ETV Bharat / bharat

ଇସ୍ତଫା ଦେବେ, ନା ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବେ କେଜ୍ରିଓ୍ବାଲ ! - Next Delhi CM

author img

By ETV Bharat Odisha Team

Published : Sep 16, 2024, 2:21 PM IST

Updated : Sep 16, 2024, 2:32 PM IST

Who Will Be Next Delhi CM: କେଜ୍ରିଓ୍ବାଲ ଇସ୍ତଫା ଦେଲେ କି’ଏ ହେବେ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚାରେ ଏକାଧିକ ନେତା । ସରକାର ଭଙ୍ଗ କରି ଆଗୁଆ ନିର୍ବାଚନ କରିପାରନ୍ତି କେଜ୍ରିଓ୍ବାଲ । ଆଜି ସଂଧ୍ୟା ସୁଦ୍ଧା ହୋଇପାରେ ସ୍ପଷ୍ଟ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲ ଇସ୍ତଫା ଦେଲେ କି’ଏ ହେବେ ମୁଖ୍ୟମନ୍ତ୍ରୀ, ନା ସରକାର ଭଙ୍ଗ ସହ ଆଗୁଆ ନିର୍ବାଚନ !
କେଜ୍ରିଓ୍ବାଲ ଇସ୍ତଫା ଦେଲେ କି’ଏ ହେବେ ମୁଖ୍ୟମନ୍ତ୍ରୀ, ନା ସରକାର ଭଙ୍ଗ ସହ ଆଗୁଆ ନିର୍ବାଚନ ! (ETV Bharat Odisha)

ହାଇଦ୍ରାବାଦ: ଦୁଇଦିନ ପରେ ଇସ୍ତଫା ଦେବାକୁ ଘୋଷଣା କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ ସମଗ୍ର ଦେଶର ନଜର ରହିଛି । ଗତକାଲି କେଜ୍ରିଓ୍ବାଲ ଏହି ଘୋଷଣା କରିଥିବା ବେଳେ 48 ଘଣ୍ଟା ସମୟ ମାଗିଥିଲେ । ତେବେ ସେ ନିଷ୍ପତ୍ତି ପରିବର୍ତ୍ତନ କରିବେ ନାଁ ନା ଇସ୍ତଫା ଦେବେ, ତାହା ହୁଏତ ଆଜି ଅପରାହ୍ନ କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ସ୍ପଷ୍ଟ ହୋଇପାରେ । ମାତ୍ର ଗତକାଲି କେଜ୍ରିଓ୍ବାଲଙ୍କ ଘୋଷଣା ପରେ ଦଳ ‘ଆମ ଆଦମୀ ପାର୍ଟି’ ଅନ୍ୟ କୌଣସି ସୂଚନା ସାମ୍ନାକୁ ଆଣିନି । ଏହାରି ମଧ୍ୟରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ଏଥିରେ ଆମ ଆଦମୀ ପାର୍ଟି ଏକାଧିକ ନେତାଙ୍କ ନାମ ସାମିଲ ଅଛି । ଏହି ସମ୍ଭାବ୍ୟ ଚର୍ଚ୍ଚାରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆଗଧାଡିର ମହିଳା ନେତ୍ରୀ ଆତିଶୀ, ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ନାମ ଆଗରେ ରହିଛି । ହେଲେ ଦଳୀୟ ସୂତ୍ରରୁ ସେପରି କୌଣସି ଭିତିରି ସୂଚନା ସାମ୍ନାକୁ ଆସନି ।

  • ସରକାର ଭାଙ୍ଗି ପାରନ୍ତି କେଜ୍ରିଓ୍ବାଲ:-

କେଜ୍ରିଓ୍ବାଲଙ୍କ ମନ୍ତବ୍ୟ ସହ ଅନ୍ୟ ଏକ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସିଛି । ଦିଲ୍ଲୀରେ ଆସନ୍ତାବର୍ଷ (2025) ଫେବୃଆରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇସ୍ତଫା ଦେବା ସହ ସରକାର ମଧ୍ୟ ଭଙ୍ଗ କରିପାରନ୍ତି । ମାତ୍ର କିଛି ମାସର ବ୍ୟବଧାନ ଥିବାରୁ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନ କରିବା ପାଇଁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯଦି ଏପରି ନିଷ୍ପତ୍ତି ସହ କେଜ୍ରିଓ୍ବାଲ ଆଗକୁ ବଢନ୍ତି, ତେବେ ଚଳିତବର୍ଷ (2024) ନଭେମ୍ବରରେ ମହାରାଷ୍ଟ୍ର ବିଧାନସଭା ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ । ଏପରି କଲେ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀବାସୀଙ୍କ ସମବେଦନାମୂଳକ ଭୋଟ ମିଳିପାରେ ବୋଲି ମଧ୍ୟ ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ, ନିଜେ କଲେ ଘୋଷଣା - Kejriwal Announces Resignation

ଏହା ମଧ୍ୟ ପଢନ୍ତୁ :- ଜେଲରୁ ମୁକୁଳିଲେ କେଜ୍ରିୱାଲ, ଢୁଢୁ ବର୍ଷାରେ ଭିଜି କହିଲେ ଏମିତି... - Kejriwal Released From jail

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି - PM Modi odisha connection

  • ଗତକାଲି ଘୋଷଣା କରିଥିଲେ କେଜ୍ରିଓ୍ବାଲ :-

କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ହିଁ ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଇସ୍ତଫା ଦେବାକୁ ଘୋଷଣା ସହ ଜନସାଧାରଣଙ୍କୁ ଯୋଡିଛନ୍ତି କେଜ୍ରିଓ୍ବାଲ । ଜନତାଙ୍କ ରାୟ ନଆସିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବେନାହିଁ । ଜନତା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପରେ ସେ ଆସନ ଗ୍ରହଣ କରିବେ ବୋଲି କହିଥିଲେ । ଏହା ଏକ ସମବେଦନା ସଂଗ୍ରହ କରିବାର ପ୍ରୟାସ ବୋଲି କେହି କେହି କହୁଛନ୍ତି । ତେବେ ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବା ସହ ପୁଣି ଥରେ ଦିଲ୍ଲୀବାସୀଙ୍କଠାରୁ ବହୁମତ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ କେଜ୍ରିଓ୍ବାଲଙ୍କର ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.