିଶା

odisha

ସ୍ପେଶାଲ୍ ନମ୍ବର ପ୍ଲେଟ 9999 ! ଚୟସର ଗାଡି ନମ୍ବର ପାଇଁ ଗଣିଲେ 20 ଲକ୍ଷ, କହିଲେ ସେହି ନମ୍ବର ହିଁ ନେବି - Fancy Vehicle Numbers Auction

By ETV Bharat Odisha Team

Published : Jul 26, 2024, 11:08 AM IST

Updated : Jul 26, 2024, 2:09 PM IST

19 lakhs 51 thousand for number 9999 ! ସ୍ପେଶାଲ ଗାଡି ନମ୍ବର ପାଇଁ ଗଣିଲେ ପାଖାପାଖି 20 ଲକ୍ଷ । ହାଇଦ୍ରାବାଦରେ ଏହି ନମ୍ବର ପାଇଥିବା ଗାଡି ମାଲିକ କହିଛନ୍ତି, ମୁଁ ବହୁତ ଖୁସି । ମୋର ଏହି ଗାଡି ନମ୍ବର ହିଁ ଦରକାର ଥିଲା । ଏହା ମୋ ପାଇଁ ବହୁତ ଲକି । ଅଧିକ ପଢନ୍ତୁ

Fancy Vehicle Numbers
Fancy Vehicle Numbers (Etv Bharat Odisha)

ହାଇଦ୍ରାବାଦ:ଫେଭରେଟ ନମ୍ବର ବା ଚୟସର ଗାଡି ନମ୍ବର ପାଇଁ ଆପଣ ଚାହୁଁଛନ୍ତି କି ? ତେବେ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା । କାରଣ ହାଇଦ୍ରାବାଦରେ ନିକଟରେ ହୋଇଥିବା ଫ୍ୟାନ୍ସି ନମ୍ବର ପ୍ଲେଟ ନିଲାମରେ ଗୋଟିଏ ଗୋଟଏ ନମ୍ବର ପାଇଁ ରେକର୍ଡ ନିଲାମୀ ହୋଇଛି । ମନପସନ୍ଦର ସଂଖ୍ୟା ପାଇଁ ଗାଡି ମାଲିକ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଛାଇ ନାହିଁନ୍ତି । ନିକଟରେ ହାଇଦ୍ରାବାଦ ଖୈରିତାବାଦରେ ହୋଇଥିବା ନିଲାମୀରେ ଗାଡି ନମ୍ବର 'TG09 A 9999' ପାଖାପାଖି 20 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ସ୍ଥାନୀୟ କମ୍ପାନୀ ହୋନର୍ସ ଡେଭଲପର୍ସ ଏହି ବିଡ୍‌କୁ ଜିତି ନେଇଛି । ୟୁନିକ୍ ଭେଇକିଲ୍ ରେଜିଷ୍ଟ୍ରେସନ ଅଧିନରେ ଏହି ଗାଡି ନମ୍ବର କମ୍ପାନୀକୁ ମିଳିଛି ।

ସ୍ପେଶାଲ୍ ନମ୍ବର ପ୍ଲେଟ 9999 (ETV Bharat Odisha)

ନଜର ପକାନ୍ତୁ କିଛି ୟୁନିକ୍ ନମ୍ବର ଉପରେ-

'0001' ନମ୍ବର ପାଇଁ NG Mind Frame କମ୍ପାନୀ ଦେଲା 8.25 ଲକ୍ଷ ଟଙ୍କା

'0009' ନମ୍ବର ପାଇଁ ଅମରାମ୍ ଅକ୍ସର ରେଡ୍ଡୀ ଦେଇଛନ୍ତି 6 ଲକ୍ଷ 66 ହଜାର ଟଙ୍କା

'0006' ନମ୍ବର ପାଇଁ AMR India କମ୍ପାନୀ ଦେଲା 2 ଲକ୍ଷ 91 ହଜାର 166 ଟଙ୍କା

'0005' ନମ୍ବର ପାଇଁ Greater Infra Projects କମ୍ପାନୀ ଦେଲା 2,50,149 ଟଙ୍କା

'0019' ନମ୍ବର ପାଇଁ Mold Tech କମ୍ପାନୀ ଦେଲା 1.30 ଲକ୍ଷ ଟଙ୍କା

ତେବେ ଗୋଟିଏ ଦିନରେ ଏହି ଅକ୍ସନରେ ଖୈରତାବାଦ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ 51 ଲକ୍ଷ 17 ହଜାର 514 ଟଙ୍କା ରୋଜଗାର କରିଛି ।

ଏହା ବି ପଢନ୍ତୁ- ରାଜଧାନୀରେ ଧସିଲା ଜାତୀୟ ରାଜପଥ: ଦବିଲା ଆଇଗେଣିଆ ଫ୍ଲାଇଓଭର, ଫସିଲା ୪୦୭ - NH 16 Roadslide in Bhubaneswar

କାହିଁକି ବଢୁଛି ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ଡିମାଣ୍ଡ

ଚୟସର ଗାଡି ନମ୍ବର ପ୍ଲେଟ ପାଇଁ ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ କିଛି ବର୍ଷ ମଧ୍ୟରେ ଏହି ଡିମାଣ୍ଡ ବହୁତ ବଢି ଯାଇଛି । ଗାଡି ମାଲିକଙ୍କ ମତରେ ଏହି ସ୍ପେଶାଲ୍ ନମ୍ବର ପ୍ଲେଟ ବହୁତ ସମୟରେ ରାଶି ନକ୍ଷେତ୍ରଙ୍କ ଅନୁସାରେ ବଛା ଯାଇଥାଏ ନଚେତ ଜଣଙ୍କ ବ୍ୟକ୍ତିଗତ ଚୟସ ପାଇଁ ବଛା ଯାଇଥାଏ ।

ଆଗକୁ କେଉଁଠି ହେବ ନିଲାମୀ-

ଏହି ନିଲାମୀରେ ସଫଳତା ପରେ ପରିବହନ ବିଭାଗ ପୁଣି ଥରେ ଏପରି କାର୍ଯ୍ୟକ୍ରମ କରିବାକୁ ଯୋଜନା କରୁଛି । ଏହି ନିଲାମୀରେ ଆସିଥିବା ଟଙ୍କା ଜନସାଧାରଣଙ୍କ କାର୍ଯ୍ୟରେ ଲାଗିବ । ତେବେ ଏହି ନିଲାମୀ ଉଭୟ ସରକାର ଏବଂ ଗାଡି ମାଲିକଙ୍କ ସହମତିରେ ହୋଇଥାଏ । ଏପଟେ ଗାଡି ମାଲିକ କହିଛନ୍ତି ଚୟସର ଗାଡି ନମ୍ବର ମିଳିଲା ପରେ ଆମେ ବହୁତ ଖୁସି । ବିଶେଷ କରି ଗାଡି ନମ୍ବର 'TG09 A 9999' ବିଡ୍‌ ଜିତିଥିବା ମାଲକ କହିଛନ୍ତି ମୁଁ ବହୁତ ଖୁସି । ମୋର ଏହି ଗାଡି ନମ୍ବର ହିଁ ଦରକାର ଥିଲା । ଏହା ମୋ ପାଇଁ ବହୁତ ଲକି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 2:09 PM IST

ABOUT THE AUTHOR

...view details