ETV Bharat / bharat

ଦେଶ ପାଇଲା ପ୍ରଥମ ବନ୍ଦେ ମେଟ୍ରୋ, ଉଦଘାଟନ ପୂର୍ବରୁ ବଦଳିଗଲା ନାଁ - Vande Metro Flagged Off

author img

By ETV Bharat Odisha Team

Published : Sep 16, 2024, 7:51 PM IST

Updated : Sep 16, 2024, 8:46 PM IST

Vande Metro Flagged Off: ଆଜି ଦେଶରେ ଗଡିଲା ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ । ପ୍ରଧାନମନ୍ତ୍ରୀ ଜନ୍ମଦିନ ପୂର୍ବରୁ ଗୁଜୁରାଟରେ ଏହାର ଶୁଭାରମ୍ଭ କରିଛନ୍ତି । ହେଲେ ବନ୍ଦେ ମେଟ୍ରୋ ନୁହେଁ ଏହି ନାଁରେ ଜାଣିବେ ଲୋକେ । ପଢନ୍ତୁ ପୂରା ଖବର

Vande Metro
Vande Metro (ETV Bharat Odisha)

ନୂଆଦିଲ୍ଲୀ: ଜନ୍ମଦିନ ପୂର୍ବରୁ ଦେଶବାସୀଙ୍କୁ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟରେ ଗଡିଲା ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଟ୍ରାକରେ ଗଡିବା ପୂର୍ବରୁ ଏହାର ବଦଳି ଯାଇଛି ନାଁ । ବନ୍ଦେ ଭାରତ ମେଟ୍ରୋ ବଦଳରେ ଏହାର ନୂଆ ନାମ ନମୋ ଭାରତ ରାପିଡ୍‌ ରେଳ କରିଛି ରେଳବାଇ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୃହରାଜ୍ୟରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଏଥି ସହ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ।

ଭାରତର ପ୍ରଥମ ନମୋ ଭାରତ ରାପିଡ ରେଳ:

ବନ୍ଦେ ଭାରତ ବା ଭାରତ ର୍ୟାପିଡ ରେଳ ଗୁଜୁରାଟର ଅହମ୍ମଦାବାଦରୁ ଭୁଜ ପର୍ଯ୍ୟନ୍ତ ଚଳାଚଳ କରିବ । 360 କିଲୋମିଟରର ଦୂରତା ମାତ୍ର 5ଘଣ୍ଟା 45 ମିନିଟରେ ଅତିକ୍ରମ କରିବ ଏହି ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଏହାର ଘଣ୍ଟା ପ୍ରତି ବେଗ ରହିବ 110 କିଲୋମିଟର । ଭୁଜରୁ ସକାଳ 5ଟା5ରୁ ଯାତ୍ରା ଆରମ୍ଭ କରିବ ସକାଳ 10ଟା 50 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । 9ଟି ଷ୍ଟେସନରେ ଏହା ରହିବ ।

Vande Metro
Vande Metro (@narendramodi)

କେତେ ରହିବ ଟିକେଟ୍‌:

ଦେଶରେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଲୋକଙ୍କ ଯାତ୍ରାକୁ ଆହୁରି ସୁଗମ ଓ ସହଜ କରିବାକୁ ଯୋଡି ହେଲା ନମୋ ଭାରତ ରାପିଡ୍‌ ରେଳ । ପୂରା ଯାତ୍ରା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ 455 ଟଙ୍କା ।

Vande Metro
Vande Metro (@narendramodi)

ଏଇଠି ରହିବ ଟ୍ରେନ:

ଏହି ଟ୍ରେନଟି 9ଟି ଟ୍ରେନରେ ଅଟକିବ । ସେ ଗୁଡିକ ହେଲା ଅନଜାର, ଗାନ୍ଧୀଧାମ, ଭଚାଉ, ସମାଖିଆଲି, ହଲଭାଦ,ଧରଙ୍ଗଧାରା, ଭିରାମଗମ, ଚାନ୍ଦଲୋଦିଆ ଓ ସାବରମତି । ଆଜି ଏହାର ଶୁଭାରମ୍ଭ ହୋଇଥିବା ବେଳେ କାଲିଠୁ ଏହା ଚଳାଚଳ କରିବ ।

ଏହା ମଧ୍ୟ ପଢନ୍ତୁ: ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ?

ଏହା ମଧ୍ୟ ପଢନ୍ତୁ: ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ

ଏହା ମଧ୍ୟ ପଢନ୍ତୁ: ଆଜି ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ, ଜାଣନ୍ତୁ କେଉଁଠୁ କେଉଁଠିକି କରିବ ଯାତ୍ରା

ଟ୍ରେନରେ କଣ ପାଇବେ ସୁବିଧା:

ନମୋ ଭାରତ ରାପିଡ ରେଳରେ 12ଟି ଏସି କୋଚ୍‌ ରହିଛି । ଯେଉଁଥିରେ 1150 ଜଣ ଯାତ୍ରୀଙ୍କ ପାଇଁ ବସିବା ସୁବିଧା ରହିଛି । କ୍ୟାବିନ ଗୁଡିକ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଚେୟାର ଗୁଡିକ ବସିବା ପାଇଁ ଆରାମ ଦାୟକ ବ୍ୟବସ୍ଥା କରାଯାଇଛି ।

Last Updated : Sep 16, 2024, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.