ETV Bharat / bharat

‘ପ୍ରଧାନମନ୍ତ୍ରୀ ହେବାକୁ ଅଫର ମିଳିଥିଲା, ମନା କରିଦେଇଥିଲି ’ - Gadkari statement for PM post

author img

By ETV Bharat Odisha Team

Published : Sep 16, 2024, 11:37 AM IST

GADKARI STATEMENT FOR PM POST: ପ୍ରଧାନମନ୍ତ୍ରୀ ହେବାକୁ ଗଡକରୀଙ୍କୁ କେଉଁ ବରିଷ୍ଠ ନେତା ଦେଇଥିଲେ ଅଫର ? କାହିଁକି ମନା କରିଥିଲେ ଗଡକରୀ । ଏବେ ଚର୍ଚ୍ଚାରେ ଗଡକରୀଙ୍କ ବୟାନ । ଅଧିକ ପଢନ୍ତୁ

‘ପ୍ରଧାନମନ୍ତ୍ରୀ ହେବାକୁ ଅଫର ମିଳିଥିଲା, ମନା କରିଦେଇଥିଲି ’
‘ପ୍ରଧାନମନ୍ତ୍ରୀ ହେବାକୁ ଅଫର ମିଳିଥିଲା, ମନା କରିଦେଇଥିଲି ’ (ETV Bharat Odisha)

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ହେବାକୁ ବରିଷ୍ଠ ନେତାଙ୍କ ପକ୍ଷରୁ ଅଫର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କଲେ, ସମର୍ଥନ କରାଯିବ ବୋଲି ପ୍ରସ୍ତାବ ଆସିଥିଲା, ହେଲେ ତାଙ୍କର ସେପରି କୌଣସି ରାଜନୈତିକ ଇଚ୍ଛା ନାହିଁ ବୋଲି ସେ ମନା କରିଦେଇଥିଲେ । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଜାତୀୟ ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏହି ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ମହାରାଷ୍ଟ୍ରରରେ ଏକ କାର୍ଯ୍ୟକ୍ରମ ଅବସରରେ ନିଜେ ଗଡକରୀ ଏହି ମନ୍ତବ୍ୟ ଦେଇଛନ୍ତି । ତେବେ କେଉଁ ବରିଷ୍ଠ ନେତା ଓ କେଉଁ ନିର୍ବାଚନ ସମୟରେ ଗଡକରୀଙ୍କୁ ଏପରି ପ୍ରସ୍ତାବ ମିଳିଥିଲା ସେ ସମ୍ପର୍କରେ ଗଡକରୀ କିଛି ସ୍ପଷ୍ଟ କରିନାହାନ୍ତି ।

  • କି’ଏ ଦେଇଥିଲା ପ୍ରଧାନମନ୍ତ୍ରୀ ପଦ ଅଫର !

ନିଜ ସଂସଦୀୟ କ୍ଷେତ୍ର ନାଗପୁରରେ ଶନିବାର ଏକ କାର୍ଯ୍ୟକ୍ରମ ଅବସରରେ ଗଡକରୀ ଏହି ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି,‘‘ ମୁଁ ଏକଥା ମନେ ପକାଇ ପାରୁଛି, ମତେ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଆସିଥିଲା । ଜଣେ ବରିଷ୍ଠ ନେତା କହିଥିଲେ, ତୁମେ ପ୍ରଧାନମନ୍ତ୍ରୀ ହେବାକୁ ଚାହିଁଲେ, ଆମେ ସମର୍ଥନ କରିବୁ । ମୁଁ କହିଥିଲି, ମୋର ସେମିତି କୌଣସି ରାଜନୈତିକ ଅଭିଳାଶା ନାହିଁ । ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିନି । ମୋର କୌଣସି ସମର୍ଥନର ଆବଶ୍ୟକତା ନାହିଁ । ମୁଁ କାହିଁକି ଆପଣଙ୍କ ସମର୍ଥନ ଗ୍ରହଣ କରିବି ।’’ ତେବେ ଏହି ଟିପ୍ପଣୀ ବେଳେ କେଉଁ ଦଳର ନେତା ଓ କେଉଁ ନିର୍ବାଚନ ସମୟରେ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ, ସେ ସମ୍ପର୍କରେ ଗଡକରୀ ଅଧିକ କିଛି କହିନଥିଲେ ।

ଏହା ମଧ୍ୟ ପଢନ୍ତୁ :- ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - NEW VANDE BHARAT EXPRESS

ଏହା ମଧ୍ୟ ପଢନ୍ତୁ :-ଆଜି ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ, ଜାଣନ୍ତୁ କେଉଁଠୁ କେଉଁଠିକି କରିବ ଯାତ୍ରା - First Vande Bharat Metro Train

  • ଗଡକରୀଙ୍କର ଦଳ ଓ ସରକାରରେ ରହିଛି ଭିନ୍ନ ଏକ ପରିଚୟ

ସ୍ବଂୟ ସେବକ ସଂଘ (ଆରଏସଏସ)ର ମୁଖ୍ୟାଳୟ ନାଗପୁର ସଂସଦୀୟ ଆସନରୁ ଏକାଧିକ ଥର ସାଂସଦ ହୋଇଥିବା ଏହି ବରିଷ୍ଠ ରାଜନେତା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । କେନ୍ଦ୍ରରେ 2014ରେ ମୋଦି ସରକାର ଶାସନକୁ ଆସିବା ପରେ ତାଙ୍କୁ କେନ୍ଦ୍ର ରାଜମାର୍ଗ ଓ ପରିବହନ ମନ୍ତ୍ରଣାଳୟ ପ୍ରଦାନ କରାଯାଇଥିଲା । ସେ କ୍ରମାଗତ ଏହି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ବ ବଜାୟ ରଖିଛନ୍ତି । ଦେଶରେ ରାଜପଥ ନିର୍ମାଣରେ ଦ୍ରୁତ ଗତିଶିଳତା ଓ ଗୁଣାତ୍ମକ ସଡକ ନିର୍ମାଣ ପାଇଁ ତାଙ୍କୁ ‘ହାଇ-ଓ୍ବେ ମ୍ୟାନ’ ବୋଲି ମଧ୍ୟ ସମ୍ବୋଧନ କରାଯାଏ ।

  • ନିର୍ବିବାଦୀୟ ଗଡକରୀ:-

ଲମ୍ବା ରାଜନୈତିକ ଜୀବନରେ ମଧ୍ୟ ଜଣେ ବେଶ ନିର୍ବିବାଦୀୟ ରାଜନେତା ହେଉଛନ୍ତି ଗଡକରୀ । ଅଯଥା ବୟାନବାଜୀ ଓ ରାଜନୈତିକ ଆରୋପ-ପ୍ରତ୍ୟାରୋପ ପ୍ରସଙ୍ଗରେ ତାଙ୍କୁ ପ୍ରାୟତଃ ଦେଖିବାକୁ ମିଳେନାହିଁ । ଏବେ ତାଙ୍କର ଏହି ପ୍ରଧାନମନ୍ତ୍ରୀ ପଦବୀ ବୟାନ ପରେ ଚର୍ଚ୍ଚା ବଢିଛି । ଦଳ ଭିତରେ ଗଡକରୀଙ୍କୁ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ ଚିନ୍ତା କରାଯାଉଛି ବୋଲି ମଧ୍ୟ ଏକ ମୃଦ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.